ଏବେ ପୁଣି ଚର୍ଚ୍ଚାରେ ଓଡ଼ିଆ ନାୟିକା କାବ୍ୟା

ଭୁବନେଶ୍ବର: ଓଲିଉଡର ଜଣେ ପ୍ରତିଭାବାନ୍ ନାୟିକା କାବ୍ୟା କିରଣ୍‌ଏବେ ପୁଣି ‘ଶହୀଦ ରଘୁ ସର୍ଦ୍ଦାର’ ଶୀର୍ଷକ ଏକ ଫିଲ୍ମ ରେ ଅଭିନୟ କରି ଚର୍ଚ୍ଚାରେ ଅଛନ୍ତି। ରାଜୀବ ମହାନ୍ତି ଏହି ଭିନ୍ନ ସ୍ୱାଦର ସିନେମାର ନିର୍ଦ୍ଦେଶନା ଦେଉଛନ୍ତି। ଫିଲ୍ମର ମୁଖ୍ୟ ଚରିତ୍ରରେ ଦର୍ଶକ କାବ୍ୟାଙ୍କ ବ୍ୟତୀତ ଦେବାଶିଷ, ସନ୍ତୋଷ, ଜିନା, ରୁଦ୍ର, ପିଣ୍ଟୁ ନନ୍ଦ, ରାଜୀବ ମହାନ୍ତି, ବିଜୁ ବଡ଼ଜେନା ପ୍ରମୁଖଙ୍କୁ ଦେଖିବାକୁ ପାଇବେ। ବିକାଶ ଶୁକ୍ଳା ଏ ଫିଲ୍ମର ସଂଗୀତ ନିର୍ଦ୍ଦେଶନା ଦେଉଛନ୍ତି। ଡ଼ ରଜନୀ ରଞ୍ଜନ ସଂଳାପ ଲେଖିଛନ୍ତି।ଏହାର ପ୍ରଯୋଜକ ହେଲେ ବିଶ୍ୱନାଥ ପଟ୍ଟନାୟକ।


ସୂଚନାଯୋଗ୍ୟ କାବ୍ୟା ଏଯାଏଁ କେବଳ ଦୁଇଟି ଓଡ଼ିଆ ଚଳଚ୍ଚିତ୍ରରେ ନାୟିକା ଭୂମିକାରେ ନଜର ଆସିଛନ୍ତି। ହଁ କାବ୍ୟା ୨୦୧୪ ରେ ରିଲିଜ୍‌ ହୋଇଥିବା ଥ୍ରିଡି ଓଡ଼ିଆ ସିନେମା ‘କାଉଁରି କନ୍ୟା’ରେ ପ୍ରଥମେ ପରଦାକୁ ଆସିଥିଲେ। ସୌମରଂଜନ ସାହୁଙ୍କ ନିର୍ଦ୍ଦେଶିତ ଏହି ସିନେମାରେ କାବ୍ୟା କିରଣ୍‌ଙ୍କ ଅଭିନୟ ବି ବେଶ୍‌ ପ୍ରଭାବଶାଳୀ ଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସୌମ୍ୟରଂଜନ ସାହୁ,ଅର୍ଦ୍ଧେନ୍ଦୁ ଓ ପାୟଲ୍‌ ଭୂୟାଁ ପ୍ରମୁଖଙ୍କୁ ବି ଦେଖିବାକୁ ମିଳିବଲା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ।

କାବ୍ୟା ଅନ୍ୟ ଏକ ଓଡ଼ିଆ ସିନେମାରେ ନାୟିକା ଭୂମିକା ନିଭାଇଛନ୍ତି। ଏହି ସିନେମାର ଟାଇଟଲ୍‌ ହେଲା ‘ରହସ୍ୟ’।ନବାଗତ ବିଘ୍ନେଶ୍ୱର ପଣ୍ଡା ଏହାର ନିର୍ଦ୍ଦେଶକ। ‘ରହସ୍ୟ’ରେ ପ୍ରଥମଥର ପାଇଁ କାବ୍ୟା କିରଣ୍‌ ଡବଲ୍‌ ରୋଲ୍‌ରେ ନଜର ଆସିଥିଲେ।ଏହି ସିନେମାରେ ଗୋଟିଏ ଭୂମିକାରେ କାବ୍ୟାଙ୍କୁ ଜଣେ ରାଗି କୁମାରୀ ଇନ୍ଦୁମତୀ ଓ ଅନ୍ୟଟିରେ କଲେଜ୍‌ ପଢ଼ୁଆ ଯୁବତୀ ଶ୍ରୁତି ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶର୍କ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନବାଗତ ତୁଷାର,ଅଙ୍କିତା ମହାନ୍ତି,ଗୁଲୁ ମାଇକେଲ ଓ ଅବକାଶ ମିଶ୍ର ଏବଂ ବିଘ୍ନେଶ୍ୱର ପଣ୍ଡା ପ୍ରମୁଖ ଅଭିନୟ କରିଥିଲେ । କାବ୍ୟା ବଲିଉଡରେ ବି ସକ୍ରିୟ ଅଛନ୍ତି।

ସମ୍ବନ୍ଧିତ ଖବର