ଓଲିଉଡ ନାୟକ ଜ୍ୟୋତିଙ୍କ ନୂଆ ରେକର୍ଡ

ଭୁବନେଶ୍ୱର: ଏବେ ଜଣେ ନାୟକଙ୍କ ହାତରେ ସବୁଠାରୁ ଅଧିକ ସିନେମା। ଆପଣ ଭାବୁଥିବେ କିଏ ସେହି ନାୟକ ଜଣକ। ହଁ , ସେ ହେଲେ ଜ୍ୟୋତି।

ଜ୍ୟୋତି ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ‘ମିଠା ମିଠା ଯୋଡ଼ି’ଜରିଆରେ ଓଲିଉଡ଼୍‍ରେ ପ୍ରବେଶ କରିଥିଲେ। କିନ୍ତୁ ତାଙ୍କ ଅଭିନୀତ ‘ଦେଲେ ଧରା କଥା ସରେ’ପ୍ରଥମେ ମୁକ୍ତି ଲାଭ କରିଥିଲା।ଏହାପରେ ଜ୍ୟୋତିଙ୍କୁ ମିଠାମିଠା ,ନିଝୁମ୍‌ ରାତିର ସାଥୀ, ତୁ ମୋ’ ହିରୋ , ଓଲେ ଓଲେ ଦିଲ ବୋଲେ ଆଦି ଓଡ଼ିଆ ସିନେମାରେ ଦେଖିବାକୁ ମିଳିଛି। ହେଲେ ଜ୍ୟୋତି ପ୍ରଥମ ଥରଲାଗି ଏକ ରେକର୍ଡ କରୁଛନ୍ତି। ତାହା ହେଲା ଯେ ଆଜି ଜ୍ୟୋତିଙ୍କର ଦୁଇଟି ସିନେମା ରିଲିଜ୍‌ ହେଉଛି। ଏ ଦୁଇଟି ସିନେମାଭିତରୁ ଗୋଟିଏ ହେଲା ‘ଲଭ ଅଲଗା ପ୍ରକାର’ ଓ ଅନ୍ୟଟି ହେଲା ‘ସାଥୀ ତୁ ଫେରିଆ’।‘ଲଭ ଅଲଗା ପ୍ରକାରର’ ରେ ଜ୍ୟୋତି ପୁଣିଥରେ ତାଙ୍କର ହିଟ୍‌ ପାର୍ଟନର ଝିଲିକ୍‌ଙ୍କ ସହିତ ଆସୁଛନ୍ତି। ଅପରପକ୍ଷରେ ‘ସାଥୀ ତୁ ଫେରିଆ’ରେ ତାଙ୍କର ନାୟିକା ଭୂମିକାରେ ଅଛନ୍ତି ଅନୁଭା। ଜ୍ୟୋତି ନିଜର ଏଦୁଇ ସିନେମାଭିତରୁ କେଉଁଥିରେ ବାଜିମାତ୍‌ କରୁଛନ୍ତି ,ତାହା ଉପରେ ରହିଛି ନଜର।

ସମ୍ବନ୍ଧିତ ଖବର