ଭୁବନେଶ୍ୱର : ଏଥର ଦଶହରାରେ ମୁକ୍ତିଲାଭ କରୁଛି ତିନିଟି ଓଡ଼ିଆ ସିନେମା। ଏଗୁଡ଼ିକ ହେଲା ‘ହିରୋ ନମ୍ବର ଓ୍ଵାନ୍’, ‘ଶିବା ନଟ୍ ଆଉଟ୍’ ଏବଂ ‘କାବୁଲା ବାରବୁଲା-ସର୍ଚ୍ଚିଂ ଫର୍ ଲୈଲା’। ଉକ୍ତ ସିନେମାଗୁଡ଼ିକ ସହିତ ଜଡ଼ିତ କେତେକ ବ୍ୟକ୍ତି ପ୍ରଥମ ଥର ପାଇଁ ପୂଜା ବଜାରରେ ପରଦା ଉପରେ ଓ ପରଦା ପଛରେ ରହିଛନ୍ତି। ଆସନ୍ତୁ ସେମାନଙ୍କ ଉପରେ ନଜର ପକାଇବା...।
ଅନୁଭବ, ଅରିନ୍ଦମ୍, ବାବୁସାନ୍, ଏଲିନା ସାମନ୍ତରାୟ ଓ ଅର୍ଚ୍ଚିତା ତ ଆଗରୁ ଅନ୍ୟ ବର୍ଷର ପୂଜା ବଜାରର ସିନେମାରେ ଦେଖା ଦେଇଛନ୍ତି। ହେଲେ ଚଳିତ ବର୍ଷର ଦଶହରା ସିନେମା ‘ହିରୋ ନମ୍ବର ଓ୍ଵାନ୍’ର ନାୟିକା ଭୂମିକା ଦାଶଙ୍କର ଏହା ହେଉଛି ପୂଜା ବଜାରରେ ଏଣ୍ଟ୍ରି।
ଅପରପକ୍ଷରେ ଏଥର ଦୁଇଜଣ ନିର୍ଦ୍ଦେଶକ ପ୍ରଥମ ଥର ପାଇଁ ପୂଜା ବଜାରରେ ମୁକ୍ତିଲାଭ କରିଛନ୍ତି। ଏ ଦୁଇ ନିର୍ଦ୍ଦେଶକ ହେଲେ ତାପସ ସରଘରିଆ ଓ ରମେଶ ରାଉତ। ତାପସଙ୍କ ନିର୍ଦ୍ଦେଶିତ ପୂର୍ବ ସିନେମା ‘ପହିଲି ରଜ’, ‘ରୁମ୍କୁ ଝୁମାନା’, ‘ଇଶ୍କ ତୁ ହି ତୁ’, ‘କଳ୍କୀ’ ଓ ‘ତୁ ମୋ’ ଲଭ୍ ଷ୍ଟୋରି’ ଭିତରୁ କୌଣସି ଗୋଟିଏ ହେଲେ ଦଶହରା ଅବସରରେ ରିଲିଜ୍ ହୋଇନଥିଲା। ଠିକ୍ ସେହିପରି ରମେଶ ରାଉତଙ୍କ ନିର୍ଦ୍ଦେଶିତ ପୂର୍ବ ସିନେମା ‘ଚାନ୍ଦ ନା ତୁମେ ତାରା’ ଓ ‘ଗଡ଼୍ଫାଦର୍’ ମଧ୍ୟ ଦଶହରା ବଜାରରେ ରିଲିଜ୍ ହୋଇନଥିଲା।
ପ୍ରଯୋଜକ ଭାବେ ଅରିନ୍ଦମ୍ ରାୟ ଓ ଅଭିରାମ ସାହୁ ମଧ୍ୟ ଏ ବର୍ଷ ପୂଜା ବଜାରରେ ଏଣ୍ଟ୍ରି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/bhumika.jpg)