ମୁମ୍ବାଇ: ଲୋକପ୍ରିୟ ନିର୍ଦ୍ଦେଶକ ସୁଜିତ୍ ସରକାରଙ୍କ ନୂଆ ସିନେମା ‘ଅକ୍ଟୋବର୍’ର ରୋମାଣ୍ଟିକ୍ ଟ୍ରାକ୍ ଏବେ ବେଶ ଚର୍ଚ୍ଚାରେ ରହିଛି। ଏହା ହେଲା ‘ଠେହେର ଯା…’। ଏହାକୁ ୨୦୧୮ର ବେଷ୍ଟ ରୋମାଣ୍ଟିକ୍ ନମ୍ବର ବୋଲି କୁହାଯିବ ବୋଲି ମତ ମିଳିଛି। ଏହି ଗୀତରେ କଣ୍ଠଦାନ କରିଛନ୍ତି ଅରମାନ୍ ମଲିକ୍ ଏବଂ ଗୀତ ଲେଖିଛନ୍ତି ଅଭିରୁଚି ଚାନ୍ଦ। ଅଭିଷେକ ଅରୋରା ଏହାର ସଙ୍ଗୀତକାର। ଏହି ଗୀତ ଦୃଶ୍ୟରେ ବରୁଣ ଧଓ୍ଵନ ଏବଂ ନବାଗତା ବନିତା ସନ୍ଧୁଙ୍କୁ ଦେଖିବାକୁ ମିଳିଛି। ଏହି ସିନେମାର କଥାବସ୍ତୁ ଦୁଇ ଜଣ ହୋଟେଲ ମ୍ୟାନେଜମେଣ୍ଟ ପଢ଼ୁଥିବା ଯୁବକ-ଯୁବତୀଙ୍କ ଅସାଧାରଣ ପ୍ରେମ କାହାଣୀ ।‘ଅକ୍ଟୋବର୍’ ଅପ୍ରେଲ ୧୩ ତାରିଖରେ ରିଲିଜ୍ ହେବ। ଏଠାରେ ସୂଚନାଯୋଗ୍ୟ ଯେ ବରୁଣ ଖୁସି ଜାହିର କରିଛନ୍ତି ଯେ ପିକୁ ଭଳି ଭଲ ସିନେମା ତିଆରି କରିଥିବା ସୁଜିତଙ୍କ ସହ ତାଙ୍କୁ କାମ କରିବାର ସୁଯୋଗ ମିଳିଛି।
/sambad/media/post_attachments/wp-content/uploads/2018/03/varun-dhawan-banita-sandhu-film-october-stills-1-759-1.jpg)
ସେ ତାଙ୍କର ନୂଆ ନାୟିକା ବନିତା ସନ୍ଧୁଙ୍କ ପ୍ରଶଂସା କରିବାରେ ଥକୁ ନାହାନ୍ତି। ବରୁଣ କହିଛନ୍ତି ଯେ ସେ ଇଂଲାଣ୍ଡରେ ରହନ୍ତି। ପୂର୍ବରୁ ସୁଜିତ ସରକାର ବନିତାଙ୍କୁ ଏକ ଆଡ୍ ଫିଲ୍ମରେ ନେଇଥିଲେ । ସେତେବେଳେ ହିଁ ସୁଜିତ ବନିତା ସନ୍ଧୁଙ୍କୁ ଆଖିରେ ରଖି କାହାଣୀ ପ୍ରସ୍ତୁତ କରିଥିଲେ ଏବଂ ଏହା ଏକ ଭିନ୍ନ ଧରଣର ପ୍ରେମ କାହାଣୀ ଉପରେ ଆଧାରିତ ହୋଇଥିବା ହେତୁ ଫ୍ରେସ୍ ମୁହ ନେବାକୁ ଚାହିଁଲେ ବୋଲି ମଧ୍ୟ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଖବରକାଗଜରୁ ଏକ ଲେଖା ପଢ଼ିବା ପରେ‘ଅକ୍ଟୋବର୍’ର କାହାଣୀ ନିର୍ଦ୍ଦେଶକ ସୁଜିତ୍ ସରକାର ଙ୍କ ମନକୁ ଆସିଥିଲା। ଏଠାରେ ସୂଚନାଯୋଗ୍ୟ କି ବରୁଣ ଧଓ୍ଵନଙ୍କ ଅଭିନୀତ ତଥା ଚଳିତ ବର୍ଷ ରିଲିଜ୍ ହୋଇଥିବା ଦୁଇଟି ସିନେମା ‘ବଦ୍ରିନାଥକି ଦୁଲହନିଆ’ ଏବଂ ‘ ଜୁଡଓ୍ଵା-୨’ ବକ୍ସ ଅଫିସରେ ସୁପରହିଟ୍ ହୋଇଛି। ଏହି କାରଣରୁ ଆଶା କରାଯାଉଛି ଯେ ବରୁଣ ଧଓ୍ଵନଙ୍କ ‘ଅକ୍ଟୋବର୍’ ସୁପରହିଟ୍ ହେବ। ଏଥିରେ ବରୁଣ-ବନିତାଙ୍କ କେମେଷ୍ଟ୍ରି ଲାଜବାବ୍ ମନେ ହେଉଛି।