ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଟୋଟାଲ୍ ବାଳୁଙ୍ଗା’

ଭୁବନେଶ୍ବର: କ୍ରିଷ୍ଣା ଫିଲ୍ମ ବ୍ୟାନର୍‌ ନିବେଦିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଟୋଟାଲ୍‌ ବାଳୁଙ୍ଗା’ର କାହାଣୀ, ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେଉଛନ୍ତି ଟି. ଗଣେଶ। ଏଥିରେ ସଂଳାପ ଲେଖିଛନ୍ତି ଅଜୟ ସାମଲ ଏବଂ ସଙ୍ଗୀତ ସଜାଇଛନ୍ତି ବିରଜା ପ୍ରସାଦ। ମୁଖ୍ୟ ଭୂମିକାରେ ଅଛନ୍ତି ଶୁଭ୍ରାଂଶୁ, ଚିନ୍ମୟ ଓ ନମ୍ରତା। ଏମାନଙ୍କ ବ୍ୟତୀତ ମିହିର ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ଡିସ୍କୋ, ଅଶୋକ ଓଝା, ଭକ୍ତି, ରଂଜନ, ଅଙ୍କିତା ପ୍ରମୁଖ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବେ।

ହାସ୍ୟରସାତ୍ମକ ବିଷୟବସ୍ତୁକୁ ଆଧାର କରି ଗଢ଼ିଉଠିଥିବା ‘ଟୋଟାଲ୍‌ ବାଳୁଙ୍ଗା’ ଚଳଚ୍ଚିତ୍ର କଲେଜ ପଢ଼ୁଆ ପୁଅ-ଝିଅଙ୍କ ପ୍ରେମ କାହାଣୀ ଉପରେ ପର୍ଯ୍ୟବସିତ। ମହୁରତ ପରେ ଏହାର ୟୁନିଟ୍ ସୁଟିଂ ଫ୍ଲୋର୍‌କୁ ଆସିଛି। ଶୁଭ୍ରା‌ଂଶୁ ଏହା ପୂର୍ବରୁ ‘ହମ୍ କିସିସେ କମ୍ ନହିଁ’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲେ। ସେମିତି ଏଥିରେ ନାୟିକା ସାଜିଥିବା ନମ୍ରତା ଏହା ପୂର୍ବରୁ ‘ଫେରିବି ମୁଁ ବସୁଧା ଚିରି’, ‘ଆଖି ଖୋଲିଲେ ତୁ’ ଏବଂ ‘ମନେ ମନେ ମ‌ନ ଖୋଜୁଥିଲା’ ଆଦି ଚଳଚ୍ଚିତ୍ରରେ ନାୟିକା ଭୂମିକାରେ ଦେଖିବାକୁ ମିଳିଛନ୍ତି। ଅତୀତରେ ବାଳୁଙ୍ଗା ଶୀର୍ଷକ ସିନେମା ଦର୍ଶକଙ୍କୁ ଭରପୂର ମନୋରଂଜନ ଦେଇଛି, ଦେଖାଯାଉ ‘ଟୋଟାଲ୍ ବାଳୁଙ୍ଗା’ରେ କି ମସଲା ରହିଛି!!!

ସମ୍ବନ୍ଧିତ ଖବର