ଏହା ଓଲିଉଡର ଲୋକପ୍ରିୟ ନାୟିକା ରୀୟାଙ୍କପାଇଁ ଭଲ ଲକ୍ଷଣ , ଜାଣନ୍ତୁ ତାହା କ’ଣ

ଭୁବନେଶ୍ୱର: ଓଲିଉଡର ଜଣେ ଲୋକପ୍ରିୟ ନାୟିକା ହେଲେ ରୀୟା ଦେ । ସେ ‘ପ୍ରେମ ଅଢ଼େଇ ଅକ୍ଷର’ ସିନେମାରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ। ତାଙ୍କ କ୍ୟାରିଅର୍‌ ଟିକେ ଧିମେଇ ଯାଇଥିଲା। ହେଲେ ଏବେ ରୀୟା ଦେ ପୁଣି ବେଶ ସକ୍ରିୟ ହୋଇଛନ୍ତି । ଚଳିତ ବର୍ଷ ତାଙ୍କ ଅଭିନୀତ ‘ଦିଓ୍ଵାନା ହେଲି ତୋ’ ପାଇଁ’ ମୁକ୍ତିଲାଭ କରିଥିଲା। ଏବେ ତାଙ୍କର ଦୁଇଟି ନୂଆ ସିନେମା ଖୁବ୍‌ ଶୀଘ୍ର ରିଲିଜ୍‌ ମଧ୍ୟ ହେବ ବୋଲି ଜଣାଯାଇଛି।
ଏ ଦୁଇ ସିନେମାର ମୂଳରେ ରହିଛି ରୋମାନ୍ସ ଏବଂ ପ୍ରତିଶୋଧ। ପ୍ରେମିକାକୁ ହାସଲ କରିବା ଲାଗି କେଉଁଠି ଦୁଇ ଜଣ ଯୁବକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି ତ ପୁଣି କେଉଁଠି ପାଞ୍ଚ ଜଣ ପଡ଼ିଛନ୍ତି ତାଙ୍କ ପଛରେ।
ହଁ ରୀୟାଙ୍କର ଗୋଟିଏ ସିନେମା ହେଲା ‘ଯୋଉଠି ଥିଲେ ବି ତୁ ମୋର’ ଯାହାର ନିର୍ଦ୍ଦେଶକ ହେଲେ ଶ୍ରୀକାନ୍ତ ଗୌତମ୍‌। ଏଥିରେ ରୀୟା ଦେଙ୍କୁ ଦୁଇ ଜଣ ଯୁବକ ପାଗଳ ଭଳି ଭଲ ପାଉଛନ୍ତି। ଏ ଦୁଇ ଯୁବକ ହେଲେ ସମ୍ବିତ ଓ ଆର୍ଯ୍ୟନ ଦାଶ କୁମାର। ରୀୟାଙ୍କର ଏହି ଦୁଇ ଜଣ ଦିଓ୍ଵାନାଙ୍କ ଭିତରୁ କିଏ ରୀୟାଙ୍କୁ ପାଉଛନ୍ତି ଓ ଆର ଜଣଙ୍କର କ’ଣ ହେଉଛି, ତାହା ଦେଖିବାକୁ ମିଳିବ ‘ଯୋଉଠି ଥିଲେ ବି ତୁ ମୋର’ ସିନେମାରେ।


ନିରଜଂନ ବେହେରାଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ସିନେମା ‘ପ୍ରେମ ପାଇଁ ମହାଭାରତ’ରେ ମଧ୍ୟ ରୀୟାଙ୍କ ପ୍ରେମରେ ପଡ଼ିଛନ୍ତି ଜଣେ କି ଦିଜଣ ନୁହନ୍ତି ପାଞ୍ଚ ଜଣ ଯୁବକ। ସେମାନେ ହେଲେ ସମ୍ବିତ୍‌, ସମରେଶ, ଶ୍ରୀତମ ଦାସ, ପିଣ୍ଟୁ ନନ୍ଦ ଓ ବବି ମିଶ୍ର। ଏଠି ବି ପ୍ରେମ ପାଇଁ ପ୍ରତିଦ୍ୱନ୍ଦ୍ୱିତା ରହିଛି। ଶେଷରେ କ’ଣ ହେଉଛି ତାହା ଜାଣିବାକୁ ହେଲେ ‘ପ୍ରେମ ପାଇଁ ମହାଭାରତ’ର ରିଲିଜ୍‌ ଯାଏଁ ଆପଣଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ଏହା ନିଶ୍ଚିତ ଯେ ଏହି ଦୁଇଟି ସିନେମାରେ ରୀୟା ରହିଛନ୍ତି କେନ୍ଦ୍ରୀୟ ଚରିତ୍ରରେ। ଏହା ତାଙ୍କପାଇଁ ଭଲ ଲକ୍ଷଣ ବୋଲି କୁହାଯାଇପାରେ।

ସମ୍ବନ୍ଧିତ ଖବର