ବରୁଣ ଧଓ୍ଵନଙ୍କ ‘ଅକ୍ଟୋବର୍‌’ର ଏହି ଫଟୋ ବେଶ ଚର୍ଚ୍ଚାରେ ରହିଛି

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ୍‌ ହିରୋ ବରୁଣ ଧଓ୍ଵନଙ୍କ ଲାଟେଷ୍ଟ ସିନେମା ‘ଅକ୍ଟୋବର୍‌’ର ଏକ ଫଟୋ ଏବେ ବେଶ ଚର୍ଚ୍ଚାରେ ରହିଛି। ଏହା ହେଉଛି ଲୋକପ୍ରିୟ ନିର୍ଦ୍ଦେଶକ ସୁଜିତ୍‌ ସରକାରଙ୍କ ନିର୍ଦ୍ଦେଶିତ ଏହି ସିନେମାର ମନାଲୀଠାରେ ଚାଲିଥିବା ସୁଟିଂର ଶେଷ ଦିନର ଫଟୋ। ଏଥିରେ ବରୁଣ ଏବଂ ନବାଗତା ନାୟିକା ବନିତା ସାନ୍ଧୁଙ୍କୁ ଏକ କୁକୁର ସହିତ ଦେଖିବାକୁ ମିଳିଛି।

ବରୁଣ ଖୁସି ଜାହିର କରିଛନ୍ତି ଯେ ପିକୁ ଭଳି ଭଲ ସିନେମା ତିଆରି କରିଥିବା ସୁଜିତଙ୍କ ସହ ତାଙ୍କୁ କାମ କରିବାର ସୁଯୋଗ ମିଳିଛି। ମନାଲୀରେ ସୁଟିଂ ଅଭିଜ୍ଞତା ତାଙ୍କର ସ୍ମରଣୀୟ ହୋଇ ରହିବ ବୋଲି ବରୁଣ କହିଛନ୍ତି। ଏଥିରେ ତାଙ୍କ ବିପକ୍ଷରେ ନାୟିକା ବନିବେ ନବାଗତା ବନିତା ସାନ୍ଧୁ। ବନିତାଙ୍କ ସହ ତାଙ୍କର ଯୋଡି ଜମିବ ବୋଲି କହିଛନ୍ତି ବରୁଣ। ଏହା ଏକ ଭିନ୍ନ ଧରଣର ପ୍ରେମ କାହାଣୀ ଉପରେ ଆଧାରିତ ବୋଲି ସୁଜିତ କହିଛନ୍ତି। ଖବରକାଗଜରୁ ଏକ ଲେଖା ପଢ଼ିବାପରେ‘ଅକ୍ଟୋବର୍‌’ର କାହାଣୀ ତାଙ୍କ ମନକୁ ଆସିଥିଲା ବୋଲି ନିର୍ଦ୍ଦେଶକ ସୁଜିତ୍‌ ସରକାର କହିଛନ୍ତିି।ବରୁଣ ଧଓ୍ଵନଙ୍କ ଅଭିନୀତ ‘ଅକ୍ଟୋବର୍‌’ହିଟ୍‌ ହେବ ବୋଲି ଜୋର ଦେଇ କହିଛନ୍ତି ନିର୍ଦ୍ଦେଶକ ସୁଜିତ୍‌ ସରକାର ।

ସମ୍ବନ୍ଧିତ ଖବର