ଭୁବନେଶ୍ୱର : କାଳୀ ପୂଜା ବଜାରେ ରିଲିଜ୍ ହେଉଛି ଓଡ଼ିଆ ଚଳଚ୍ଚିତ୍ର ‘ତୁ ମୋ ହିରୋ’। ଏହାକୁ ପ୍ରଯୋଜନା କରିଛନ୍ତି ଟଲିଉଡ୍ର ଶ୍ରୀନିବାସ ରାଓ। ପ୍ରଥମ କରି ଜଣେ ତେଲୁଗୁ ପ୍ରଯୋଜକ ଓଲିଉଡ୍ରେ ଫିଲ୍ମ ତିଆରିକରୁଥିବା ବେଳେ ଏହାର ସମସ୍ତ ଟେକ୍ନିକାଲ୍ ଟିମ୍ ଟଲିଉଡ୍ରୁ ଆସିଥିଲେ। ଯେଉଁମାନଙ୍କ ପରିଶ୍ରମରେ ଚଳଚ୍ଚିତ୍ରଟିକୁ ଫୁଲ୍ ଟଲିଉଡ୍ ଷ୍ଟାଇଲ୍ ଦେବାରେ ସଫଳ ହୋଇଛି। ଏହାର ନିର୍ଦେଶନା ଦାୟିତ୍ୱରେ ଅଛନ୍ତି ଦିଲ୍ଲୀପ୍ ପଣ୍ଡା। ଗୀତଗୁଡ଼ିକ ଡିିଓପିରେ ଲକ୍ଷାଧିକ ଦର୍ଶକଙ୍କ ପ୍ରଶଂସା ସାଉଁଟିଥିବାବେଳେ ଏହାର ନାୟକ ଜ୍ୟୋତି ରଂଜନ ନାୟକ ଓ ବଙ୍ଗୀୟ ସୁନ୍ଦରୀ ଝିଲିକ୍ ଫୁଲ୍ ଦମ୍ରେ ଫିଲ୍ମର ପ୍ରମୋସନ୍ ପାଇଁ ଲାଗି ପଡ଼ିଛନ୍ତି।
ସଂଗୀତ ନିର୍ଦେଶକ ବୈଦନାଥ ଦାଶ ଏହାର ସମସ୍ତ ଗୀତକୁ ସୁପର ହିଟ୍ କରିବାରେ ସଫଳ ହୋଇଛନ୍ତି। ଏହାର ଟାଇଟ୍ଲ୍ ଟ୍ରାକ୍ ‘ତୁ..ତୁ..ତୁ.. ମୋ ହିରୋ...’ ଦର୍ଶକଙ୍କ ପ୍ରିୟ ପାଲଟିବ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା। ଅନ୍ୟମାନଙ୍କ ସହ ଅଭିନୟରେ ଅଛନ୍ତି ମିହିର ଦାସ, ଚୌଧରୀ ବିକାଶ ଦାସ, ପ୍ରତିଭା ପଣ୍ଡା, ଜୀବନ ପଣ୍ଡା ଓ ଓଲିଉଡ୍ର ଅନେକ ହାସ୍ୟା ଅଭିନେତା। ମୋଟା ମୋଟି ଭାବରେ କହିବାକୁ ଗାଲେ ଫିଲ୍ମଟି ଏକ ପ୍ରେମ କାହାଣୀ ଉପରେ ଆଧାରିତ ହୋଇଥିବା ବେଳେ ଏଥିରେ ରହିଛି ଫୁଲ୍ ଡ୍ରାମା ଓ କମେଡି। ନାୟକ ଜ୍ୟୋତି ରଂଜନଙ୍କ ଏହା ପଞ୍ଚମ ଚଳଚ୍ଚିତ୍ର ହୋଇଥିବା ବେଳେ ନାୟିକା ଝିଲିକ୍ ଗତ ୫ବର୍ଷରେ ଓଲିଉଡ୍କୁ ଅନେକ ସୁପର ହିଟ୍ ଚଳଚ୍ଚିତ୍ର ଦର୍ଶକଙ୍କ ହୃଦୟ ଜିତି ପାରିଛନ୍ତି। ତେବେ ଏହି ନୂଆ ଯୋଡ଼ିଙ୍କୁ ନେଇ ନିର୍ମିତ ‘ତୁ ମୋ ହିରୋ ’ କେତେ ସଫଳ ହୋଇପାରୁଛି ତାହା ଦୀପାବଳିରେ ଜଣାପଡ଼ିବ।