ପଛରେ ପଡ଼ିଯାଇଛନ୍ତି କି ଓଲିଉଡର ଏହି ନାମୀ ନାୟିକା ?

ଓଲିଉଡର ଗ୍ଲାମରସ୍‌ ନାୟିକା ରୀୟା ଏବେ ଟିକେ ପଛରେ ପଡ଼ିଯାଇଛନ୍ତି। କାରଣ ତାଙ୍କ ହାତରେ ଆଉ ଆଗ ଭଳି ବେଶୀ ସଂଖ୍ୟକ ସିନେମା ନାହିଁ। ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ‘ପ୍ରେମ ଅଢ଼େଇ ଅକ୍ଷର’ ଜରିଆରେ ଓଲିଉଡରେ ନାୟିକାଭାବେ କ୍ୟାରିଅର୍‌ ଆରମ୍ଭ କରିଥିବା ଏହି ନାୟିକାଙ୍କୁ ମିଳିଛି ଅନେକ ନାୟକ ଯଥା ବାବୁସାନ୍‌,ଅରିନ୍ଦମ୍‌,ଆକାଶ,ଅଭିଷେକ,ଅମ୍ଳାନଙ୍କ ସାଥ୍‌। ପ୍ରକାରାନ୍ତରେ କହିବାକୁ ଗଲେ ,ରୀୟା ଓ ଏହି ନାୟକ ପରଦାରେ ବନିଥିଲେ ପ୍ରେମିକ-ପ୍ରେମିକା । ଅର୍ଥାତ୍‌ ଏମାନଙ୍କ ସହ ଏକାଧିକବାର ପରଦାରେ ରୋମାନସ୍‌ କରିବାକୁ ସୁଯୋଗ ପାଇଥିଲେ ରୀୟା।

ଠିକ୍‌ ସେହିପରି ସେ ଆଉ ଜଣେ ପୁରୁଣା ପ୍ରେମିକ ଅମ୍ଳାନଙ୍କ ସହ ବି ନଜର ଆସିଥିଲେ ଫିଲ୍ମ ‘ତୋର ଦିନେକୁ ମୋର ଦିନେ’ରେ । ଅମ୍ଳାନ-ରୀୟା ଯୋଡ଼ିଙ୍କୁ ପୂର୍ବରୁ ଦର୍ଶକ ‘ତୁ ମୋ ଦେହର ଛାଇ’, ‘ଗୋଲାପି ଗୋଲାପି’, ‘ପାଗଳ କରିଛୁ ତୁ’ଏବଂ କଲେଜ ଟାଇମ୍‌ ଆଦି ସିନେମାରେ ଦେଖିବାକୁ ପାଇଥିଲେ । ତେବେ ରୀୟା ପ୍ରଥମ ଥର ଲାଗି ଅଭିଷେକ ରଥଙ୍କ ବିପକ୍ଷରେ ନାୟିକା ସାଜିଥିଲେ ‘ଚୁପ୍‌ ଚୁପ୍‌ ଚୋରି ଚୋରି’ରେ ।ଏ ବର୍ଷ ଓଲିଉଡ୍‌ର ଜଣାଶୁଣା ନାୟିକା ରୀୟା ଦେ ଏଯାବତ୍‌ ମାତ୍ର ଗୋଟିଏ ସିନେମାରେ ନଜର ଆସିଛନ୍ତି । ଏହା ହେଲା ‘କଥା ଦେଲି ମଥା ଛୁଇଁ’। ଏହି ଛବିରେ ସେ ତାଙ୍କର ଜଣେ ପୁରୁଣା ଅନସ୍କ୍ରିନ୍‌ ଯୋଡିଦାର ଅଭିଷେକଙ୍କ ସହ ପୁଣି ଥରେ ରୋମାନସ୍‌ କରିବାର ସୁଯୋଗ ପାଇଛନ୍ତି ।ଏତଦବ୍ୟତୀତ ଏଥିରେ ଜଣେ ନବାଗତ ନାୟକ ଅମନଙ୍କ ସହ ମଧ୍ୟ ରୀୟାଙ୍କୁ ଦେଖିଥିଲେ ସିନେପ୍ରେମୀ।

