ପ୍ରଥମ ଥର ବିରାଟ କୋହଲିଙ୍କ ପାଇଁ ନିଜ ମନରେ ଥିବା ଭାବନାକୁ ସମସ୍ତଙ୍କ ଆଗରେ କହିଲେ କରୀନା କପୁର

ମୁମ୍ବାଇ : ବଲିଉଡ୍‌ ନାୟିକାମାନଙ୍କ ମଧ୍ୟରେ ବେଶ୍‌ ଚର୍ଚ୍ଚିତ କାରୀନା କପୁର । ନିଜର ଅଭିନୟ ଏବଂ ଚାହାଣିରେ ସେ ଏବେ ବି ସମସ୍ତଙ୍କ ମନରେ ରାଜ କରିବାରେ ଲାଗିଛନ୍ତି । ବିବାହ କରି ଗୋଟିଏ ସନ୍ତାନର ମା’ ହୋଇ ସାରି ମଧ୍ୟ ଏବେ ବି ସେ ତାଙ୍କ ଜଲ୍‌ଓ୍ଵା ଦେଖାଇ ଚାଲିଛନ୍ତି । ଏବେ ସେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ବିରେ ଦି େଓ୍ଵଡ଼ିଙ୍ଗ’ର ପ୍ରମୋସନରେ ବ୍ୟସ୍ତ ଥିବା ବେଳେ ଫିଲ୍ମର ଟ୍ରେଲର ରିଲିଜ୍‌ ପରେ ଫିଲ୍ମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଫିଲ୍ମର କାହାଣୀ ଟିକେ ଅଲଗା ରହିଥିବା ବେଳେ ଏହା ୪ ଜଣ ମହିଳାଙ୍କ ଜୀବନ ଉପରେ ଅଧାରିତ । ତେବେ କରୀନା ନିଜ ଫିଲ୍ମ ପାଇଁ ନୁହେଁ ବରଂ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟଙ୍କୁ ନେଇ କ’ଣ ଭାବନ୍ତି ସେଥିପାଇଁ ଚର୍ଚ୍ଚାରେ ଅଛନ୍ତି ।

The Quint

ଫିଲ୍ମର ପ୍ରମୋସନ କରୁଥିବା ବେଳେ ତାଙ୍କ ପାଇଁ ସବୁଠାରୁ ହଟ୍‌ କିଏ ବୋଲି ପଚରାଯାଇଥିଲା । ଯାହାର ଉତ୍ତର ଥିଲା ବିରାଟ କୋହଲି । କରୀନା କହିଥିଲେ, ‘ସେ ମୋତେ ହଟ୍‌ ଲାଗନ୍ତି । ଏହା ସହ ସେ ଫିଟ୍‌ ବି ।’ ପ୍ରଶ୍ନର ଉତ୍ତର ଶୁଣିବା ପରେ ସେଠାରେ ଉପସ୍ଥିତ ଥିବା ସବୁ ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହାର କିଛି ସମୟ ପରେ “ମୋ ସ୍ୱାମୀ ସୈଫ୍‌ କିନ୍ତୁ ସବୁଠାରୁ ଭଲ। ସେ ଜଣେ ଭଲ ବାପା ହେବା ସହ ଜଣେ ଭଲ ସ୍ୱାମୀ” ବୋଲି କରୀନା କହିଥିଲେ । ତୈମୁରକୁ ସେ ଭବିଷ୍ୟତରେ କ’ଣ ବନାଇବାକୁ ଚାହାନ୍ତି ପଚରାଯିବା ପରେ ତୈମୁର ଜଣେ କ୍ରିକେଟର ହୁଅନ୍ତୁ ବୋଲି ସୈଫ୍‌ ଚାହୁଁଥିବା କରୀନା ଜଣାଇଥିଲେ । ଏଥିରୁ ସ୍ପଷ୍ଟ ଯେ ତୈମୁର ଭବିଷ୍ୟତରେ ଜଣେ କ୍ରିକେଟର ନହେଲେ ଜଣେ ଅଭିନେତା ନିଶ୍ଚୟ ହେବେ ।

ସମ୍ବନ୍ଧିତ ଖବର