ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର : ରବି ପଟ୍ଟନାୟକଙ୍କୁ ଜୟଦେବ ସମ୍ମାନ, ‘ହେଲୋ ଆରସି’କୁ ୫ ପୁରସ୍କାର

ଭୁବନେଶ୍ବର: ଆଜି ୨୦୧୭ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଜାତୀୟ ପୁରସ୍କାର ପାଇଥିବା ଓଡ଼ିଆ ଚଳଚିତ୍ର ‘ହେଲୋ ଆରସି’ ୫ଟି ପୁରସ୍କାର ପାଇଥିବା ବେଳେ ଏଡିଟର ରବି ପଟ୍ଟନାୟକଙ୍କୁ ‘ଜୟଦେବ ସମ୍ମାନ’ ପ୍ରଦାନ କରାଯିବ । ‘ହେଲୋ ଆରସି’ ଲାଗି ସମ୍ବିତ ମହାନ୍ତି ଶ୍ରେଷ୍ଠ ନିର୍ଦ୍ଦେଶକ ଓ ଶ୍ରେଷ୍ଠ ସଂଳାପକାର  ପୁରସ୍କାର ପାଇ‌ବେ । ପାର୍ଥ ସାରଥି ଶ୍ରେଷ୍ଠ ଅଭିନେତା  ଓ ଅଜୟ ଗୋସ୍ବାମୀ ଶ୍ରେଷ୍ଠ ପ୍ରଯୋଜକ ଭାବେ  ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବେ । ଅନ୍ୟପକ୍ଷରେ ‘ଲୈଲା ଓ ଲୈଲା’ ପାଇଁ ସନମୀରା ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଜିତେନ୍ଦ୍ର ନାଥ ମହାପାତ୍ର  ‘ଦୃଷ୍ଟାନ୍ତ’ ଚଳଚିତ୍ର ପାଇଁ ଶ୍ରେଷ୍ଠ କାହାଣୀ ଲେଖକ ଭାବେ ପୁରସ୍କାର ପାଇବେ ଏବଂ  ଶିକ୍ଷାଭିତ୍ତିକ  ଶିଶୁ  ଚଳଚ୍ଚିତ୍ର ମଧ୍ୟରେ ଶ୍ରେଷ୍ଠ ପୁରସ୍କାର ପାଇବେ ।

ସମ୍ବନ୍ଧିତ ଖବର