ଅନ୍ତର୍ଜାତୀୟ ଗ୍ଲୋବାଲ ମିଷ୍ଟର ଆଣ୍ଡ ମିସେସ୍ ଇଣ୍ଡିଆ ଟପ୍ ୨୦ରେ ସ୍ଥାନ ପାଇଲେ ଓଡ଼ିଆ ଯୁବକ ଜଗତଜୀବନ

ଭୁବନେଶ୍ୱର: ଅନ୍ତର୍ଜାତୀୟ ଗ୍ଲୋବାଲ ମିଷ୍ଟର ଆଣ୍ଡ ମିସେସ୍ ଇଣ୍ଡିଆ ଟପ୍ ୨୦ରେ ସ୍ଥାନ ପାଇଲେ ଓଡ଼ିଆ ଯୁବକ ଜଗତଜୀବନ ସାହୁ | ମହାରାଷ୍ଟ୍ରର ପୁନେଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୋଟ ୨୨୦ ଜଣ ପ୍ରତିଯୋଗୀ ଫାଇନାଲ ରାଉଣ୍ଡରେ ଅଂଶ ଗ୍ରହଣ କରିଥିଲେ । ଏହି ସୋ ରେ ମଡ଼େଲିଂରେ ମନୋନୀତ ହୋଇଥିବା ୧୭ଜଣଙ୍କ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବାଲିକଣା ଗାଁର ଯୁବକ ଜଗତଜୀବନ ସାହୁ ମଧ୍ୟ ଅଛନ୍ତି | ବିଭିନ୍ନ ରାଜ୍ୟରୁ ଅନୁଷ୍ଠିତ ଏସିଆ ଅନ୍ତର୍ଜାତୀୟ ଗ୍ଲୋବାଲ ମିଷ୍ଟର ଏଣ୍ଡ ମିସେସ୍ ମଡ଼େଲିଂ ପାଇଁ ଅଡ଼ିସନରେ ଓଡ଼ିଶାରୁ ୬ଜଣ ପୁଅ ଓ ୪ଜଣ ଝିଅ ଫାଇନାଲ ରାଉଣ୍ଡକୁ ପ୍ରବେଶ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ ।

ଡ଼୍ୟାନ୍ସ, ଫଟୋ ସୁଟିଂ, ରାମ୍ପ ୱାକ୍ ପ୍ରଭୁତିରେ କଳା ପ୍ରଦର୍ଶନ କରିଥିଲେ । ଏହି ସୋରେ ମୁଖ୍ୟ ବିଚାରପତି ଭାବରେ ବଲିଉଡ଼୍ କଳାକାର କୈନାତ୍ ଆରୋରା ଯୋଗଦେଇ ପ୍ରତିଯୋଗୀମାନଙ୍କ ପ୍ରତିଭା ମୂଲ୍ୟାଙ୍କନ କରିଥିଲେ । ମନୋତୀତ ହୋଇଥିବା ଟପ୍ ୨୦ ରେ ଓଡ଼ିଶାର ଜଗତଜୀବନଙ୍କ ନାମ ଘୋଷଣା କରାଯାଇ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।

ଜଗତଜୀବନ୍ ମହାରାଷ୍ଟ୍ର ପୁନେରେ ଲୁମେକ୍ସ ଆନସି୍ଲାରୀ କ୍ୱାଲିଟି ଇଂଜିନିୟରିଂ କରୁଥିବା ବେଳେ ସେ ପିଲାବେଳୁ ଜଣେ କଳାକାର ହେବାକୁ ଇଚ୍ଛା ରଖିଥିଲେ । ଚାକିରି କାଳ ମଧ୍ୟରେ ପୁନେରେ ଅନୁଷ୍ଠିତ ହେଉଥିବା ମଡ଼େଲିଂ ଅଡ଼ିସନରେ ଅଂଶଗ୍ରହଣ କରିବାକୁ ଇଚ୍ଛାପ୍ରକାଶ କରିଥିଲେ । ତାଙ୍କର ଏହି ଆଗ୍ରହ ଦେଖି ତାଙ୍କ ବାପା ଓ ମା ତାଙ୍କୁ ପ୍ରେରଣା ଦେଇଥିଲେ | ଯାହା ଆଜି ତାଙ୍କୁ ସଫଳତା ଦେଇଛି ବୋଲି ଜଗତ କହିଛନ୍ତି ।

ସମ୍ବନ୍ଧିତ ଖବର