ଡେଟ୍‌ ଦେଇଥିଲେ, ଅଗ୍ରୀମ ପାରିତୋଷିକ ବି ନେଇଥିଲେ,ହେଲେ ଅନ୍ୟ ସିନେମା ପାଇବାପରେ ଜାଣନ୍ତୁ କ’ଣ କଲେ ଏହି ଓଲିଉଡ ନାୟିକା

ଭୁବନେଶ୍ବର: ଆରେ ବାଃ! କଳାକାର ସୁଟିଂ ଫ୍ଲୋର୍‌କୁ ନ ଆସୁଣୁ କେତେକ ପାଦ କାଢ଼ି ନେଲେଣି। ଘଟଣା କ’ଣ ବୁଝୁ ବୁଝୁ ଅନେକ କିଛି ବଦଳି ଯାଇଛି। କ’ଣ ହେଇଛି ଯେ! ଏତେବଡ଼ ଅଦଳ ବଦଳ କାହିଁକି? ଆମେ ସିନା ପ୍ରଶ୍ନ କରୁଛୁ ହେଲେ ଯାହାକୁ ଯାହା ସୁହାଇବ ସିଏ ତାହା କରିବ। ଆଜିକାଲି ତ ଓଡ଼ିଆ ସିନେମା ଦେଖିବାକୁ ଦର୍ଶକେ ମଙ୍ଗୁନାହାନ୍ତି, ସେଥିରେ ପୁଣି ଯେଉଁ ସିନେମାଟି ଆଣ୍ଠେଇ ପେଟେଇ ସୁଟିଂ ଫ୍ଲୋର୍‌କୁ ଆସୁଛି, ସେଥିରେ ପୁଣି ଯାବତୀୟ ସମସ୍ୟା ଦେଖାଦେଉଛି। କେବେ ପ୍ରଯୋଜକ ତ କେବେ ନିର୍ଦ୍ଦେଶକ ପୁଣି କେବେ କଳାକାର ତ ଆଉ କେବେ ଟେକ୍‌ନିସିଆନ୍‌ ଏମାନଙ୍କ ଭିତରେ ସମନ୍ଵୟର ଅଭାବ ଦେଖାଯାଉଛି।

Image may contain: 2 people, people smiling, people sitting

ଦେଖୁନାହାଁନ୍ତି କିଛିଦିନ ହେବ ନୂଆ ଚଳଚ୍ଚିତ୍ର ‘ରଘୁ ସର୍ଦ୍ଦାର’ରେ ନାୟକ ରଘୁଙ୍କ ସହଧର୍ମିଣୀ ଭାବେ ଅଭିନେତ୍ରୀ ଲିପ୍‌ସା ଆସୁଛନ୍ତି ବୋଲି ଗଣମାଧ୍ୟମରେ ସର୍ଦ୍ଦାରଙ୍କ ସହ ତାଙ୍କ ଛବି ମଧ୍ୟ ଦେଖିବାକୁ ମିଳୁଥିଲା। ଏବେ ପୁଣି ଲିପ୍‌ସାଙ୍କ ସ୍ଥାନରେ ଅଭିନେତ୍ରୀ ଜିନା ଆସୁଛନ୍ତି ବୋଲି ପ୍ରଯୋଜନା ସଂସ୍ଥା ସ୍ପଷ୍ଟ କରିଛି। କାରଣ ଜାଣିବାକୁ ଆମେ ଚେଷ୍ଟା କଲୁ, କିନ୍ତୁ ପ୍ରଯୋଜକ ଏଥିରେ କିଛି କହିବାକୁ ଚାହିଁଲେନି। ବରଂ କହିଲେ, ସେ ଡେଟ୍‌ ଦେଇଥିଲେ ଅଗ୍ରୀମ ପାରିତୋଷିକ ବି ନେଇଥିଲେ। ହଠାତ୍‌ ତାଙ୍କୁ ଆଉ ଗୋଟେ ସିନେମାର ଅଫର୍‌ ମିଳିଯିବାରୁ ସେ ଆମକୁ ତାରିଖ ଘୁଞ୍ଚାଇବାକୁ ବାଧ୍ୟ କଲେ। ନିର୍ଦ୍ଧାରିତ ତାରିଖ ପାଇଁ ତ ପୂରା ୟୁନିଟ୍‌ ପ୍ରସ୍ତୁତ। ଲିପ୍‌ସାଙ୍କ ପାଇଁ କ’ଣ ସୁଟିଂ ସିଡ୍ୟୁଲ୍‌କୁ ବାତିଲ କରିପାରିବୁ? ରଘୁ ସର୍ଦ୍ଦାରଙ୍କ ସହଧର୍ମିଣୀ ଭୂମିକାରେ ଆମେ ଅଭିନେତ୍ରୀ ଜିନାଙ୍କୁ ହିଁ ମନୋନୀତ କଲୁ।

Image may contain: 2 people, people on stage and people standing

କଟକ ଜିଲ୍ଲା ବୟାଳିଶ ମୌଜା ଛବିଶ ପ୍ରଗଣା ଅନ୍ତର୍ଗତ ବରାଳ ଗାଁର ବୀର ପୁଅ ରଘୁ ପଟ୍ଟନାୟକଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହେଉଥିବା ଚଳଚ୍ଚିତ୍ର ‘ରଘୁ ସର୍ଦ୍ଦାର’ରେ ଦୁଇ ଯୋଡ଼ି ନାୟକ-ନାୟିକା ଅଛନ୍ତି, ଜଣେ ରଘୁ ସର୍ଦ୍ଦାର ଓ ତାଙ୍କ ଧର୍ମପତ୍ନୀ ଏବଂ ଆଉ ଜଣେ ମହାରଣା ଓ ତାଙ୍କ ସ୍ତ୍ରୀ। ରଘୁ ଭୂମିକାରେ ଦେବାଶିଷ ଓ ତାଙ୍କ ସହଧର୍ମିଣୀ ଭାବେ ଜିନା ଏବଂ ମହାରଣା ଭୂମିକାରେ ସୁଶାନ୍ତ ଓ ତାଙ୍କ ପତ୍ନୀ ଭୂମିକାରେ କାବ୍ୟା କିରଣଙ୍କୁ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର