ବର୍ଷକପରେ ପୁଣି ଦେଖା ଦେଲେ ଏହି ଦୁଇ ଓଲିଉଡ ନାୟିକା, ସୁପ୍ରିୟା,ହିମିକା

ଭୁବନେଶ୍ୱର: ୨୦୧୮ରେ ଓଲିଉଡକୁ ଫେରିଥିବା କେତେକ ନାୟିକାଙ୍କ ଭିତରୁ କେତେଜଣଙ୍କର ୨୦୧୭ରେ ଗୋଟିଏ ବି ସିନେମା ରିଲିଜ୍‌ ହୋଇନଥିଲା। ଅର୍ଥାତ୍‌ ସେମାନେ ପ୍ରାୟ ବର୍ଷକପରେ ପରଦା ଉପରକୁ ଆସିଥିଲେ । ଆସନ୍ତୁ ନଜର ପକାଇବା ସେମିତି ଦୁଇ ନାୟିକାଙ୍କ ଉପରେ…

 

ସୁପ୍ରିୟା:- ୨୦୧୬ରେ ରିଲିଜ୍‌ ହୋଇଥିଲା ତରଙ୍ଗ ସିନେ ପ୍ରଡକସନସର ପ୍ରଯୋଜିତ ଫିଲ ‘ଲଭ ପାଇଁ କୁଛ୍‌ ଭି କରେଗା’। ଏଥିରେ ପ୍ରଥମ ଥରଲାଗି ବାବୁସାନ୍‌ଙ୍କ ଅପୋଜିଟ୍‌ରେ ନାୟିକା ବନିଥିଲେ ଜଣେ ନବାଗତା। ଏହି ନାୟିକାଙ୍କ ନାମ ହେଲା ସୁପ୍ରିୟା ନାୟକ। ୨୦୧୭ରେ ତାଙ୍କର କୌଣସି ସିନେମା ରିଲିଜ୍‌ ହୋଇ ନଥିଲା। ଏହାପରେ ତାଙ୍କୁ ୨୦୧୮ରେ ରିଲିଜ୍‌ ହୋଇଥିବା ସିନେମା ‘ଓନ୍‌ଲି ପ୍ୟାର୍‌’ରେ ବାବୁସାନ୍‌ଙ୍କ ସହିତ ଦେଖିବାକୁ ପାଇଥିଲେ ଦର୍ଶକ। ୨୦୧୮ରେ ସୁପ୍ରିୟା ନାୟକ ଓଲିଉଡକୁ ଫେରିଛନ୍ତି।

 

ହିମିକା:- ନିର୍ଦ୍ଦେଶକ ଶୁଭାଶିଷ ପତିଙ୍କ ୨୦୧୬ରେ ରିଲିଜ୍‌ ହୋଇଥିବା ଓଡ଼ିଆ ସିନେମା‘ଗୁଣ୍ଡା’ରେ ନାୟିକା ଭାବେ ନଜର ଆସିଥିବା  ହିମିକାଙ୍କର ୨୦୧୭ରେ  କୌଣସି ଫିଲ୍ମ ପରଦାକୁ ଆସି ନ ଥିଲା। ୨୦୧୮ ରେ ସେ ଫିଲ୍ମ ‘ଗୁଡ୍ଡୁ ଆଣ୍ଡ୍‌ ଗୁଡ୍ଡି’ ଜରିଆରେ ଓଲିଉଡକୁ ଫେରିଥିଲେ।

ସମ୍ବନ୍ଧିତ ଖବର