ଏ ବର୍ଷ ମୁକ୍ତିଲାଭ କରିଥିବା ଏହି ସିନେମାର କାହାଣୀ ମୌଳିକ ଥିଲା !

୨୦୧୭ରେ ଅଧିକାଂଶ ଦକ୍ଷିଣ ଭାରତୀୟ ସିନେମାର ନକଲ ବା ତା’ର କାହାଣୀରେ ଓଡ଼ିଆ ଛବି ପ୍ରେରିତ ବୋଲି କୁହାଯାଇପାରିବ।୨୦୧୭ରେ ରିଲିଜ୍‌ ହୋଇଥିବା ୩୬ଟି ସିନେମା ମଧ୍ୟରୁ କେତୋଟି ଛବିର କାହାଣୀକୁ ମୌଳିକ ବୋଲି କୁହାଗଲା, ଯାହା ବି ବେଶ୍‌ ଚର୍ଚ୍ଚାରେ ରହିଥିଲା।

ଏ ବର୍ଷର ଏକ ଚର୍ଚ୍ଚିତ ସିନେମା ଥିଲା ‘କଥା ଦେଲି ମଥା ଛୁଇଁ’ ଯାହାର କାହାଣୀ ସଂପୂର୍ଣ୍ଣ ମୌଳିକ ବୋଲି ଏହାର ପ୍ରଯୋଜକ ଶ୍ରୀଧର ମାର୍ଥା ଦାବି କରିଥିଲେ। ଏହାର କାହାଣୀକାର ହେଲେ ଛବିତା ମାର୍ଥା। ଏହା ମଧ୍ୟ କାହାଣୀକାର ଭାବେ ଓଲିଉଡ଼୍‍ରେ ତାଙ୍କର ପ୍ରଥମ ସିନେମା। ‘କଥା ଦେଲି ମଥା ଛୁଇଁ’ର ନିର୍ଦ୍ଦେଶନା ଦେଇଥିଲେ ଶୈଳେନ୍ଦ୍ର।ଏଥିରେ ଅଭିଷେକ,ରୀୟା ଦେ, ନବାଗତ ଅମନ,ବିଜୟ ମହାନ୍ତି ଓ ମିହିର ଦାସ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ଠିକ୍‌ ସେହିପରି ଡ଼ିକେ ମୁଭିଜ୍‌ ନିବେଦିତ ତଥା ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ‘ତୁ ମୋ’ ଲଭ୍‌ଷ୍ଟୋରି’ କାହାଣୀରେ ବି ମୌଳିକତା ରକ୍ଷା କରାଯାଇଥିଲା।ଏଥିରେ ସ୍ୱରାଜ,ଭୂମିକା,ମିହିର ଦାସ,ମନୋଜ ମିଶ୍ର ଓ ପ୍ରିୟଙ୍କା ପ୍ରମୁଖ ଲିଡ୍‌ରୋଲରେ ଥିଲେ।

IMDb

ଚଳିତବର୍ଷ ମୁକ୍ତିଲାଭ କରିଥିବା ‘ତୁଳସୀ ଅପା’ହେଉଛି ସଂପୂର୍ଣ୍ଣ ମୌଳିକ କଥାବସ୍ତୁ ସମ୍ବଳିତ ସିନେମା। ଏହା ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଜୀବନୀ ଉପରେ ଆଧାରିତ।ଏହାର ପ୍ରଯୋଜନା ଦାୟିତ୍ୱରେ ଥିଲେ ଅନୁପମ ପଟ୍ଟନାୟକ ଓ ନିର୍ଦ୍ଦେଶନା ଦେଇଥିଲେ ଅମୀୟ ପଟ୍ଟନାୟକ।ଏଥିରେ ବର୍ଷା ନାୟକ,ମଧୁସ୍ମିତା, ଲୋଚନି ବାଗ ଓ ପ୍ରେମାଞ୍ଜନ ପରିଡ଼ା ପ୍ରମୁଖ ଅଭିନୟ କରିଥିଲେ। ଠିକ୍‌ ସେହିପରି ସାର୍ଥକ୍‌ ମ୍ୟୁଜିକ୍‌ର ‘ସପନର ପଥେ ପଥେ’ ବି ମୌଳିକ କାହାଣୀ ଉପରେ ଆଧାରିତ ଥିଲା ବୋଲି ଚର୍ଚ୍ଚା ହୁଏ।

ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଅମ୍ଳାନ,ସନ୍‌ମୀରା,ସିଦ୍ଧାନ୍ତ,ଚିତ୍ତ ତ୍ରିପାଠୀ ଓ ନିତୁ ସିଂହ ପ୍ରମୁଖ ଅଭିନୟ କରିଥିଲେ। ଅପରପକ୍ଷରେ ‘ଜଗନ୍ନାଥ ଧାମ ପୁରୀ’ ଓ ‘ଭକ୍ତ ଓ ଭଗବାନ’ମଧ୍ୟ ମୌଳିକ କାହାଣୀ ଉପରେ ପର୍ଯ୍ୟବସିତ ଥିଲା।

ସମ୍ବନ୍ଧିତ ଖବର