ଭୁବନେଶ୍ବର: ୨୦୨୩ରେ ଏଭଳି କେତୋଟି ଓଡ଼ିଆ ସିନେମା ରିଲିଜ୍ ହୋଇପାରେ, ଯାହାର ଟାଇଟଲରେ ରହିଛି ଲଭ୍ ଶବ୍ଦ। ଆସନ୍ତୁ ନଜର ପକାଇବା ସେହି ସବୁ ସିନେମା ଉପରେ।
‘ଲଭ ଇନ୍ ଲଣ୍ଡନ’: ‘ଲଭ ଇନ୍ ଲଣ୍ଡନ’ରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ନବାଗତା ସ୍ୱପ୍ନା ପ୍ରିୟଦର୍ଶିନୀ। ଏହାର ଅନ୍ୟତମ ନାୟିକା ହେଲେ ସୌମ୍ୟା ସଚଦେବ। ଏହି ଫିଲ୍ମର ନିର୍ଦେଶନା ଦାୟିତ୍ବ ବହନ କରିଛନ୍ତି ତାପସ ସରଘରିଆ। ସେ ନିଜେ ଏହାର କାହାଣୀ ଲେଖିଥିବା ବେଳେ ଚିତ୍ରନାଟ୍ୟ ଲେଖିଛନ୍ତି ସୁରେଶ ପଟ୍ଟନାୟକ ଏବଂ ଅନ୍ତର୍ଯ୍ୟାମୀ ସରଘରିଆ ସଂଳାପ ରଚନା କରିଛନ୍ତି।
‘ଲଭ୍ ଗ୍ୟାରେଜ୍’: ‘ଲଭ୍ ଗ୍ୟାରେଜ୍’ରେ ଓଲିଉଡର ଲୋକପ୍ରିୟ ନାୟିକା-ନାୟିକା ସମ୍ବିତ- ରୀୟା ଯୋଡ଼ିଙ୍କୁ ପୁଣି ଏକ ନୂଆ ଫିଲ୍ମରେ ଦେଖିବାକୁ ପାଇବେ ସିନେପ୍ରେମୀ। ଏଥିରେ ଅବଶ୍ୟ ମନୀଷା ବି ଅଛନ୍ତି ଅନ୍ୟତମ ନାୟିକା ଭୂମିକାରେ। ଏହାର ପ୍ରଯୋଜନା କରୁଛନ୍ତି ଶୁଭଲକ୍ଷ୍ମୀ ପଟ୍ଟନାୟକ। ଫିଲ୍ମର ନିର୍ଦେଶକ ହେଲେ ସଞ୍ଜୀବ ଦ୍ବିବେଦୀ ।
‘ଲଭ୍ ୟୁ ଜାନୁ‘: ନବାଗତ ନାୟକ କିଶୋରଙ୍କ ଅଭିନୀତ ‘ଲଭ୍ ୟୁ ଜାନୁ‘ ସିନେମା ଜରିଆରେ ଓଲିଉଡରେ ଡେବ୍ୟୁ କରୁଛନ୍ତି। ଏଥିରେ ପୁନମ୍ ଅଛନ୍ତି ନାୟିକା ଭୂମିକାରେ। ଏହାର କାହାଣୀକାର ହେଲେ ଡକ୍ଟର ବୈଜୟନ୍ତୀ ମିଶ୍ର। ଜିତେନ୍ଦ୍ର ଓଝା ଏହାର ପ୍ରଯୋଜକ। ଏହା ୨୦୨୩ରେ ମୁକ୍ତିଲାଭ କରିବ।
‘ଲଭ୍ ଇନ୍ କ୍ୟାପିଟାଲ୍’: ସେହିପରି ପି ପ୍ରଭାକରଙ୍କ ନିର୍ଦେଶନାରେ ତିଆରି ହେଉଛି ‘ଲଭ୍ ଇନ୍ କ୍ୟାପିଟାଲ୍’। ଏଥିରେ ନବାଗତ ଅନିକେତ ଏବଂ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ, ନାୟିକା ଭୂମିକାରେ ଅଛନ୍ତି।
‘ସବୁ ଏ ଲଭ୍ ପାଇଁ’: ସଞ୍ଜୟ ନାୟକଙ୍କ ନୂଆ ସିନେମା ‘ସବୁ ଏ ଲଭ୍ ପାଇଁ’ ଖୁବ୍ ଶୀଘ୍ର ପରଦାକୁ ଆସିବ। ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ବି ରଚନା କରିଛନ୍ତି ନିଜେ ସଞ୍ଜୟ। ଏଥିରେ ହରିହର ଦାଶ ନାୟକ ଓ ନବାଗତା ସ୍ଥିତପ୍ରଜ୍ଞା ନାୟିକା ଭୂମିକାରେ ଅଛନ୍ତି। ରମେଶ ବାରିକ ‘ସବୁ ଏ ଲଭ୍ ପାଇଁ’ର ପ୍ରଯୋଜକ। ବୈଦ୍ୟନାଥ ଦାସ ଏଥିରେ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି।
‘ହଣ୍ଡ୍ରେଡ ପରସେଣ୍ଟ୍ ଲଭ୍’: ଏଥିରେ ନାୟକ ଭୂମିକାରେ ନବାଗତ ଓମ୍ ଅଛନ୍ତି। ତାଙ୍କ ସହିତ ନଜର ଆସିବେ ଦୁଇ ଜଣ ନାୟିକା। ଏମାନଙ୍କ ମଧ୍ୟରୁ ଜଣେ ହେଲେ ଅଙ୍କିତା ଭୌମିକ। ଜଣାଶୁଣା କୋରିଓଗ୍ରାଫର୍ ଯୋଡ଼ି ଲୁବୁନ୍-ଟୁବୁନ୍ ଏହି ସିନେମାର ନିର୍ଦେଶନା ଦେଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp