ଅଟକି ଯାଇଛନ୍ତି ଓଲିଉଡର ଏହି ନାୟିକା !

Advertisment
ଅଟକି ଯାଇଛନ୍ତି ଓଲିଉଡର ଏହି ନାୟିକା !

ଭୁବନେଶ୍ୱର: ଓଲିଉଡରେ ଜଣେ ଦୀପିକା ଅଛନ୍ତି ଯିଏ ଗାୟିକା ବନୁ ବନୁ ନାୟିକା ହୋଇଛନ୍ତି। କିନ୍ତୁ ଏଯାବତ୍‌ ତାଙ୍କୁ ବିଶେଷ ସଫଳତା ମିଳି ନାହିଁ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତଥାପି ସେ ଆଶା ହରାଇନାହାନ୍ତି। ଦୀପିକା ଛୋଟ ବଡ଼ ସବୁ ଭୂମିକା ନିଭାଇବାଲାଗି ପ୍ରସ୍ତୁତ। ବୋଧହୁଏ ସେଥିପାଇଁ ତାଙ୍କୁ ଦର୍ଶକ ଗୋଲାପି ଗୋଲାପି ଏବଂ ଗପ ହେଲେ ବି ସତ ଭଳି ସିନେମାରେ ସାଇଡ୍‌ ରୋଲରେ ଦେଖିଛନ୍ତି। ଦୀପିକା ବଡ଼ ପରଦାରେ ମଧ୍ୟ ନାୟିକା ଭୂମିକାରେ ନଜର ଆସିଛନ୍ତି। ସେ ଟାଇଗର୍‌ ଫିଲ୍ମରେ ସେ ବନିଥିଲେ ଅମ୍ଳାନଙ୍କ ନାୟିକା। ଏଥିରେ ତାଙ୍କର ଗ୍ଲାମରସ୍‌ ଚେହେରା ଓ ଜବରଦସ୍ତ ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସିଥିଲା।

publive-image

ଏଣେ ସେ ଆଲବମ୍‌ ଭିଡିଓରେ ବି କାମ କରିଲେଣି। ଏବେ ତାଙ୍କ ଅଭିନୀତ ଦୁଇଟି ଛବି ତୋର ମୋର ପ୍ରେମ କାହାଣୀ ଓ ଆଖି ବୁଜି ଦେଲେ ତୁ ମୁକ୍ତି ପ୍ରତୀକ୍ଷାରେ ରହିଛି। ପ୍ରଥମଟିରେତାଙ୍କର ନାୟକ ହେଲେ ନବାଗତ ଦେବ୍‌ ଏବଂ ଆରଟିରେ ତାଙ୍କୁ ପୁପିନ୍ଦରଙ୍କ ବିପକ୍ଷରେ ଦେଖିବାକୁ ପାଇବେ ଦର୍ଶକ। ଦୀପିକା ଆଶାବାଦୀ ଯେ ଏହି ଦୁଇ ସିନେମା ରିଲିଜ୍‌ ହେବାପରେ ଓଲିଉଡରେ ଚାହିଦା ବଢ଼ିଯିବ। ଗାୟିକା ହେବାର ସ୍ୱପ୍ନ ନେଇ ଓଲିଉଡକୁ ଆସିଥିବା ଏହି ନାୟିକା ଆଗକୁ କିଭଳି ସଫଳତା ପାଉଛନ୍ତି ,ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe