ରାବଣଙ୍କ ସୀତା! ଅଭିନୟ ଓ ନୃତ୍ୟରେ ନିପୁଣା ତନିସ୍କା

ଓଡ଼ିଆ ଫିଲ୍ମ ଜଗତର ଚର୍ଚ୍ଚିତ ନିର୍ଦେଶକ ନିର˚ଜନ ବେହେରାଙ୍କ ଆଗାମୀ ଫିଲ୍ମ ‘ରାବଣ’। ଖୁବ୍‌ ଶୀଘ୍ର ଏହାର ସୁଟି˚ ଆରମ୍ଭ ହେବ। ଫିଲ୍ମର ମୁଖ୍ୟ ନାୟିକା ‘ସୀତା’ ଚରିତ୍ରରେ ଅବତୀର୍ଣ୍ଣ ହେଉଛନ୍ତି ତନୁସ୍କା ବିଶ୍ବାଳ। ଏହି ଫିଲ୍ମ ମାଧ୍ୟମରେ ଓଲିଉଡ୍‌ରେ ତନୁସ୍କାଙ୍କ ଅଭିନେତ୍ରୀ ଜୀବନ ଆରମ୍ଭ ହେବ।

କ୍ୟାମେରା ଆଉ ପରଦା ଉପରେ ଅଭିନୟ ତନୁସ୍କାଙ୍କ ପାଇଁ ନୂଆ ନୁହେଁ। ପୂର୍ବରୁ ‘କିଏ ସେ ଡାକୁଛି କୋଉଠି ମୋତେ’, ‘ମତେ ହେଲା ପ୍ରେମ ଜ୍ବର’ ଏବ˚ ବିନ୍‌ଦାସ ରୋମିଓ’ ଫିଲ୍ମରେ ଜଣେ ଶିଶୁ କଳାକାର ଭାବେ ଅଭିନୟ କରି ସେ ସିନେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିସାରିଛନ୍ତି। ଏହା ଛଡ଼ା, ଛୋଟ ପରଦାରେ ପ୍ରସାରିତ ଏକାଧିକ ରିଅଲିଟି ଶୋ’ରେ ମଧ୍ୟ ତନୁସ୍କା ଜଣେ ପରିଚିତ ମୁହଁ। ‘ତାରା ରମ୍‌ପମ୍‌’, ‘ଡିଆଇଡି’ ଏବ˚ ‘ଇଣ୍ତିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ୍‌’ରେ ଭାଗ ନେଇ ବେଶ କିଛି ସୋପାନ ପର୍ଯ୍ୟନ୍ତ ମନୋନୀତ ହୋଇଥିଲେ।

ତନିସ୍କା ନୃତ୍ୟ ନିପୁଣା। ପାଠପଢ଼ା ସାଙ୍ଗକୁ ଅଭିନୟ ତାଙ୍କର ପସନ୍ଦ। ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ ସୁଯୋଗ ମିଳିଥିବାରୁ ସେ ବେଶ ଖୁସି ଏବ˚ ଉତ୍ସାହିତ। ପ୍ରଥମ ଫିଲ୍ମରୁ ଓଡ଼ିଆ ସିନେଦର୍ଶକଙ୍କ ଠାରେ ନିଜ ଅଭିନୟର ସ୍ବତନ୍ତ୍ର ଛାପ ଛାଡ଼ିବା ଦିଗରେ ତନୁସ୍କା ଆଶାବାଦୀ।

ସମ୍ବନ୍ଧିତ ଖବର