ପ୍ରଥମ ଥର ପାଇଁ ରୋହିତଙ୍କ ‘କପ୍‌ ୟୁନିଭରର୍ସ’ରେ ପୁଲିସ୍‌ ଭୂମିକାରେ ଜଣେ ଅଭିନେତ୍ରୀ

ମୁମ୍ବାଇ: ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ମିଡିଆ ଫ୍ରାଞ୍ଚାଇଜି ‘କପ୍‌ ୟୁନିଭରର୍ସ’ର ଚଳଚ୍ଚିତ୍ରରେ ଅଭିନେତ୍ରୀ ଦୀପିକା ପାଦୁକୋନ ପ୍ରବେଶ କରି ସାରିଛନ୍ତି। ପ୍ରଥମ ଥର ପାଇଁ ରୋହିତଙ୍କ ଏହି ‘କପ୍‌ ୟୁନିଭରର୍ସ’ ସରିଜରେ ଜଣେ ମହିଳା ପୁଲିସ୍‌ ଭାବେ ନଜର ଆସିବେ। ଏହି ଖବର ମିଳିବା ପରେ ହିଁ ଦୀପିକା ପାଦୁକୋନ ଓ ‘ସିଂଘମ’ର ପ୍ରଶଂସକମାନେ ଖୁସିରେ ଝୁମି ଉଠିଛନ୍ତି।

ଏହାଠାରୁ ବଡ଼ ଖୁସି ଖବର ହେଉଛି, ଫିଲ୍ମ ‘ସିଂଘମ ଏଗେନ୍‌’ରେ ଅଜୟ ଦେବଗନ୍‌ ପୁଣି ଥରେ ବାଜିରାଓ ସିଂଘମ ଭୂମିକାରେ ଦେଖିବାକୁ ମିଳିବେ। ପ୍ରଥମ ଥର ପାଇଁ ଅଜୟ ଦେବ୍‌ଗନ୍‌ ଓ ଦୀପିକା ପାଦୁକୋନ୍‌ ଏକତ୍ର ପରଦାରେ ନଜର ଆସିବେ। ‘ଲେଡି ସିଂଘମ’ଙ୍କ ଭୂମିକାରେ ଦୀପିକାଙ୍କୁ ଦେଖିବାକୁ ପ୍ରଶଂସକ ଢେର୍‌ ଉତ୍ସାହିତ ଅଛନ୍ତି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ୨୦୧୧ ମସିହା‌ରେ ଅଜୟ ଦେବଗନ୍‌ ‘କପ୍‌ ୟୁନିଭର୍ସ’ ଆରମ୍ଭ କରିଥିଲେ। ଏଥିରେ ସେ ବାଜିରାଓ ସିଂଘମଙ୍କ ଭୂମିକା ନିଭାଇ ସାରା ଦେଶରେ ପରିଚିତ ପାଲଟିଥିଲେ। ୨୦୧୪ରେ ‘ସିଂଘମ ରିଟର୍ଣ୍ଣସ’ ବି ଆସିଲା। ଏଥିରେ ଅଜୟଙ୍କ ସହ ନଜର ଆସିଥିଲେ ଗ୍ଲାମରସ୍‌ କରୀନା କପୁର ଖାନ୍‌। ତେବେ କରୀନା ସେଥିରେ କେବଳ ଜଣେ ଅଭିନେତ୍ରୀ ଭାବେ ନଜର ଆସିଥିଲେ। ପ୍ରଥମ ଥର ପାଇଁ ଜଣେ ମହିଳା ରୋହିତଙ୍କ ଏହି ଶ୍ରେଣୀର ଛବିରେ ପୁଲିସ୍‌ ଭୂମିକା ନିଭାଇବାକୁ ଯାଉଥିବାରୁ ଦର୍ଶକଙ୍କ ଉତ୍ସାହ ବେଶ୍‌ ବଢ଼ିଯାଇଛି।

ଦୀପିକାଙ୍କ ପୂର୍ବରୁ ତାଙ୍କ ସ୍ବାମୀ ରଣବୀର ସିଂହଙ୍କୁ ରୋହିତ ସେଟ୍ଟୀଙ୍କ ‘କପ୍‌ ୟୁନିଭର୍ସ’ର ଜଣେ ସଦସ୍ୟ ବନି ସାରିଛନ୍ତି। ସେ ଫିଲ୍ମ ‘ସିମ୍ବା’ରେ ସଂଗ୍ରାମ ଭାଲିରାଓ ଭୂମିକାରେ ନଜର ଆସିଥିଲେ। ସେହିପରି ଫିଲ୍ମ ‘ସୂର୍ଯ୍ୟବଂଶୀ’‌ରେ ପୁଲିସ୍‌ ଭୂମିକା‌ରେ ନଜର ଆସିଥିଲେ ଅକ୍ଷୟ କୁମାର। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛି ଯେ ‘କପ୍‌ ୟୁନିଭର୍ସ’ ହେଉଛି ଏକ ଭାରତୀୟ ମିଡିଆ ଫ୍ରାଞ୍ଚାଇଜ୍‌। ଏଥିରେ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ବିଭିନ୍ନ ଫିଲ୍ମ ଓ ସିିରିଜ୍‌ ଜରିଆରେ ଭାରତୀୟ ପୁଲିସ୍‌ ଅଧିକାରୀଙ୍କ କାରନାମା ଉପରେ ଧ୍ୟାନ ଦେଉଛନ୍ତି।

ସମ୍ବନ୍ଧିତ ଖବର