ଜାନୁଆରି୧୦ରେ ପରଦାକୁ ଆସିବ ‘ମୁଁ ପରଦେଶୀ ଚଢ଼େଇ’

Advertisment
ଜାନୁଆରି୧୦ରେ ପରଦାକୁ ଆସିବ ‘ମୁଁ ପରଦେଶୀ ଚଢ଼େଇ’

ଭୁବନେଶ୍ବର: ନୂଆ ଓଡ଼ିଆ ସିନେମା ‘ମୁଁ ପରଦେଶୀ ଚଢ଼େଇ’ ଜାନୁଆରି ୧୦ ତାରିଖରେ ରିଲିଜ୍ ହେବ ବୋଲି ଜଣାଯାଇଛି। ଏହାର ଦୁଇଟି ପୋଷ୍ଟର ରିଲିଜ୍ ହୋଇଛି। ତା’ଛଡ଼ା ଏହାର ଅଡିଓ ବି ରିଲିଜ୍ ହୋଇଛି। ଏହାର ସେନସର କାମ ବି ସରିଛି।
‘ମୁଁ ପରଦେଶୀ ଚଢ଼େଇ’ ଓଲିଉଡର ଜଣାଶୁଣା କଳାକାର ଅର୍ଦ୍ଧେନ୍ଦୁ ଓ ଅନୁଭା ପ୍ରଥମ ଥର ପାଇଁ ଏକାଠି ହୋଇଛନ୍ତି। ଏହା ଏକ ରୋମାଣ୍ଟିକ୍ ଫିଲ୍ମ।ଏଥିରେ ମିହିର ଦାସଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଅର୍ଦ୍ଧେନ୍ଦୁ , ଅନୁଭା , ମିହିର ଦାସଙ୍କ ବ୍ୟତୀତ ପୁଷ୍ପା ପଣ୍ଡା ଓ ମନୋଜ ମିଶ୍ର ପ୍ରମୁଖଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

publive-image image source-facebook

‘ମୁଁ ପରଦେଶୀ ଚଢେଇ’ର ନିର୍ଦ୍ଦେଶକ ହେଲେ କେ.ମୁରଲୀ କ୍ରିଷ୍ଣା,ଯିଏ କି ଆଗରୁ ରଙ୍ଗିଲା ଟୋକା, ଚଉକା ଛକା,କେହି ଜଣେ ଭଲ ଲାଗେରେ,ଗପ ହେଲେ ବି ସତ,ଜଗା ହାତରେ ପଘା,ଅଭୟ,ଅଗସ୍ତ୍ୟ ,ବେବି ଓ ଚଂପିଆନ୍ ଆଦି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। ପ୍ରଥମଥର ପାଇଁ ଅର୍ଦ୍ଧେନ୍ଦୁ-ଅନୁଭାଙ୍କ ଯୋଡ଼ି କି କମାଲ୍ କରୁଛନ୍ତି,ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe