ଅଭିନେତ୍ରୀ ଦୀପା ସାହୁ ଗୁରୁତର, ସଂକଟାପନ୍ନ ଅବସ୍ଥାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି

 ଭୁବନେଶ୍ବର: ଅଭିନେତ୍ରୀ ଦୀପା ସାହୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରସ୍ଥିିତ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ସେ ଦୀର୍ଘ ୬ ବର୍ଷ ଧରି କର୍କଟ ରୋଗରେ ପୀଡ଼ିତ ଥିବା ବେଳେ ଆଜି ଅଚାନକ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଅଭିନେତା ତଥା ବିଜେପି ନେତ‌ା ଅଖିଳ ପଟ୍ଟନାୟକ ଓ ସମାଜସେବୀ ପ୍ରଶାନ୍ତ ନାୟକ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିବା ସୂଚନା ରହିଛି। ଚିକିତ୍ସା ପାଇଁ ଦୀପାଙ୍କ ପାଖରେ ଆବଶ୍ୟକୀୟ ଟଙ୍କା ନଥିବା କାରଣରୁ ଦୀପାଙ୍କ ଚିକିତ୍ସା ସକାଶେ ଅର୍ଥ ସହାୟତାର ନିବେଦନ କରାଯାଇଛି।


Incredible Orissa

ଉଲ୍ଲେଖଯୋଗ୍ୟ, ଦୀପା ଓଡ଼ିଆ ଆଲ୍‌ବମ୍‌ ଦୁନିଆର ଜଣେ ବହୁ ପରିଚିତା ଚେହେରା।  ସେ ବହୁ ସମ୍ବଲପୁରୀ ଆଲ୍‌ବମ୍‌ରେ ଅବତୀର୍ଣ୍ଣ ହୋଇ ଦର୍ଶକଙ୍କର ଭରପୂର ମନୋରଞ୍ଜନ କରାଇଛନ୍ତି। ‘ତୋର କୃଷ୍ଣଚୂଡ଼ା ରଂଗର ନାଲି ଓଢ଼ଣୀ’, ‘ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା’, ‘ଏକରା ଏକରା ରା’, ‘ଲେ ଲେଇଜା ଲଚକମଣି’ ଆଦି ସୁପରହିଟ୍‌ ଆଲ୍‌ବମ୍‌ରେ ଦେଖିବାକୁ ମିଳିଥିଲେ ଦୀପା।

youtube

ଆଲବମ୍‌ ବ୍ୟତୀତ ସେ କିଛି ଟେଲି ଧ‌ାରାବାହିକ ଓ ଓଡ଼ିଆ ସିନେମାରେ ବି ଦେଖିବାକୁ ମିଳିଛନ୍ତି। ‘ନାରୀ ଆଖିରେ ନିଆଁ’ ଚଳଚ୍ଚିତ୍ର ଜରିଆରେ ସିନେମା ଦୁନିଆରେ ଡେବ୍ୟୁ କରିଥିଲେ ଦୀପା। ଏହି ସିନେମାରେ ସେ ଏକ ପ୍ରଭାବଶାଳୀ ଭୂମିକାରେ ଅବତୀର୍ଣ୍ଣ ହୋଇ ଦର୍ଶକଙ୍କ ମନ ମୋହିଥିଲେ। ପ୍ରାୟ ୬/୭ ବର୍ଷ ହେବ ସେ ଅଭିନୟ ଦୁନିଆରେ ନିଷ୍କ୍ରିୟ ଥିଲେ।

ସମ୍ବନ୍ଧିତ ଖବର