ପ୍ରତିବର୍ଷ ଅନ୍ୟୁନ ଦୁଇରୁ ତିନିଟି ଲେଖାଏଁ ସିନେମାରେ ନଜର ଆସୁଥିବା ରୀୟାଙ୍କ ଡିମାଣ୍ଡ କ’ଣ କମିଗଲା , ନା ଅନ୍ୟ କିଛି ସମସ୍ୟା ହେଲା ଯେ ତାଙ୍କୁ ଚଳିତ ବର୍ଷ କେବଳ ଗୋଟିଏ ସିନେମାରେ ସନ୍ତୁଷ୍ଟ ହୋଇ ରହିବାକୁ ପଡ଼ିବ । 


ଏବେ ରୀୟାଙ୍କ ହାତରେ ରହିଛି କେବଳ ଗୋଟିଏ ସିନେମା। ତାହା ହେଲା ଦିଓ୍ଵାନା ହେଲି ତୋ’ପାଇଁ। ଏହି ସିନେମାରେ ତାଙ୍କୁ ପୁଣି ଜଣେ ନୂଆ ନାୟକ ମୁନ୍ନାଙ୍କ ସହ ରୋମାସ୍‌ କରୁଥିବାର ଦେଖିବାକୁ ପାଇବେ ଦର୍ଶକ। ଫିଲ୍ମରେ ରୀୟା ଜଣେ ସାଧାରଣ ଯୁବତୀ ଭୂମିକାରେ ଅଛନ୍ତି ଯିଏ କି ପରିବାରର ଭରଣପୋଷଣ ଲାଗି ବୁଟିକରେ କାମ କରୁଛନ୍ତି। ଅଶୋକ କୁମାର ଦାସଙ୍କ ପ୍ରଯୋଜିତ ତଥା ଶ୍ରୀତମ ଦାସଙ୍କ ନିର୍ଦ୍ଦେଶିତ ‘ଦିଓ୍ଵାନା ହେଲି ତୋ’ପାଇଁ’ରେ ରୀୟା ଏବଂ ମୁନ୍ନାଙ୍କ ବ୍ୟତୀତ ସିଦ୍ଧାନ୍ତ ,ଉଷସୀ ମିଶ୍ର ,ଅମର,ଗୁଡୁ ଏବଂ ପପୁ ପମପମ୍‌ ପ୍ରମୁଖଙ୍କୁ ବି ଦେଖିବାକୁ ମିଳିବ। ଏଥିରେ ନିଜେ ଶ୍ରୀତମ ଦାସ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି।
ତେବେ ଆଗରୁ ପ୍ରତିବର୍ଷ ଅନ୍ୟୁନ ଦୁଇରୁ ତିନିଟି ଲେଖାଏଁ ସିନେମାରେ ନଜର ଆସୁଥିବା ରୀୟାଙ୍କ ଡିମାଣ୍ଡ କ’ଣ କମିଗଲା , ନା ଅନ୍ୟ କିଛି ସମସ୍ୟା ହେଲା ଯେ ତାଙ୍କୁ ଚଳିତ ବର୍ଷ କେବଳ ଗୋଟିଏ ସିନେମାରେ ସନ୍ତୁଷ୍ଟ ହୋଇ ରହିବାକୁ ପଡ଼ିବ! ଏବର୍ଷ ଅଶୋକ କୁମାର ଦାସଙ୍କ ପ୍ରଯୋଜିତ ତଥା ଶ୍ରୀତମ ଦାସଙ୍କ ନିର୍ଦ୍ଦେଶିତ ‘ଦିଓ୍ଵାନା ହେଲି ତୋ’ପାଇଁ’ ରିଲିଜ୍‌ ହେବାର ସମ୍ଭାବନା ଖୁବ୍‌ କମ୍‌। ଏହି ସିନେମାପରେ ରୀୟା ଅନ୍ୟ କେଉଁ ସିନେମାରେ କାମ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର