ଭୁବନେଶ୍ୱର: ଏବର୍ଷ ପୁଣି ଏକ ବିଗ୍ ବ୍ୟାନର ସିନେମାରେ କାମ କରୁଛନ୍ତି ସବ୍ୟସାଚୀ-ଏଲିନା। ଆମର ମ୍ୟୁଜିକ୍ ପ୍ରାଇଭେଟ୍ ଲିମିଟେଡ୍ର ପ୍ରଥମ ସିନେମା ‘ମାଲ୍ ମହୁ,ଜୀବନ ମାଟି , ଭାଗ୍ୟର ନୋ ଗ୍ୟାରେଣ୍ଟି’ରେ ସବ୍ୟସାଚୀଙ୍କ ବିପକ୍ଷରେ ପୁଣି ନାୟିକା ଭାବେ ଅଭିନୟ କରିବାକୁ ଯାଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଏଲିନା। ଆଗରଚ ଏହି ଯୋଡିକୁ ଦର୍ଶକ ଗତ ବର୍ଷ ଦୁଇଟି ସିନେମାରେ ଦେଖିବାକୁ ମିଳିଥିଲା। ଏହି ସିନେମା ହେଲା ‘ଟୋକାଟା ଫସିଗଲା ଏବଂ ଫୋର ଇଡିଅଟସ୍’।‘ମାଲ୍ ମହୁ,ଜୀବନ ମାଟି , ଭାଗ୍ୟର ନୋ ଗ୍ୟାରେଣ୍ଟି’ରେ ତୃତୀୟ ଥରଲାଗି ଏକାଠି ଆସୁଛନ୍ତି ସବ୍ୟ-ଏଲିନା। ଏହା ରିଲିଜ୍ ହେଲେ ହାଟ୍ରିକ୍ କରିବେ ଏହି ଯୋଡି।ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରମେଶ ରାଉତ। ଏହି ଓଡ଼ିଆ ସିନେମାର ସଂଳାପ ଲେଖିଛନ୍ତି ଡ଼ ନିର୍ମଳ ନାୟକ ଓ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର୍। ଇତିମଧ୍ୟରେ ସିନେମାର ସୁଟିଂ ଶେଷ ପର୍ଯ୍ୟାୟରେ ରହିଛି। ଯାହା ଜଣାଯାଉଛି ଏହା ଖୁବ୍ ଶୀଘ୍ର ରିଲିଜ୍ ହେବ।