ଧାରାବାହିକ ‘ସିଂହଦ୍ୱାର’ରେ କସ୍ତୁରୀର ବାହାଘର

ମଞ୍ଜରୀ ଟିଭିରେ ପ୍ରସାରିତ ହେଉଛି ଓଡ଼ିଶାର ଘରେ ଘରେ ପରିଚିତ ମେଗା ଧାରାବାହିକ ‘ସିଂହଦ୍ୱାର’। ଏଇ କାହାଣୀରେ ଖୁବ୍‌ଶୀଘ୍ର ଦର୍ଶକ ଦେଖିବାକୁ ପାଇବେ ଉଭୟ ପରିବାରର ସେଇ ବହୁ ପ୍ରତୀକ୍ଷିତ ଉତ୍ସବ ‘କସ୍ତୁରୀର ବାହାଘର’। କେତକୀର ଚକ୍ରାନ୍ତ ଓ ତନୁର ଷଡ଼ଯନ୍ତ୍ର ଭିତରେ ଛନ୍ଦିହେଇ ଅଣନିଃଶ୍ବାସୀ ହେଇଯାଇଥିବା କସ୍ତୁରୀର ଲୁହରେ ବୋଧହୁଏ ପ୍ରଭୁ ନାରାୟଣ ଗୋସେଇଁଙ୍କ ହୃଦୟ ତରଳି ଯାଇଛି। ସେଥିପାଇଁ ତ ଆଜ୍ଞାମାଳ ମିଳିସାରିଛି। ଗୁଆ ନିମନ୍ତ୍ରଣ ବି ସରିଗଲାଣି। ଏବେ ବନ୍ଧୁ ବାନ୍ଧବ ଆସିବା ଆରମ୍ଭ ହେଇଯିବ। କିନ୍ତୁ କସ୍ତୁରୀର ହୃଦୟର ଯନ୍ତ୍ରଣା ଏବେ ବି କମିନି। କାରଣ ପ୍ରତି ମୁହୂର୍ତ୍ତରେ ଜଟ ଆଉ ଦିଶା କିଛି ନା କିଛି ବିଘ୍ନ ଘଟାଇ ଏଇ ବାହାଘରକୁ ଅଟକାଇ ଦେବାକୁ ଚେଷ୍ଟା କରି ଚାଲିଛନ୍ତି। ସୌରଭର ଚେଷ୍ଟା, ତନୁ ଆଉ କେତକୀର ଷଡ଼ଯନ୍ତ୍ର ଓ ଜଟର କୁମନ୍ତ୍ରଣା, ସତରେ କ’ଣ ଏଇ ବାହାଘରକୁ ଭାଙ୍ଗିଦେବ, ନା ପ୍ରଭୁ ନାରାୟଣ ଗୋସେଇଁଙ୍କ କୃପାରୁ କସ୍ତୁରୀ ପାଇ ପାରିବ ତା’ହୃଦୟର ରାଜକୁମାର ଶୋଭନକୁ? ଏଇ ବାହାଘର ପରେ ଭବିଷ୍ୟତରେ କସ୍ତୁରୀ କ’ଣ ଫେରିପାଇବ ତା’ର ଉପଯୁକ୍ତ ସମ୍ମାନ? ଏଇ ସମ୍ପର୍କ ତା’ପାଇଁ ଆଶୀର୍ବାଦ ନା ଅଭିଶାପ ହେବ? ଏସବୁ ଜାଣିବା ପାଇଁ ଆପଣଙ୍କୁ ଦେଖିବାକୁ ହେବ ଆପଣଙ୍କ ପ୍ରିୟ ଧାରାବାହିକ ‘ସିଂହଦ୍ବାର’।

ଯାତ୍ରା ଓ ସିନେ ଜଗତର ଲୋକପ୍ରିୟ ଅଭିନେତା ଦୈତାରୀ ପଣ୍ଡା ଓ ରାଇମୋହନ ପରିଡ଼ାଙ୍କ ଜୀବନ୍ତ ଅଭିନୟ ସାଙ୍ଗକୁ ଦେବୀକା, ଅରୁନ୍ଧତୀ, ସ୍ତୁତି, ମୀରା, ଆଶିଷ ଦାସ, ଜଗା ପଣ୍ଡା, ଭାସ୍ବତୀ ବସୁ ଓ ବିଜୟିନୀ ମିଶ୍ରଙ୍କ ଭଳି ଅନୁଭବୀ କଳାକାରମାନଙ୍କ ଅଭିନୟ, ଆଜି ‘ସିଂହଦ୍ୱାର’ ଧାରାବାହିକକୁ ଘରେ ଘରେ ପ୍ରିୟ ଓ ପରିଚିତ କରାଇପାରିଛି। ମଂଜରୀ ଚ୍ୟାନେଲ୍‌ରେ ପ୍ରତି ସୋମବାରରୁ ଶନିବାର ରାତି ୮ଟାରେ ଏଇ ଧାରାବାହିକ ପ୍ରସାରିତ ହେଉଛି।

ସମ୍ବନ୍ଧିତ ଖବର