ଚଳଚ୍ଚିତ୍ର ‘ସଲାମ୍‌ ଭୁବନେଶ୍ବର’ର ରୋମାଣ୍ଟିକ୍ ଗୀତ ’ତେରେ ପାୟେଲିୟା ବାଜେରେ ଛମ୍ ଛମ୍ ଛମ୍’

Advertisment
ଚଳଚ୍ଚିତ୍ର ‘ସଲାମ୍‌ ଭୁବନେଶ୍ବର’ର ରୋମାଣ୍ଟିକ୍ ଗୀତ ’ତେରେ ପାୟେଲିୟା ବାଜେରେ ଛମ୍ ଛମ୍ ଛମ୍’

‘ତେରେ ପାୟେଲିୟା ବାଜେରେ ଛମ୍ ଛମ୍ ଛମ୍’ ଓ ‘ମତେ ନିଃଶ୍ବାସରେ ରଖିଦେଲୁ ଯେଉଁଦିନୁ, ମୁଁ କାହା କଥା ଭାବିନି ସେଇଦିନୁ।’ ନୂଆ ଚଳଚ୍ଚିତ୍ର ‘ସଲାମ୍‌ ଭୁବନେଶ୍ବର’ରେ ଏମିତି କିଛି ରୋମାଣ୍ଟିକ୍ ଗୀତ ରହିଛି। ଭୁବନେଶ୍ବରରେ ଉଭୟ ସକରାତ୍ମକ ଓ ନକରାତ୍ମକ ମାନସିକତାର ପୋଲିସ ଅଛନ୍ତି। କିଏ ମଣିଷକୁ ଭଲ ତ ଆଉ କିଏ ଖରାପ ବାଟକୁ ନେଉଛନ୍ତି। ଏଇ ସିନେମାରେ ହିନ୍ଦୁ ଓ ମୁସଲିମ୍ ସଂପ୍ରଦାୟ ଭିତରେ ଗଢ଼ି ଉଠିଥିବା ବନ୍ଧୁତା ପ୍ରତିଫଳିତ ହେଇଛି। ଫିଲ୍ମରେ ନ’ଟି ଫାଇଟ୍ ଶଟ୍ ରହିଛି।

୪୨ ଡିଗ୍ରୀ ଖରାରେ ଘଙ୍ଗପାଟଣାରେ ଅନ୍ୟୂନ ୫୦୦ ଟ୍ରିପ୍ ବାଲି କୁଢ଼ ହେଇଥିବା ଜାଗାରେ ନାୟକ ରାଜବୀର ଫାଇଟ୍ ଶଟ୍ ଦେଇଛନ୍ତି। ଜଣେ ଗ୍ୟାଙ୍ଗଷ୍ଟର୍ ଅପରାଧିକ କାର୍ଯ୍ୟରୁ ନିବୃତ ହେବାକୁ ଚାହୁଛି, ହେଲେ ପୋଲିସ ତାଙ୍କୁ ପୁଣି ଅପରାଧମୂଳକ କାର୍ଯ୍ୟରେ ଲିପ୍ତ କରୁଛି। କାରଣ ଗ୍ୟାଙ୍ଗଷ୍ଟର୍ ନ ରହିଲେ ପୋଲିସକୁ ବଟି ଦେବ କିଏ? ସେ ପୁଣି ଖରାପ ବାଟ ଆପଣାଉଛି। ଏହା ଭିତରେ ତା’ ଜୀବନ ସହିତ ଯୋଡ଼ିହେଇଯାଉଛନ୍ତି ଜଣେ ସମ୍ଭ୍ରାନ୍ତନ ପରିବାରର ଝିଅ। ତାକୁ ଗ୍ୟାଙ୍ଗଷ୍ଟରରୁ ଭଲବାଟକୁ ଆଣିବା ପାଇଁ ଝିଅଟି ତାଙ୍କୁ ପ୍ରେମ କରିବସୁଛି। ସେଇ ଝିଅ ସହ ପ୍ରେମସମ୍ପର୍କ ଗଢ଼ିଉଠିବା ପରେ କାହାଣୀର ନାୟକ ଭଲବାଟକୁ ଫେରିଆସୁଛନ୍ତି।

ଆଇଜ୍ ଓ ଏସ୍. ପିକଚର୍ସ ନିବେଦିତ ଏବଂ ପ୍ରସନ୍ନ ଦ୍ବିବେଦୀ ଓ ସୁଧାକର ବସନ୍ତ ପ୍ରଯୋଜିତ ନୂଆ ଚଳଚ୍ଚିତ୍ର ‘ସଲାମ୍‌ ଭୁବନେଶ୍ବର’ର କାହାଣୀ ସହ ଅଭିନୟ ଓ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ସୁଧାକର ବସନ୍ତ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। ଅତୀତରେ ‘ଅରୁନ୍ଧତୀ’ ଓ ‘ଲଭ୍ ଫିଭର’ ପରି ସିନେମାର ନାୟକ ସାଜିଥିବା ରାଜବୀର ‘ସଲାମ୍ ଭୁବନେଶ୍ବର’ର ନାୟକ ସାଜିଛନ୍ତି। ତାଙ୍କ ବିପକ୍ଷର ନାୟିକା ସାଜିଛନ୍ତି ମଡେଲ୍ ତଥା ନବାଗତା ଅଭିନେତ୍ରୀ ଅନିଶା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe