ଗତ ମାସରେ କେବଳ ୨ଟି ଓଡ଼ିଆ ସିନେମା, ଏବେ ସଂଖ୍ୟା ପହଞ୍ଚିଲା ୨୪ରେ

ଭୁବନେଶ୍ୱର: ଚଳିତ ବର୍ଷର ନଭେମ୍ବର ମାସ ସରିଛି। ଗତ ନଭେମ୍ବର ମାସରେ ଦୁଇଟି ଓଡ଼ିଆ ସିନେମା ଏକା ତାରିଖ (୨୩ )ରେ ରିଲିଜ୍‌ ହୋଇଥିଲା। ଏଥିଭିତରୁ ପ୍ରଥମଟି ହେଲା ‘ଲଭ୍‌ ଅଲଗା ପ୍ରକାର’ । ଏଥିରେ ଜ୍ୟୋତି , ଝିଲିକ୍‌ ,ବିଜୟ ମହାନ୍ତି ଏବଂ ଜୟୀ ପ୍ରମୁଖ ଅଭିନୟ କରିଥିଲେ। ଆର ସିନେମା ହେଲା ସାଥୀ ତୁ ଫେରିଆ । ଏଥିରେ ଜ୍ୟୋତି, ଅନୁଭା ,ମହାଶ୍ୱେତା , ଶ୍ରୀତମ୍‌ ଦାସ, ମଣ୍ଟୁ ଏବଂ ଅନୀଶା ପ୍ରମୁଖ ଅଭିନୟ କରିଥିଲେ। ଏବେ ଗତ ଏଗାର ମାସ ମଧ୍ୟରେ ମୋଟ୍‌ ୨୪ଟି ନୂଆ ଓଡ଼ିଆ ସିନେମା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଜଣାଯାଇଛିି।

ଏ ବର୍ଷର ପ୍ରଥମ ସିନେମା ହେଲା ‘ଓନ୍‌ଲି ପ୍ୟାର୍‌’। ସୁନୀଲ କୁମାର ଦାଶଙ୍କ ପ୍ରଯୋଜିତ ତଥା ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ‘ଓନ୍‌ଲି ପ୍ୟାର୍‌’ରେ ବାବୁସାନ୍‌ ଓ ସୁପ୍ରିୟା ଥିଲେ ଲିଡ ରୋଲ୍‌ରେ।

ତା’ପରେ ପରଦାକୁ ଆସିଥିଲା ତରଙ୍ଗ ସିନେ ପ୍ରଡକ୍‌ସନ୍‌ର ‘ହାପି ଲକି’।ଏଥିରେ ସମ୍ବିତ,ସସ୍ମିତା,ଜ୍ୟୋତି,ଏଲିନା ଓ ବବି ମିଶ୍ର ପ୍ରମୁଖ ଅଭିନୟ କରିଥିଲେ। ଏ ଦୁଇଟି ସିନେମା ଜାନୁଆରିରେ ପରଦାକୁ ଆସିଥିଲା।

ଫେବୃଆରି ମାସରେ ମୁକ୍ତିଲାଭ କରିଥିଲା କେବଳ ଗୋଟିଏ ସିନେମା ‘ଗୁଡୁ ଆଣ୍ଡ ଗୁଡି’। ମାର୍ଚ୍ଚ ମାସରେ ଚାରିଟି ସିନେମା‘ମନର ମାନସୀ’,‘ଦୀପୁ ଦ ଡ୍ୟାନ୍‌ସ ବୟ’,‘ହତ୍ୟା’ ଓ ‘ଅଜାତଶତ୍ରୁ’ରିଲିଜ୍‌ ହୋଇଥିଲା। ଏଗୁଡିକ ନୂଆ କଳାକାରଙ୍କ ସିନେମା ଥିଲା।

୨୦୧୮ ଏପ୍ରିଲ ମାସରେ ଚାରିଟି ଦମ୍‌ଦାର ଓଡିଆ ସିନେମା ମୁକ୍ତିଲାଭ କରିଥିଲା। ଏଗୁଡ଼ିକ ହେଲା ସିଦ୍ଧାନ୍ତ, ମୁନ୍ନା ଓ ରୀୟାଙ୍କ ଅଭିନୀତ ‘ଦିଓ୍ଵାନା ହେଲି ତୋ’ ପାଇଁ’,ସିଦ୍ଧାନ୍ତ,ଜ୍ୟୋତି ଓ ଝିଲିକ୍‌ଙ୍କ ଅଭିନୀତ ‘ଓଲେ ଓଲେ ଦିଲ୍‌ ବୋଲେ’,ଶ୍ରୀଧର ମାର୍ଥାଙ୍କ ‘ଯୋଗୀ’ଓ ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଶକ୍ତି’।

ମଇ ମାସରେ କେବଳ ଗୋଟିଏ ସିନେମା ‘ଲଭ ପ୍ରମିଜ୍‌’ରିଲିଜ୍‌ ହୋଇଥିଲା। ଜୁନ୍‌ ମାସରେ ଦୁଇଟି ବିଗ୍‌ ବଜେଟ୍‌ ଓ ବଡ ଷ୍ଟାରକାଷ୍ଟର ସିନେମା ମୁକ୍ତିଲାଭ କରିଥିଲା। ଏ ଦୁଇଟି ଓଡ଼ିଆ ସିନେମା ରଜ ଅବସରରେ ରିଲିଜ୍‌ ହୋଇଥିଲା। ଏ ଦୁଇ ସିନେମା ହେଲା ବାବୁସାନ୍‌ ଓ ବିଦ୍ୟାଙ୍କ ଅଭିନୀତ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’ ଏବଂ ସବ୍ୟସାଚୀ-ଏଲିନା ଷ୍ଟାରର୍‌ ‘ଫୋର୍‌ ଇଡିଅଟ୍‌ସ’।

ଜୁଲାଇ ମାସରେ ସବ୍ୟସାଚୀ-ଏଲିନାଙ୍କ ଅଭିନୀତ ‘ଟୋକାଟା ଫସିଗଲା’ଓ ରୋନକ ଦାଶ-ମେଘା ମହାନ୍ତିଙ୍କ ଅଭିନୀତ ଫିଲ୍ମ ‘ଏକ୍ସ କ୍ୟୁଜ୍‌ ମି’ମୁକ୍ତିଲାଭ କରିଥିଲା। ଅଗଷ୍ଟରେ ଆସିଥିଲା ‘ଲୋକାଲ୍‌ ଟୋକା ଲଭ୍‌ ଚୋଖା’। ସେପ୍ଟେମ୍ବରରେ ପରଦାକୁ ଆସିଥିଲା ‘ଇଶ୍କ ପୁଣି ଥରେ’ ଏବଂ ‘ ଭାଇଜାନ୍‌’। ଠିକ୍‌ ସେହିପରି ଅକ୍ଟୋବରରେ ରିଲିଜ୍‌ ହୋଇଥିଲା ତିନିଟି ଓଡ଼ିଆ ସିନେମା ମା’, ଶ୍ରୀମାନ୍‌ ସୁରଦାସ ଏବଂ ପ୍ରେମ କୁମାର ।

ସମ୍ବନ୍ଧିତ ଖବର