ଏହି ଟପ୍‌ ନାୟକଙ୍କ ସହ ଯୋଡି ହେଲେ ରୀୟା

 

ଭୁବନେଶ୍ୱର: ନିର୍ଦ୍ଦେଶକ ସଂଜୟ ନାୟକ ଏବେ ଏକ ନୂଆ ସିନେମା ତିଆରି କରୁଛନ୍ତି। ଏଥିରେ ଏମିତି ଦୁଇଜଣଙ୍କୁ ନାୟକ-ନାୟିକା ଭୂମିକାରେ ନେଇଛନ୍ତି ଯେଉଁମାନେ ବେଶ୍‌ ପରିଚିତ। ହେଲେ ସେ ଦୁହେଁ କେବେ ଏକାଠି କାମ କରି ନାହାନ୍ତି। ହଁ ଏହି ଯୋଡି ହେଲେ ଜ୍ୟୋତି-ରୀୟା ।ଏହି ଯୋଡିକୁ ନେଇ ନିର୍ମିତ ହେଉଥିବା ଓଡ଼ିଆ ସିନେମାର ଶୀର୍ଷକ ହେଲା-‘ପ୍ରେମରେ ରଖିଚି ଶହେରୁ ଶହେ’। ବିରଞ୍ଚ ନାରାୟଣ ପଣ୍ଡା ଓ ଦିଲୀପ ଦାଶଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ଓଲିଉଡର ଓଣ୍ଡର ବୟ୍‌ ସଂଜୟ ନାୟକ। ଜ୍ୟୋତି ଏହି ସିନେମାରେ ନିର୍ଦ୍ଦେଶକ ସଂଜୟ ନାୟକଙ୍କ ସହ ଦ୍ୱିତୀୟ ଥର କାମ କରୁଥିବାବେଳେ, ରୀୟା ଦେ ପ୍ରଥମ ଥର ପାଇଁ କାମ କରୁଛନ୍ତି। ଜ୍ୟୋତିଙ୍କର ମୁକ୍ତିପ୍ରାପ୍ତ ପ୍ରଥମ ସିନେମା ହେଲା ‘ଦେଲେ ଧରା କଥା ସରେ’। ଏହାପରେ ଦର୍ଶକ ତାଙ୍କୁ ଇତିମଧ୍ୟରେ ‘ନିଝୁମ୍‌ ରାତିର ସାଥୀ’,‘ଦିଲ୍‌ କା ରାଜା’,‘ମିଠାମିଠା’,‘ଓଲେ ଓଲେ ଦିଲ୍‌ ବୋଲେ’,‘ହାପି ଲକି’ଆଦି ଓଡିଆ ସିନେମାରେ ନାୟକ ଭୂମିକାରେ ଦେଖିବାକୁ ପାଇଛନ୍ତି।

 

ଠିକ୍‌ ସେହିପରି ରୀୟା ଦେ ‘ପ୍ରେମ ଅଢ଼େଇ ଅକ୍ଷର’ସିନେମାରୁ କ୍ୟାରିଅର୍‌ ଆରମ୍ଭ କରଥିଲେ। ସେ ଇତିମଧ୍ୟରେ ଢେର ସିନେମାରେ ନାୟିକାଭାବେ ପରଦାକୁ ଆସିସାରିଲେଣି। ଓଲିଉଡ୍‌ର ଟପ୍‌ ହିରୋ ଯଥା ସିଦ୍ଧାନ୍ତ,ଅରିନ୍ଦମ୍‌ ,ବାବୁସାନ୍‌,ଆକାଶ,ସମ୍ବିତ,ସବ୍ୟସାଚୀ,ଅଭିଷେକ ଓ ଅମ୍ଳାନ ପ୍ରମୁଖଙ୍କ ସହ କାମ କରିସାରିଲେଣି।

ଜ୍ୟୋତି ପୂର୍ବରୁ ମାଳବିକା,ଝିଲିକ୍‌,ଏଲିନା,ତମନ୍ନା ଓ ପିଙ୍କି ପ୍ରିୟଦର୍ଶିନୀ ପ୍ରମୁଖ ନାୟିକାଙ୍କ ସହ ପେଆରିଂ କରିଛନ୍ତି।

ସମ୍ବନ୍ଧିତ ଖବର