ଭୁବନେଶ୍ୱର: ଓଲିଉଡର ଓଣ୍ଡର ବୟ ଭାବେ ପରିଚିତ ନିର୍ଦ୍ଦେଶକ ସଂଜୟ ନାୟକ ସଂଜୟ ନାୟକ ଯେ କେବଳ ଜଣେ ନିର୍ଦ୍ଦେଶକ,ତା’ ନୁହେଁ,ବରଂ ସେ ଜଣେ ନିର୍ମାତା ,କାହାଣୀକାର,ସଂଳାପ ଲେଖକ ମଧ୍ୟ। ତାଙ୍କର ଏକ ଓଡ଼ିଆ ସିନେମା ରିଲିଜ୍ ଅପେକ୍ଷାରେ ରହିଛି। ନିର୍ଦ୍ଦେଶକ ସଂଜୟ ନାୟକଙ୍କର ଅନ୍ୟ ଏକ ସିନେମା ଏବେ ରିଲିଜ୍ ପାଇଁ ସଜବାଜ ହେଉଛି। ଏହାର ଟାଇଟଲ୍ ହେଲା ‘ପ୍ରେମରେ ରଖିଚି ଶହେରୁ ଶହେ’। ଦିଲୀପ ଦାସ ଓ ବିରଞ୍ଚ ନାରାୟଣ ପଣ୍ଡାଙ୍କ ପ୍ରଯୋଜିତ ଏହି ସିନେମାରେ ଜ୍ୟୋତି,ରୀୟା,ବିଜୁ ବଡଜେନା ଓ ପ୍ରେମାଂଜନ ପରିଡା ପ୍ରମୁଖଙ୍କୁ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ। ଏହାର ସଙ୍ଗୀତକାର ହେଲେ ମଳୟ ମିଶ୍ର। ମିଳିଥିବା ସୂଚନା ଅନୁଯାୟୀ ‘ପ୍ରେମରେ ରଖିଚି ଶହେରୁ ଶହେ’ ଚଳିତ ମାସ ୧୦ ତାରିଖରେ ମୁକ୍ତିଲାଭ କରିବ।ଏହା ଏକ ରୋମାଣ୍ଟିକ୍ କମେଡି ବୋଲି ଜଣାଯାଇଛି। ଏହାର ଗୋଟିଏ ଗୀତ ‘ସଲମାନ୍ ଖାଁର ବୋପା ମୁଁ ପ୍ରେମରେ ରଖିଚି ଶହେରୁ ଶହେ’ ବେଶ୍ ଲୋକପ୍ରିୟ ହୋଇସାରିଛି।
୧୦ରେ ଆସୁଛି ଏହି ଓଡ଼ିଆ ସିନେମା
/sambad/media/post_attachments/wp-content/uploads/2019/02/premare100.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)