ଏହି ତିନି ନିର୍ଦ୍ଦେଶକଙ୍କର ଏକାଧିକ ଓଡ଼ିଆ ସିନେମା ଏହି ବର୍ଷ ରିଲିଜ୍‌ ହୋଇଛି

ଭୁବନେଶ୍ୱର: ଗତ କିଛି ବର୍ଷ ହେବ କିଛି ନିର୍ଦ୍ଦେଶକଙ୍କର ଏକାଧିକ ଓଡ଼ିଆ ସିନେମା ରିଲିଜ୍‌ ହେଉଛି। ୨୦୧୭ରେ ଏଯାବତ୍‌ ମାତ୍ର ତିନି ଜଣ ନିର୍ଦ୍ଦେଶକଙ୍କର ଏକାଧିକ ଓଡ଼ିଆ ସିନେମା ରିଲିଜ୍‌ ହୋଇଛି । ଏବେ ଜାଣନ୍ତୁ କିଏ ଏହି ନିର୍ଦ୍ଦେଶକମାନେ

ବର୍ଷର ପ୍ରଥମ ଦିନ ହିଁ ରିଲିଜ୍‌ ହୋଇଥିଲା ଚତୁର୍ଭୁଜ ଫିଲ୍ମସର ‘ଗଡ୍‌ଫାଦର’ଯାହାର ନିର୍ଦ୍ଦେଶନା ଦେଇଥିଲେ ରମେଶ ରାଉତ।  ଏଥିରେ ସିଦ୍ଧାନ୍ତ,ଅନୁ ଚୌଧୁରୀ,ସତଶ୍ରୀ ଏବଂ ଅନନ୍ୟା ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।ଏବର୍ଷ ତାଙ୍କ ନିର୍ଦ୍ଦେଶିତ ଅନ୍ୟ ଏକ ଓଡ଼ିଆ ଛବି ବି ମୁକ୍ତିଲାଭ କରିଥିଲା। ତାହା ହେଲା ‘କାବୁଲା ବାରବୁଲା-ସର୍ଚ୍ଚିଂ ଲୈଲା’ । ଏହି ଛବିରେ ଅନୁଭବ,ଏଲିନା,ମଣ୍ଟୁ ,ଅନିଶା ପ୍ରମୁଖ ଥିଲେ ମୁଖ୍ୟ ଭୂମିକାରେ।

ଓଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କର ବି ୨୦୧୭ରେ ଦୁଇଟି ଓଡ଼ିଆ ଛବି ରିଲିଜ୍‌ ହୋଇଛି। ଏଥିମଧ୍ୟରୁ ପ୍ରଥମଟି ହେଲା ବାବୁସାନ୍‌-ଶୀତଲ ଅଭିନୀତ ‘ଦିଲ୍‌ ଦିଓ୍ଵାନା ହୋଇଗଲା’ ଏବଂ ଅନ୍ୟଟି ହେଲା ଅରିନ୍ଦମ୍‌,ଅର୍ଚ୍ଚିତା ଅଭିନୀତ ‘ଶିବା ନଟ୍‌ ଆଉଟ୍‌’।

ଅପରପକ୍ଷରେ ଜଣାଶୁଣା ନିର୍ଦ୍ଦେଶକ  ତାପସ ସରଘରିଆଙ୍କର ବି ଏ ବର୍ଷ ୨ଟି ଓଡ଼ିଆ ସିନେମା ମୁକ୍ତିଲାଭ କରିଛି। ଏହା ହେଲା ସ୍ୱରାଜ ଏବଂ ଭୂମିକାଙ୍କ ଅଭିନୀତ ‘ତୁ ମୋ’ ଲଭ୍‌ ଷ୍ଟୋରି’ ଏବଂ ବାବୁସାନ୍‌-ଭୂମିକାଙ୍କ ଅଭିନୀତ ‘ହିରୋ ନଂ ୧’ ।

 

 

 

 

ସମ୍ବନ୍ଧିତ ଖବର