କରୋନା ମହାମାରୀ ସମୟରେ ପ୍ରବାସୀ ଦାଦନଙ୍କ ଦୁର୍ଦ୍ଦଶାକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଭୋକ’ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି। ନିକଟରେ ଲଣ୍ଡନଠାରେ ଅନୁଷ୍ଠିତ ୨୩ତମ ଇନ୍ଦ୍ରଧନୁ ରେନ୍-ବୋ ଚଳଚ୍ଚିତ୍ର ମହୋତ୍ସବରେ ଏହି ଫିଲ୍ମ ପୁରସ୍କାର ଲାଭ କରିଛି। ଗତ ମେ ୨୯ରୁ ଜୁନ୍ ୫ ତାରିଖ ଯାଏ ଲଣ୍ଡନଠାରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ରାଜୀବ ମହାନ୍ତିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଲକ୍ଡାଉନ୍ ସମୟରେ ଏକ ଦମ୍ପତି ସାମ୍ନା କରିଥିବା ଦୁଃଖଦ ସ୍ଥିତି ଓ ସଂଘର୍ଷ ଉପରେ ଆଧାରିତ। ଏଥିରେ ସୁରତରେ ରହୁଥିବା ଗୋଟିଏ ପରିବାର ଲକ୍ଡାଉନ୍ ସମୟରେ କିଭଳି ଓଡ଼ିଶା ଫେରୁଛନ୍ତି ଏବଂ ରାସ୍ତାରେ କେଉଁସବୁ ସମସ୍ୟାର ସାମ୍ନା କରୁଛନ୍ତି ତାହାର ବାସ୍ତବ ଚିତ୍ରାୟନ ହୋଇଛି। ବିଶେଷକରି ଜଣେ ମହିଳାଙ୍କ ଭିଟାମାଟି ଫେରିବାର ଦୁଃଖ କାହାଣୀ ଏଥିରେ ପ୍ରତିଫଳିତ ହୋଇଛି।
/sambad/media/post_attachments/wp-content/uploads/2022/07/bhoka-ff-300x169.jpg) Odisha Bytes
 Odisha Bytes‘ଭୋକ’ ଚଳଚ୍ଚିତ୍ର ମାଧ୍ୟମରେ କରୋନା ମହାମାରୀ ସାରା ବିଶ୍ବବାସୀଙ୍କ ଉପରେ ପକାଇଥିବା କୁପ୍ରଭାବ ଓ ଭୟାବହତାକୁ ସାମ୍ନାକୁ ଆଣିବାର ପ୍ରୟାସ କରାଯାଇଛି। ଲକ୍ଡାଉନ୍ ଓ ସଟ୍ଡାଉନ୍ ସମୟରେ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇ ଅନେକ ପ୍ରାଣ ହରାଇଲେ ଏବଂ ଅନେକଙ୍କର ମଧ୍ୟ ଜୀବିକା ବୁଡ଼ିଗଲା। କୋଭିଡ୍ ୧୯ର ଏଭଳି ବାସ୍ତବ ସ୍ଥିତିର ଚିତ୍ରଣ କରିଛି ଜ୍ୟୋତି ପ୍ରଡକ୍ସନ୍। ‘ଭୋକ’ ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ରାଜୀବ ମହାନ୍ତି ଦେଇଥିବାବେଳେ ଏହାର କାହାଣୀ ଓ ସଂଳାପ ଲେଖିଛନ୍ତି ରଞ୍ଜନ ଦାସ। ସଂପାଦନା କରିଛନ୍ତି ମାନସ ସାହୁ ଓ ଚିତ୍ରୋତ୍ତୋଳନ କରିଛନ୍ତି ବିଶ୍ବଜିତ କୁଲାଡ। ଏଥିରେ ଅଙ୍କିତ କୁମାର, କାବ୍ୟାକିରଣ ମୁଖ୍ୟ ଭୂମିକାରେ ଅଛନ୍ତି। ଅଭିନେତା କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ପ୍ରତିଭା ପଣ୍ଡା, ଚିରଜୀବୀ, ଦୀପା, ପ୍ରତୀମ୍ ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି।ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ଦାସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/mv1.jpg)
