ଭୁବନେଶ୍ୱର: ଓଲିଉଡର ଜଣାଶୁଣା ନାୟିକା ପ୍ରକୃତି ମିଶ୍ରଙ୍କୁ ୨୦୧୮ରେ ରାଷ୍ଟ୍ରୀୟ ପୁରସ୍କାର ମିଳିଲା ,ମାତ୍ର ତାଙ୍କର କୌଣସି ଓଡ଼ିଆ ସିନେମା ରିଲିଜ୍ ହେଲା ନାହିଁ। ତାଙ୍କ ଅଭିନୀତ ଓଡ଼ିଆ ସିନେମା ‘ପଗଲୁ’ ଏ ବର୍ଷ ରିଲିଜ୍ ହେବ ବୋଲି ଶୁଣିବାକୁ ମିଳିଥିଲା ,ମାତ୍ର ତାହା ରିଲିଜ୍ ହେଲା ନାହିଁ । ଏହି କାରଣରୁ ଓଡ଼ିଆ ସିନେ ପ୍ରେମୀ ତାଙ୍କର ଅନୁପସ୍ଥିତି ଅନୁଭବ କରିଲେ। ପ୍ରଖ୍ୟାତ ସଂଗୀତ ନିର୍ଦେଶକ ମନ୍ମଥ ମିଶ୍ରଙ୍କ କନ୍ୟା ପ୍ରକୃତି ଓଲିଉଡରେ ଶିଶୁ କଳାକାର ଭାବେ ପ୍ରବେଶ କରିଥିଲେ। ଶିଶୁ କଳାକାର ଭାବେ ତାଙ୍କ ଅଭିନୀତ ପ୍ରଥମ ଛବି ଥିଲା ସୁବିଖ୍ୟାତ ନିର୍ଦେଶକ ଶିଶିର ମିଶ୍ରଙ୍କ ‘ ସାବତ ମା ’।
ତାଙ୍କୁ ଶିଶୁ କଳାକାର ଭାବେ ଆଉ କେତୋଟି ଓଡ଼ିଆ ଛବିରେ ଦେଖିବାକୁ ମିଳିଛି ଯେଉଁଥିରୁ ଆଉ ଏକ ଉଲ୍ଲେଖନୀୟ ସିନେମା ହେଲା ‘ହରି ଭାଇ ହାରେନା’। ତେବେ ନାୟିକା ରୂପେ ପ୍ରକୃତିଙ୍କୁ ବ୍ରେକ୍ ଦେଇଥିଲେ ସୋ’ ମ୍ୟାନ୍ ପ୍ରଶାନ୍ତ ନନ୍ଦ ତାଙ୍କ ଫିଲ୍ମ ‘ ଥୁକୁଲ୍ ’(୨୦୧୨)ରେ। ଏହାପରେ ସେ ‘ପ୍ରେମିକା’, ‘ ଓମ୍ ସାଇ ରାମ୍ ’, ‘ ଏସିପି ସାଗରିକା ’ ‘ଓମ୍ -ଆଇ ଆମ୍ ନଟ୍ ଏ ଗଡ୍ ’ ଏବଂ ‘ ମିଠା ମିଠା ’ ‘ହେଲୋ ଆରସି’ଆଦି ଓଡ଼ିଆ ଛବିରେ ଲିଡ୍ ରୋଲରେ ନଜର ଆସିଛନ୍ତି।
ବିଗତ ୬ ବର୍ଷରେ ତାଙ୍କୁ ଯେତେ ସଂଖ୍ୟକ ଫିଲ୍ମରେ ଦର୍ଶକ ଦେଖିବେ ବୋଲି ଆଶା ରଖିଥିଲେ, ତାହା ସମ୍ଭବ ହୋଇନାହିଁ।ଚଳିତ ବର୍ଷ ପ୍ରକୃତିଙ୍କ ଅଭିନୀତ କୌଣସି ଓଡ଼ିଆ ଛବି ମୁକ୍ତିଲାଭ କରିନାହିିଁ। ତାଙ୍କୁ ଏକ ହିନ୍ଦୀ ସିରିଆଲ ‘ତିନ ଦେବିୟାଁ’ରେ ଅବଶ୍ୟ ପ୍ରକୃତିଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ତାଙ୍କୁ ୨୦୧୮ରେ ରାଷ୍ଟ୍ରୀୟ ପୁରସ୍କାର ମିଳିଛି।