ବାଳୀ: ଦ ସେଭିୟର୍‌

ଏ ମନ ଖୋଜୁଥାଏ ଯାହା, କାଳେ ପ୍ରାପତ ହୁଏ ତାହା। ପ୍ରଯୋଜନା କ୍ଷେତ୍ରରେ ପାଦ ଦେଇଥିବା ସୂର୍ଯ୍ୟକାନ୍ତ ଦିନେ ଭଲ ଭୂମିକାରେ ଅଭିନୟ କରିବାର ସ୍ବପ୍ନ ଦେଖିଥିଲେ। ତାଙ୍କର ସେଇ ସ୍ବପ୍ନ ଏବେ ପୂରଣ ହେବାକୁ ଯାଉଛି। ଚଳଚ୍ଚିତ୍ରର ଶୀର୍ଷକ ରହିଛି ‘ବାଳୀ: ଦ ସେଭିୟର୍’।

ଜଣେ ସାଧାରଣ ଯୁବକ ହେଇ ବସ୍ତିବାସିନ୍ଦାଙ୍କ ପାଇଁ ସେ କିପରି ନିଜ ଜୀବନକୁ ବାଜି ଲାଗାଇଦେଉଛି ତାହା ତାଙ୍କ ଚରିତ୍ରରେ ପ୍ରତିଫଳିତ ହେଇଛି। ଏଇ ଚଳଚ୍ଚିତ୍ରରେ ତାଙ୍କ ସହଯୋଗୀ, ପ୍ରେମିକା ଓ ଜୀବନସାଥୀ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତିି ମାମା ସାମଲ। ଏ ଦୁହିଁଙ୍କ ବ୍ୟତୀତ କାହାଣୀର ଅନ୍ୟ ପ୍ରମୁଖ ଚରିତ୍ରରେ ଅଛନ୍ତି ଅଶ୍ରୁମୋଚନ ମହାନ୍ତି, ଚୌଧୁରୀ ଜୟପ୍ରକାଶ ଦାସ, ବାପି ରୟ। ସୂର୍ଯ୍ୟକାନ୍ତ ସାମଲଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହେଇଥିବା ଏଇ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି କେ. ମୁରଲୀକ୍ରିଷ୍ଣା।

ସମ୍ବନ୍ଧିତ ଖବର