ନୂଆଦିଲ୍ଲୀ: ପୁଣି ଥରେ ବିଶ୍ୱ ଦରବାରରେ ଭାରତର ଟେକ ରଖିଲେ ଓଡ଼ିଆ ଝିଅ ସ୍ୱପ୍ନା ପ୍ରିୟଦର୍ଶନୀ। ମିଆଁମାର୍‌ ସରକାରଙ୍କ ଦ୍ୱାରା ଆୟୋଜିତ ହୋଇଥିବା ‘ମିସ୍‌ ଟୁରିଜିମ୍‌ ଆଣ୍ଡ୍‌ କଲ୍‌ଚର୍‌ ୟୁନିଭର୍ସ’ ପ୍ରତିଯୋଗିତାରେ ଭାଗ ନେଇ ସ୍ୱପ୍ନା ତୃତୀୟ ରନର୍ସଅପ୍‌ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ସ୍ୱପ୍ନା ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି। ପ୍ରାୟ ୩୭ଟି ଦେଶର ପ୍ରତିଯୋଗିଙ୍କୁ ପଛରେ ପକାଇ ସ୍ୱପ୍ନା ତୃତୀୟ ସ୍ଥାନ ହାସଲ କରିପାରିଛନ୍ତି। ସ୍ୱପ୍ନାଙ୍କ ନିଜ ଘର ହେଉଛି ଢେଙ୍କାନାଳ ଜିଲ୍ଲାରେ। ସେ ଛତିଶଗଡ଼ର ବିଳାସପୁରରେ ରହନ୍ତିି। କେନ୍ଦ୍ରୀୟ ବିଦ୍ୟାଳୟରେ +୨ ଶ୍ରେଣୀରେ ପଢୁଥିବା ସ୍ୱପ୍ନା ଭବିଷ୍ୟତରେ ଜଣେ ଉଭୟ ଓଲିଉଡ୍‌ ଓ ବଲିଉଡ୍‌ ଅଭିନେତ୍ରୀ ହେବାର ଲକ୍ଷ୍ୟ ରଖିଛନ୍ତି। ମିଆଁମାର୍‌ଠାରେ ଆୟୋଜିତ୍‌ ହୋଇଥିବା ପ୍ରତିଯୋଗିତାରେ ସେ ସମ୍ବଲପୁରୀ ଶାଢ଼ି ପିନ୍ଧି ଡାଲଖାଇ ଗୀତରେ ନୃତ୍ୟ ପ୍ରଦଶର୍ନ କରିଥିଲେ।

Advertisment

publive-image

ସ୍ୱପ୍ନ ଗଣମାଧ୍ୟମରେ ଜଣାଇଛନ୍ତି, ସେ ଓଡ଼ିଆ ଝିଅ ବୋଲି ଖୁବ୍‌ ଗର୍ବିତ। ଓଡ଼ିଶାରେ ବେଶି ରହିନଥିବା ହେତୁ ଓଡ଼ିଶା ସଂସ୍କୃତି ସଂପର୍କରେ ବଶେି କିଛି ଜାଣିନାହାନ୍ତି। ତେବେ ତାଙ୍କୁ ଯେତେବେଳେ ତାଙ୍କ ନାମ ପରିବର୍ତ୍ତେ ମିସ୍‌ ଇଣ୍ଡିଆ୍‌ ଡକାଯାଉଥିଲା ସେ ଖୁସି ଆତ୍ମହରା ହୋଇଥିଲେ ବୋଲି ସ୍ୱପ୍ନା ଜଣାଇଛନ୍ତି। ତାହା ଥିଲା ତାଙ୍କ ପାଇଁ ସବୁଠୁ ଭଲ ମୁହୂର୍ତ୍ତ। ବିଶ୍ୱ ଦରବାରରେ ଭାରତର ନାଁ ରଖିପାରିଥିବାରୁ ସ୍ୱପ୍ନା ଖୁବ୍‌ ଆନନ୍ଦିତ।