ମମ୍ବାଇ: ୨୧ ଜୁନକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରାଯାଏ। ଆଜି ସାରା ଦେଶରେ ଯୋଗ ଦିବସ ପାଳନ କରାଯାଉଥିବା ବେଳେ ଅନେକ ବଲିଉଡ ସେଲିବ୍ରିଟି ସେମାନଙ୍କର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ମଧ୍ୟରେ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଦେଖାଯାଇଥିଲା। ଅଭିନେତ୍ରୀ ନୁଶରତ ଭରୁଚା ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ, ଯାହାର ଅନେକ ଭିଡିଓ ଭାଇରାଲ ହେଉଛି। ଏଥିମଧ୍ୟରୁ ଗୋଟିଏରେ, ତାଙ୍କ ଟିମ୍ର ଜଣେ ମହିଳା ନୁଶରତଙ୍କ ଜୋତା କାଢ଼ି ଦେଉଥିବାର ଦେଖାଯାଇଛି, ଯେଉଁଥିପାଇଁ ଲୋକେ ତାଙ୍କ ଉପରେ ବର୍ଷିଛନ୍ତି।
ସୂଚନା ମୁତାବକ, ଅନ୍ତର୍ଜାତୀୟ ଯୋଗ ଦିବସରେ ମୁମ୍ବାଇରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଅନେକ ବଡ଼ ବଡ଼ ଷ୍ଟାର ଯୋଗ ଦେଇଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ନୁସରତ ଯୋଗ କରିବା ପାଇଁ ତାଙ୍କ ଜୋତା କାଢିଥିବାର ଦେଖାଯାଇଥିଲା। କିନ୍ତୁ ଅଭିନେତ୍ରୀ ନିଜେ ତାଙ୍କ ଜୋତା କାଢି ନଥିଲେ ବରଂ ତାଙ୍କ ଟିମ୍ର ଜଣେ ମହିଳା ତାଙ୍କ ଜୋତା କାଢ଼ିଥିବା ଦେଖାଯାଇଥିଲା। ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଅଭିନେତ୍ରୀଙ୍କ ଏହି କାମ ଆଦୌ ପସନ୍ଦ ଆସିନଥିଲା। ଏବେ ନୁଶରତଙ୍କୁ ଏଥିପାଇଁ ଟ୍ରୋଲ ହେବାକୁ ପଡ଼ିଛି।