ଏହି ଓଲିଉଡ ନାୟକଙ୍କ ହାତ ଫାଙ୍କା

ଭୁବନେଶ୍ୱର : ଓଲିଉଡ଼ରେ ଏବେ ଜଣେ ନାୟକଙ୍କ ହାତରେ କୌଣସି ସିନେମା ନ ଥିବା କୁହାଯାଉଛି ।ଏପରିକି ତାଙ୍କୁ ଯେଉଁ ଓଡ଼ିଆ ସିନେମା ପାଇଁ ସାଇନ୍‌ କରାଯାଇଥିଲା ,ତାହା ବି ଅଟକି ଯାଇଛି। କିଛି କାରଣ ବଶତଃ ବର୍ତ୍ତମାନ ପର୍ଯ୍ୟନ୍ତ ସେହି ଚଳଚ୍ଚିତ୍ରଟିର ସୁଟିଂ ବି ଆରମ୍ଭ ହୋଇ ପାରି ନାହିଁ । ଯଦି ଓ ତାହାର ଘୋଷଣା ଦୀର୍ଘ ଦିନ ଆଗରୁ ହୋଇସାରିଛି। ତେବେ ସେହି ଓଲିଉଡ଼ ନାୟକ ହେଉଛନ୍ତି ଦୀପକ । ଦୀପକଙ୍କ ରୋମାଣ୍ଟିକ ଅଭିନୟ ପରଦାରେ ଦର୍ଶକଙ୍କୁ ଆଦୃତ କରିବା ସହ ଫ୍ୟାମିଲି ନମ୍ବର ଓ୍ଵାନ ଭଳି ଫିଲ୍କରେ କମେଡ଼ି ଚରିତ୍ରରେ ମଧ୍ୟ ନଜର ଆସିଛନ୍ତିି ସେ । ତେବେ ଚାନ୍ଦ ନା ତୁମେ ତାରା ଫିଲ୍କରେ ତାଙ୍କର ଦମଦାର ଆକ୍ସନ ଦର୍ଶକଙ୍କୁ ବହୁ ମାତ୍ରାରେ ଆକର୍ଷିତ କରିଥିଲା।

ହେଲେ ଦୀପକଙ୍କ ହାତରେ ବର୍ତ୍ତମାନ କିଛି ଫିଲ୍କ ନଥିବା ବେଳେ ତାଙ୍କର ଅଭିନୟକୁ ଶେଷ ଥର ପାଇଁ ଗତ ବର୍ଷ ଆଖି ଖୋଲିଲେ ତୁ , ତୁ ହି ତୁ ସିନେମାରେ ଦେଖିବାକୁ ମିଳିଥିଲା। ଜଣାଶୁଣା ପ୍ରଯୋଜକ ରବିନ୍ଦ୍ର କୁମାର ପଣ୍ଡା ତାଙ୍କର ଫିଲ୍କ ଲଭ୍‌ ଟ୍ଵଣ୍ଟି ଟ୍ଵଣ୍ଟିରେ ମୁଖ୍ୟ ଚରିତ୍ରରେ ନଜର ଆସିବାର ଥିଲା । ଏଥିରେ ଦୀପକଙ୍କ ବିପକ୍ଷରେ ନଜର ଆସିଥାନ୍ତେ ପିଙ୍କି ପ୍ରିୟଦର୍ଶିନୀ । ଏହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଉଥିଲେ ମୃତ୍ୟୁଞ୍ଜୟ ସାହୁ । ଏହି ଚଳଚ୍ଚିତ୍ରର ସ୍କ୍ରିନ କାମ ସରିଥିବା ବେଳେ ଏହା ସଂଳାପ ଲେଖିଥିଲେ ଦେବୀଦତ୍ତ ମହାନ୍ତି । କୌଣସି କାରଣରୁ ଏହାର ସୁଂଟି ବିଳମ୍ବ ହେବାରୁ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ ବର୍ତ୍ତମାନ ନାୟକର ନାଆଁ ଦେବଦାସ ସୁଂଟିରେ ଆରମ୍ଭ କରିଛନ୍ତି । ଏଭଳି ଅବସ୍ଥାରେ ଫସି ଯାଇଛନ୍ତି ନାୟକ ଦୀପକ । ତେବେ ତାଙ୍କୁ ବର୍ତ୍ତମାନ ଜୀ ସାର୍ଥକ ଟିଭିରେ ପ୍ରସାରିତ ରଜ କୁଇନ୍‌ ରିଆଲିଟି ସୋ’ରେ ବିଚାରକ ଭାବେ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର