ଜମିବ ପୂଜା ବଜାର। ପୂଜା ବଜାରକୁ ସରଗରମ୍‌ କରିବ ଅଞ୍ଜନେୟ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍ ପ୍ରଡକ୍‌ସନ୍‌ର ପଞ୍ଚମ ଅବଦାନ ଚଳଚ୍ଚିତ୍ର ‘ତିତ୍‌ଲି’। ପ୍ରଭାତ କୁମାର ପ୍ରଧାନ ଓ ଶିଶିର ଚନ୍ଦ୍ର ଦାସଙ୍କ ପ୍ରଯୋଜିତ ଏହି ନୂଆ ଓଡ଼ିଆ ସିନେମା ସେପ୍ଟେମ୍ବର ୩୦ରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବାକୁ ଯାଉଛି। ଦେବୀଦତ୍ତ ମହାନ୍ତିଙ୍କ କାହାଣୀକୁ ନେଇ ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି ଏସ୍. କେ ମୁରଲୀଧରନ୍‌। ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍‌ ଆନନ୍ଦ। ଏହି ସିନେମାରେ ଏକ ଭିନ୍ନସ୍ୱାଦର ପ୍ରେମ କାହାଣୀ ଦେଖିବାକୁ ମିଳିବ। ଏହା ସହ ସାମାଜିକ ଚଳଣି, ଓଡ଼ିଆ ସଂସ୍କୃତି ଓ ମୌଳିକ ଓଡ଼ିଆ କଥାବସ୍ତୁ ମଧ୍ୟ ଅନୁଭବ ହେବ।

Advertisment

ସ୍ବର୍ଗତ ମିହିର ଦାସ, ପ୍ରତିଭା ପଣ୍ଡା, ପ୍ରୀତିରାଜ, ହାଡୁ, ଜୀବନ ପଣ୍ଡା, ଦିବ୍ୟା, ତୁଷାର ପ୍ରମୁଖ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ପ୍ରଣୟ ଜେଠୀ ସିନେମାର କ୍ରିଏଟିଭ୍‌ ହେଡ୍‌ ରହିଛନ୍ତି। ପୂର୍ବରୁ ଏହି ପ୍ରଡକ୍‌ସନ୍‌ ବ୍ୟାନରରେ ବ୍ୟାଡ୍‌ ଗର୍ଲ, ଧର୍ମ, ଭୈରବ, ଦେବଦାସ ଭଳି ଚଳଚ୍ଚିତ୍ର ନିର୍ମାଣ ହୋଇଥିବାବେଳେ ଏହାର ପଞ୍ଚମ ଅବଦାନ ଭାବେ ପୂଜା ବଜାରକୁ ଆସୁଛି ‘ତିତ୍‌ଲି’। ପୂର୍ବ ସିନେମାଗୁଡ଼ିକୁ ଦର୍ଶକ ତାରିଫ୍ କରିଥିଲେ। ତେଣୁ ଏହି ସିନେମାକୁ ଦର୍ଶକ ଗ୍ରହଣ କରିବେ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି।