କାହିଁକି ଉତ୍କଣ୍ଠିତ ଅଛନ୍ତି ନବାଗତ ନାୟକ ଦେବରାଜ୍‌?

ଭୁବନେଶ୍ୱର: ଗତବର୍ଷ ମୁକ୍ତିଲାଭ କରିଥିବା ଓଡ଼ିଆ ଛବି ‘ପ୍ରେମର ନିଶା ନିଆରା ନିଆରା’ର ନିର୍ଦ୍ଦେଶକ ସରୋଜକାନ୍ତଙ୍କ ଦ୍ୱିତୀୟ ସିନେମାର ଏବେ ରିଲିଜ୍‌ ପାଇଁ ସଜବାଜ ହେଉଛି। । ଏହାର ଟାଇଟଲ୍‌ ରହିଛି ‘ତୋ’ ପ୍ରେମରେ ପଡ଼ିଲାପରେ’ । ନୂଆ ପ୍ରଯୋଜିକା ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ପ୍ରଯୋଜିତ ଏହି ସିନେମାର କାହାଣୀକାର ହେଲେ ଡ଼ ପ୍ରସନ୍ନ ପାଟଶାଣୀ ।ଏହାର ସଂଳାପ ଲେଖିଛନ୍ତି ଡ଼ ରଜନୀରଞ୍ଜନ । ଏହାର ନାଆଁରୁ ହିଁ ଜଣାପଡ଼ୁଛି ଯେ ଏହାର କଥାବସ୍ତୁ ପ୍ରେମ କାହାଣୀ ସମ୍ବଳିତ । ଏହାକୁ ଏକ ରୋମାଣ୍ଟିକ୍‌ ଥ୍ରିଲର୍‌ ବୋଲି ବି କୁହାଯାଇପାରିବ। ଏଥିରେ ଜଣେ ନବାଗତ ଦେବରାଜ ଓଲିଉଡରେ ଡେବ୍ୟୁ କରୁଛନ୍ତି। ଏଥିରେ ସେ ରୋମାଣ୍ଟିକ୍‌ ନାୟକ ଭୂମିକାରେ ଆସୁଛନ୍ତି। ଏହି ଓଡ଼ିଆ ସିନେମାରେ କାମ କରିବା ପୂର୍ବରୁ ଦେବରାଜ ଛତିଶଗଡ଼ି ସିନେମାରେ ନାୟକ ବନିଛନ୍ତି।

ଏହାପରେ ଦେବରାଜଙ୍କୁ ମିଳିଥିଲା ଦ୍ୱିତୀୟ ଓଡିଆ ସିନେମା। ଏହା ଥିଲା ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ତଥା ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ ‘ଯୋଗୀ’। କିନ୍ତୁ କୌଣସି କରଣବଶତଃ ସେ ଏଥିରେ କାମ କରୁ ନାହାନ୍ତି। ତାଙ୍କ ବଦଳରେ ଆଉ ଜଣେ ନବାଗତ ଆର୍ଯ୍ୟନ କୁମାର ଅଭିନୟ କରୁଛନ୍ତି‘ଯୋଗୀ’ରେ।

ନବାଗତ ଦେବରାଜ ଓଲିଉଡରେ ଡେବ୍ୟୁ କରୁଛନ୍ତି। ଏଥିରେ ସେ ରୋମାଣ୍ଟିକ୍‌ ‘ତୋ’ ପ୍ରେମରେ ପଡ଼ିଲାପରେ’ରେନାୟକ ଭୂମିକାରେ ଆସୁଛନ୍ତି। ଏହି ଓଡ଼ିଆ ସିନେମାରେ କାମ କରିବା ପୂର୍ବରୁ ଦେବରାଜ ଛତିଶଗଡ଼ି ସିନେମାରେ ନାୟକ ବନିଛନ୍ତି। ‘ତୋ’ ପ୍ରେମରେ ପଡ଼ିଲାପରେ’ରେ ଅନ୍ୟମାନଙ୍କ ମଧ୍ୟରେ ଚିନ୍ମୟୀ ପ୍ରିୟଦର୍ଶିନୀ, ପ୍ରଲିପ୍ତା ରାୟ,ସସ୍ମିତା ପଣ୍ଡା,ଜୀବନ ପଣ୍ଡା, ଅସିତ୍‌ ପତି,ପୁଷ୍ପା ପଣ୍ଡା,ମନୀଷା ମିଶ୍ର ଏବଂ ଅଞ୍ଜନା ଦାଶ ପ୍ରମୁଖ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି । 

ତେବେ ସେ ଯାହା ହେଉନା କାହିଁକି ଦେବରାଜ ଏବେ‘ତୋ’ ପ୍ରେମରେ ପଡ଼ିଲାପରେ’ ଅପେକ୍ଷାରେ ଅଛନ୍ତି। କାରଣ ଏହାର ରେସପନସ୍‌ ତାଙ୍କ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ତାଙ୍କୁ କିଭଳି ହିରୋ ଭାବେ ସ୍ୱୀକାର କରୁଛନ୍ତି ତାହା ଜାଣିବାକୁ ସେ ଉତ୍କଣ୍ଠିତ ।

ଏଠାରେ ସୂଚନାଯୋଗ୍ୟ ଯେ ‘ତୋ’ ପ୍ରେମରେ ପଡ଼ିଲାପରେ’ରେ ଅନ୍ୟମାନଙ୍କ ମଧ୍ୟରେ ଚିନ୍ମୟୀ ପ୍ରିୟଦର୍ଶିନୀ, ପ୍ରଲିପ୍ତା ରାୟ,ସସ୍ମିତା ପଣ୍ଡା,ଜୀବନ ପଣ୍ଡା, ଅସିତ୍‌ ପତି,ପୁଷ୍ପା ପଣ୍ଡା,ମନୀଷା ମିଶ୍ର ଏବଂ ଅଞ୍ଜନା ଦାଶ ପ୍ରମୁଖ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି । ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ ।‘ତୋ’ ପ୍ରେମରେ ପଡ଼ିଲାପରେ’ର ଗୀତିକାରମାନେ ହେଲେ ବାପୁ ଗୋସ୍ୱାମୀ,ଅରୁଣ ମନ୍ତ୍ରୀ,ଜୟନ୍ତ ଦାସ ଏବଂ ନିର୍ମଳ ନାୟକ । ଏଥିରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର,ତପୁ ମିଶ୍ର,ଅସୀମା ପଣ୍ଡା,ସଞ୍ଜୁ ମହାନ୍ତି ଏବଂ ବୈଦ୍ୟନାଥ ଦାସ । ଏହା ଉଭୟ ଓଡ଼ିଆ ଏବଂ ଛତିଶଗଡି ଭାଷାରେ ନିର୍ମିତ ହେଉଥିବାର ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ସରୋଜକାନ୍ତ ।

ସମ୍ବନ୍ଧିତ ଖବର