ନୂଆ ଓଡ଼ିଆ ସିନେମା‘ତୋ’ର ମୋର ପ୍ରେମ କାହାଣୀ’ କେବେ ରିଲିଜ୍ ହେବ ତା’କୁ ନେଇ କୌଣସି ସଠିକ୍ ସୂଚନା ମିଳୁ ନ ଥିଲେ ବି ଏହା ଯଥା ଶୀଘ୍ର ପରଦାକୁ ଆସିବ। ଏଥିରେ ଦର୍ଶକ ଜଣେ ନୂଆ ନାୟକଙ୍କୁ ଦେଖିବାକୁ ପାଇବେ। ତାଙ୍କର ନାଆଁ ହେଲା ଦେବ।ଏଥିରେ ତାଙ୍କୁ ମିଳିଛି ଗୋଟେ ବଦ୍ମାସିଆ ବା ଚୁଲ୍ ବୁଲିଆ ଚରିତ୍ର । ସିନେମାର କାହାଣୀ ଅନୁଯାୟୀ ସେ ଘରେ ସମସ୍ତଙ୍କୁ ହଇରାଣ କରେ।ଘରର ସାନପୁଅ ହୋଇଥିବା ହେତୁ କିନ୍ତୁ ସମସ୍ତେ ତାଙ୍କୁ ବରଦାସ୍ତ୍ କରନ୍ତି,ଆଉ ଭଲ ବି ପାଆନ୍ତି। ହେଲେ ଦେବ ବାସ୍ତବ ଜୀବନରେ କ’ଣ ସେମିତି? ଏହାର ଉତ୍ତରରେ ଦେବ କହିଛନ୍ତି ସେ ବି ଘରେ ଥିଲେଏକ୍ଦମ୍ ସେମିତି। ସେଇଥିପାଇଁ ତ ତାଙ୍କୁ ‘ତୋ’ର ମୋର ପ୍ରେମ କାହାଣୀ’ରେ ଅଭିନୟ କରିବାକୁ ଖୁବ୍ ମଜା ଲାଗିଲା ବୋଲି କହନ୍ତି ନବାଗତ ନାୟକ ଦେବ।
ଏହି ସିନେମାର ପ୍ରଥମ ସଟ୍ର ଅଭିଜ୍ଞତା ସେଆର୍ କରି ଦେବ୍ କହନ୍ତି,‘ ସୁଟିଂ ହୋଇଥିଲା ଜଗତପୁର (କଟକ)ରେ। ଦୃଶ୍ୟଟି ଏପରି- ଡ଼ାଇନିଂ ଟେବୁଲ୍ରେ ବାପା (ପୃଥ୍ଵିରାଜ୍ ନାୟକ),ମାଆ (ମନିଷା ମିଶ୍ର) ଓ ବଡ଼ ଭାଇ(ଋଷି)ସମସ୍ତେ ବସିବେ। ଦେବ ସେମାନଙ୍କ ସହିତ ବସି ଖାଉଥିବେ ଓ ସେମାନେ ତାଙ୍କୁ ପାଠପଢ଼ା କଥା ପଚାରୁଥିବେ।ଗୋଟିଏ ଟେକ୍ରେ ଏହି ସଟ୍ଟି ଓକେ ହୋଇଥିଲା ଦେବଙ୍କର।
‘ତୋ’ର ମୋର ପ୍ରେମ କାହାଣୀ’ରେ ତାଙ୍କୁ ମିଳିଛି ଜଣେ ଜଣାଶୁଣା ନାୟିକାଙ୍କ ସାଥ୍। ସେ ହେଲେ ଦୀପିକା। ଦୀପିକାଙ୍କ ସହ ନିଜ ଅନସ୍କ୍ରିନ୍ କେମିଷ୍ଟ୍ରି ସଂପର୍କରେ ଦେବ କହନ୍ତି ‘ତାଙ୍କ ସହିତ ମୋର ଅନ୍ସ୍କ୍ରିନ୍ କେମେଷ୍ଟ୍ରି ଖୁବ୍ ଭଲ ବୋଲି ମୁଁ କହିବି। ଯେହେତୁ ପୂର୍ବରୁ ସେ କେତୋଟି ଫିଲ୍ମରେ ଅଭିନୟ କରିସାରିଥିଲେ,ତେଣୁ ତାଙ୍କଠୁଁ ମୁଁ ଶିଖିଛି। ସେ ମୋତେ ତାଙ୍କ ସହିତ ସଟ୍ ଦେବା ପୂର୍ବରୁ ଟିପ୍ସ ଦିଅନ୍ତି।ଏଥିରେ ତାଙ୍କ ସହିତ ବେଶ୍ କେତୋଟି ରୋମାଣ୍ଟିକ୍ ସିନ୍ ଅଛି। ଆଉ ମୁଁ କହିବି ଦୀପିକାଙ୍କ ସହିତ ପ୍ରତିଟି ରୋମାଣ୍ଟିକ୍ ସିନ୍ କରିବାକୁ ମତେ ଭାରି କଷ୍ଟ ହୋଇଥିଲା। ଅନେକ ସମୟରେ ନର୍ଭସ ବି ଲାଗିଛି,ହେଲେ ସେ ମୋତେ କଂଫର୍ଟେବୁଲ୍ ଫିଲ୍ କରାଇଛନ୍ତି’। ଲିଟୁ ମହାନ୍ତିଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଦେବ,ଦୀପିକାଙ୍କ ବ୍ୟତୀତ ପୃଥ୍ଵିରାଜ୍ ନାୟକ,ମନିଷା ମିଶ୍ର, ରିଷି, ଲୀନା ,ଜର୍ଜ ତିଆଡି ଏବଂ ପ୍ରଦ୍ୟୁମ୍ନ ଲେଙ୍କା ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।