ଜଣେ ଛତିଶଗଡି ନାୟିକାଙ୍କ ସହ ରୋମାନସ୍‌ କରିଥିଲେ ଏହି ଓଲିଉଡ ନାୟକ

ଭୁବନେଶ୍ୱର: ଓଲିଉଡର ଜଣେ ନବାଗତ ନାୟକ ଚଳିତ ବର୍ଷ ରିଲିଜ୍‌ ହୋଇଥିବା ଏକ ସିନେମାରେ ଜଣେ ଛତିଶଗଡି ନାୟିକାଙ୍କ ପ୍ରେମରେ ମସଗୁଲ୍‌ ଥିବାର ଦେଖିବାକୁ ମିଳିଛି । ଏହି ନାୟକ ତାଙ୍କର ପ୍ରେମରେ ପଡ଼ିଲାପରେ ଦୁନିଆକୁ ଭୁଲିଯାଇଛନ୍ତି । ଏଠାରେ ଯାହା କୁହାଯାଉଛି ତାହା ଏହି ନାୟକଙ୍କର ବ୍ୟକ୍ତିଗତ ଜୀବନର କଥା ନୁହେଁ ବରଂ ତାହା ଏକ ସିନେମାର କଥା । ଏଠାରେ ଯେଉଁ ନବାଗତ ନାୟକଙ୍କ କଥା କୁହାଯାଉଛି ସେ ହେଲେ ଦେବରାଜ । ଆଉ ଯେଉଁ ଛତିଶଗଡି ନାୟିକାଙ୍କ କଥା କୁହାଯାଉଛି ସେ ହେଲେ ପୂଜା ଦୀଓ୍ଵାଙ୍ଗ । ସେ ପୂର୍ବରୁ ଅନେକ ଛତିଶଗଡି ସିନେମାରେ ଅଭିନୟ କରିଛନ୍ତି ,ମାତ୍ର ତାଙ୍କର ପ୍ରଥମ ଓଡ଼ିଆ ସିନେମା ହେଲା ‘ତୋ’ ପ୍ରେମରେ ପଡ଼ିଲାପରେ’।

ଏହି ସିନେମାରେ ଦେବରାଜ-ପୂଜାଙ୍କ ଯୋଡିକୁ ଦେଖିବାକୁ ପାଇଥିଲେ ଦର୍ଶକ। ଏତଦବ୍ୟତୀତ ଏଥିରେ ଚିନ୍ମୟୀ ପ୍ରିୟଦର୍ଶିନୀ ମଧ୍ୟ ଥିଲେ ଅନ୍ୟତମ ନାୟିକା ଭୂମିକାରେ। ଚିନ୍ମୟୀ ପ୍ରିୟଦର୍ଶିନୀ ‘ତୋ’ ପ୍ରେମରେ ପଡ଼ିଲାପରେ’ର ପ୍ରଯୋଜିକା ମଧ୍ୟ। ଏହି ସିନେମାର ନିର୍ଦ୍ଦେଶକ ହେଲେ ସରୋଜକାନ୍ତ ଯିଏ କି ଆଗରୁ ‘ପ୍ରେମର ନିଶା ନିଆରା ନିଆରା’ର ନିର୍ଦ୍ଦେଶନା ଦେଇଥିଲେ ।ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାସ।

ସମ୍ବନ୍ଧିତ ଖବର