ପ୍ରେମକୁ ନେଇ କାହାଣୀ ‘କିସ୍ ମିସ୍’ ଗତିଶୀଳ ହେଇଥିବା ବେଳେ ପ୍ରେମିକ ସ୍ୱରାଜ ଓ ପ୍ରେମିକା ଶିବାନୀଙ୍କ ବାସ୍ତବ ଅଭିନୟ ଦର୍ଶକଙ୍କ ମନ କିଣୁଥିବାର ଦେଖାଯାଇଛି। ଏ ଦୁହିଁଙ୍କ ବ୍ୟତୀତ ଉକ୍ତ ଚଳଚ୍ଚିତ୍ରରେ ପ୍ରୀତିରାଜ, ସୋମେନ ପୂଜାରୀ, ନୀତୁ ସିଂ, ମାନିନୀ, ଲିଙ୍କନ୍ ପଟ୍ଟନାୟକ, ଧରିତ୍ରୀ ପ୍ରମୁଖ ନଜରକୁ ଆସିଛନ୍ତି।
ଓଡ଼ିଶା ଭିତରେ ସିନେମାର ସୁଟିଂ ହୋଇଥିବା ବେଳେ ଗୀତଦୃଶ୍ୟଗୁଡ଼ିକ ଓଡ଼ିଶା ବାହାରେ ସୁଟିଂ ହୋଇଛି। ଗଣେଶ ପୂଜାରେ ସିନେମାଟି ମୁକ୍ତିଲାଭ କରିଥିବାରୁ ଦର୍ଶକଙ୍କ ଭିତରେ ଉତ୍ସାହ ଦେଖାଦେଇଛି। ସାରା ଓଡ଼ିଶାରେ ପ୍ରେକ୍ଷାଳୟରେ ‘କିସ୍ ମିସ୍’ ଫିଲ୍ମ ମୁକ୍ତିଲାଭ କରିଛି। ପୂର୍ବରୁ ଝିଲିକ୍ ମୋସନ୍ ପିକ୍ଚର୍ସ ବ୍ୟାନରରେ ରୁଦ୍ରାଣୀ, ତୋର ମୋର କଟି, ତୁ ମୋର ସିଏ ଆଦି ଚଳଚ୍ଚିତ୍ର ନିର୍ମିତ ହୋଇ ମୁକ୍ତିଲାଭ ଅପେକ୍ଷାରେ ରହିଛି।
/sambad/media/post_attachments/wp-content/uploads/2022/09/kiss-miss-700x430.jpg)
ଗଣେଶ ପୂଜାରେ କିନ୍ତୁ ପରଦାକୁ ଆସିଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘କିସ୍ ମିସ୍’। ସ୍ୱରାଜ-ଶିବାନୀ ଯୋଡ଼ିଙ୍କୁ ନେଇ ନିର୍ମିତ ଏହି ସିନେମାଟି ଅଗଷ୍ଟ ୩୧ ତାରିଖ ଅର୍ଥାତ ଗଣେଶ ପୂଜା ଦିନ ମୁକ୍ତିଲାଭ କରିଛି। ଏଇ ଚଳଚ୍ଚିତ୍ରର ନିର୍ଦ୍ଦେଶନା ସୁଶାନ୍ତ ମଣି ଦେଇଥିବା ବେଳେ ଅଭିନେତ୍ରୀ ତଥା ପ୍ରଯୋଜିକା ଝିଲିକ୍ ଭଟ୍ଟାଚାର୍ଯ୍ୟ ଏହାର ପ୍ରଯୋଜନା କରିଛନ୍ତି। ଏଥିରେ ନିର୍ମଳ ନାୟକ ଗୀତ ଲେଖିଥିବା ବେଳେ ଅଭିଜିତ ମଜୁମ୍ଦାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ପୂର୍ବରୁ ସ୍ୱରାଜ-ଶିବାନୀ ଯୋଡ଼ିଙ୍କୁ ବଡ଼ ପରଦାରେ ଏକାଠି ଦର୍ଶକ ଦେଖିସାରିଛନ୍ତି। ତେବେ ଏଥିରେ ଉଭୟଙ୍କ ଲଭ୍, ରୋମାନ୍ସ ସହ କିଛି ଆକ୍ସନ୍ ସିନ୍ ମଧ୍ୟ ଦେଖିବାକୁ ମିଳିଛି। ସ୍ୱରାଜ ଏଥିରେ ପ୍ରଥମ ଥର ପାଇଁ ଜଣେ ଦୃଷ୍ଟିହୀନ ଭୂମିକାରେ ଅଭିନୟ କରିଛନ୍ତି।