ଭୁବନେଶ୍ବର : ଅନସ୍ମିଶ ପ୍ରଡକ୍ସନର ପ୍ରଥମ ଅବଦାନ ତଥା ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଶେଷ ରାତି’ ଆଜି ମୁକ୍ତିଲାଭ କରିବ। ପ୍ରେମକାହଣୀ ହେଲେ ବି ଚଳଚ୍ଚିତ୍ରଟି ରହସ୍ୟ ଓ ରୋମାଞ୍ଚଭରା। ଚଳଚ୍ଚିତ୍ରର କାହାଣୀ ପରିକଳ୍ପନା ଓ ସଂଳାପ ରଚନା କରିଛନ୍ତି ଶଶାଙ୍କ ନାୟକ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅସାଦ ନିଜାମ। ଚଳଚ୍ଚିତ୍ରର ସଙ୍ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ହ୍ୟୁମାନ୍ ସାଗର, କୁଲଦୀପ, ଅସୀମା ପଣ୍ଡା ଓ ଆଶୁତୋଷ। ଗୀତ ରଚନା କରିଛନ୍ତି ପୁଷ୍ପକ ପରିଡ଼ା।
ଚଳଚ୍ଚିତ୍ରଟିରେ ଦେବାଶିଷ, ରିୟା, ଦେବୁ ବ୍ରହ୍ମା, ଉଷଶୀ ମିଶ୍ର, ଚୌଧୁରୀ ଜୟପ୍ରକାଶ ଦାସ, ବୀରେନ ମିଶ୍ର, ପିଣ୍ଟୁ ନନ୍ଦ, ଅଭୀପ୍ସା, କୁଇନ୍, କେଡି, ଜୀବନବନ୍ଧୁ ମହାପାତ୍ର ଓ ସୁଶ୍ରୀ ସଙ୍ଗୀତା ବେହେରା ପ୍ରମୁଖଙ୍କୁ ଭିନ୍ନ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ଶୁକ୍ରବାର ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ ବୋଲି କହିଛନ୍ତି ଏହାର ମିଡିଆ ପ୍ଲାନର୍ ଅମରେଶ। ପ୍ରୀତମ ସାହୁ ଚଳଚ୍ଚିତ୍ରର ପ୍ରଯୋଜନା ଭାର ସମ୍ଭାଳିଥିବା ବେଳେ ଏଥିରେ ଚିତ୍ରନାଟ୍ୟ ସଂରଚନା ସହ ନିର୍ଦ୍ଦେଶନା ଦେଇଛନ୍ତି ଅମରେଶ ପତି। ଶ୍ରୀ ପତି ଏହା ପୂର୍ବରୁ ‘ହେଲା ମୋତେ ପ୍ରେମ ଜ୍ବର’ ଓ ‘ବାଲା’ର ନିର୍ଦ୍ଦେଶନା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/sesharati-f.jpg)