ଭୁବନେଶ୍ୱର: ଓଲିଉଡ଼୍ର ଲୋକପ୍ରିୟ ନାୟିକା ତମନ୍ନାଙ୍କ ପାଇଁ ଏକ ଭଲ ବର୍ଷ ହୋଇପାରେ । କାରଣ ଗତ ବର୍ଷ ତାଙ୍କୁ ମାତ୍ର ଗୋଟିଏ ସିନେମାରେ ଦେଖିବାକୁ ପାଇଥିଲେ ଦର୍ଶକ। କିନ୍ତୁ ଏ ବର୍ଷ ତାଙ୍କର ଦୁଇରୁ ତିନି ବା ତା’ଠୁ ଅଧିକ ଓଡ଼ିଆ ସିନେମାରେ ଦେଖିବାକୁ ପାଇବେ ଦର୍ଶକ।
Sambad is now on WhatsApp
Join and get latest news updates delivered to you via WhatsApp
ଏଯାବତ୍ ତାଙ୍କର ଦୁଇଟି ଓଡ଼ିଆ ଛବି ମୁକ୍ତିଲାଭ କରିସାରିଛି । ତାଙ୍କର ଯେଉଁ ଦୁଇଟି ସିନେମା ରିଲିଜ୍ ହୋଇସାରିଛି , ତାହା ହେଲା ‘ ଭାଇନା କ’ଣ କଲା ସେ’ ଏବଂ ନିଝୁମ୍ ରାତିର ସାଥୀ’। ଏବେ ଯେଉଁ ଦୁଇଟି ମୁକ୍ତି ପ୍ରତୀକ୍ଷାରେ ରହିଛି ତାହା ହେଲା ‘ଲୁଚେଇ ଦେ ମୋତେ ଛାତି ଭିତରେ’ ଏବଂ ‘ବ୍ଲାକମେଲ୍’ । ଅନାମ ଚରଣ ସାହୁଙ୍କ ପ୍ରଯୋଜକ ତଥା ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ଲୁଚେଇ ଦେ ମୋତେ ଛାତି ଭିତରେ’୨୦୧୭ରେ ରିଲିଜ୍ ହେବାର ଥିଲା,କିନ୍ତୁ ଆଶା କରାଯାଉଛି ଏହା ୨୦୧୮ରେ ପରଦାକୁ ଆସିବ। ଏହି ସିନେମାରେ ତମନ୍ନାଙ୍କ ବ୍ୟତୀତ ଚନ୍ଦନ,ସମ୍ଭବ ଓ ବିରଞ୍ଚ ପ୍ରମୁଖ ଲିଡ଼୍ ରୋଲ୍ରେ ଅଛନ୍ତି । ଏହା ଏକ ପ୍ରେମ ତ୍ରିକୋଣ ଆଧାରିତ ସିନେମା।
ତେବେ ଏହା ଛଡ଼ା ଅନ୍ୟ ଏକ ଓଡ଼ିଆ ଛବି ‘ବ୍ଲାକମେଲ୍’ରେ ବି କାମ କରିଛନ୍ତି।‘ବ୍ଲାକମେଲ’ରେ ବି ତାଙ୍କୁ ଏକ ପାଓ୍ଵାର୍ଫୁଲ୍ କ୍ୟାରେକ୍ଟର୍ ମିଳିଛି। ଏହାର କାହାଣୀରେ ଦୁଇଜଣ ନାୟିକା ଅଛନ୍ତି। ଏଥି ମଧ୍ୟରୁ ଜଣେ ହେଲେ ତମନ୍ନା ଏବଂ ଆରଜଣକ ଆହନା। ଏଥିରେ ତାଙ୍କର ନାୟକ ହେଲେ ଅର୍ଦ୍ଧେନ୍ଦୁ । ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ଅମିତ ନାୟକ। ତମନ୍ନା ତେଲୁଗୁ ସିନେମା ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ନେଇ ସାରିଲେଣି। ହଁ ଏକ ତେଲୁଗୁ ସିନେମା ‘ଶତ୍ରୁ’ରେ ନାୟିକା ଭାବେ ଚୁକ୍ତିବଦ୍ଧ ହୋଇଛନ୍ତି ସେ। ଆଶା କରାଯାଉଛି ଏହି ତେଲୁଗୁ ସିନେମା ବି ୨୦୧୮ରେ ରିଲିଜ୍ ହେବ। ଆଉ ଏକ ଉଲ୍ଲେଖନୀୟ କଥା ହେଲା ଯେ ତମନ୍ନାଙ୍କ ଅଭିନୀତ ପ୍ରଥମ ସିନେମା ‘ଜୋକର୍’ ଏବେ ବି ଅଧାରେ ଅଟକି ରହିଛି। ସେ ଚାହୁଁଛନ୍ତି କି ‘ଜୋକର୍’ ୨୦୧୮ରେ ରିଲିଜ୍ ହେଉ। ଏହା ଛଡ଼ା ସେ ଅନ୍ୟ ସିନେମାରେ ବି ଏ ବର୍ଷ କାମ କରିବାର ଯୋଜନା ରଖିଛନ୍ତି।