ହିମିକା ଏବେ ଗୁଡି

ଭୁବନେଶ୍ୱର: ଓଲିଉଡକୁ ଅନେକ ସମୟରେ ବେଙ୍ଗଲି ବିଉଟିମାନଙ୍କର ଆଗମନ ହୋଇଥାଏ। ଏମାନଙ୍କ ଭିତରୁ ଅଧିକାଂଶ ଗୋଟିଏ ବା ଦୁଇଟି ଓଡ଼ିଆ ସିନେମାରେ ଅଭିନୟ କରି ଫେରିଯାଆନ୍ତି କୋଲକାତା। ଆଉ କେତେକଙ୍କୁ ମଝିରେ ମଝିରେ ଓଡ଼ିଆ ସିନେମାରେ ଦେଖିବାକୁ ମିଳିଥାଏ। ଏପରି ଜଣେ ବଙ୍ଗୀୟ ନାୟିକା ହେଲେ ହିମିକା । ସେ ଗତବର୍ଷ ମୁକ୍ତିଲାଭ କରିଥିବା ଓଡ଼ିଆ ଛବି ‘ଗୁଣ୍ଡା’ରେ ସିଦ୍ଧାନ୍ତଙ୍କ ବିପକ୍ଷରେ ନାୟିକା ଭୂମିକାରେ ନଜର ଆସିଥିଲେ। ଫିଲ୍ମରେ ବି ଭଲ ଅଭିନୟ କରି ପ୍ରଶଂସା ସାଉଁଟିଥିଲେ ହିମିକା। ଏହାପରେ ତାଙ୍କୁ ଅନ୍ୟ କୌଣସି ସିନେମାରେ ଦେଖିବାକୁ ପାଇ ନଥିଲେ ଦର୍ଶକ।

 

ତେବେ ସୁଖର କଥା ହିମିକା ଫେରିଛନ୍ତି ଓଲିଉଡକୁ। ଏଥର ସେ ଯେଉଁ ସିନେମାରେ କାମ କରୁଛନ୍ତି ଏକ ପ୍ରେମକାହାଣୀଧର୍ମୀ ଓଡ଼ିଆ ସିନେମା ଏହାର ଟାଇଟଲ ହେଲା ‘ଗୁଡୁ ଓ ଗୁଡି’। ଏଥିରେ ତାଙ୍କୁ ଏକ ଗ୍ଲାମରସ୍‌ ରୋଲରେ ଦେଖିବାକୁ ପାଇବେ ସିନେପ୍ରେମୀ। ଏହି ସିନେମାରେ ହିମିକାଙ୍କ ନାୟକ ହେଲେ ନବାଗତ ସୂର୍ଯ୍ୟକାନ୍ତ ।‘ଗୁଡୁ ଓ ଗୁଡି’ର ଗୁଡି ହେଲେ ହିମିକା। ଏହାର ନିର୍ଦ୍ଦେଶନା ଦେଉଛନ୍ତି ଶୁଭାଶିଷ ପତି ଯିଏ କି ପୂର୍ବରୁ ‘ଗଡ଼ବଡ଼’ ଏବଂ ‘ଗୁଣ୍ଡା’ ଟାଇଟଲରେ ଦୁଇଟି ଛବି ତିଆରି କରିଛନ୍ତି। ସେ ପୁଣିଥରେ ଓଡ଼ିଆ ଅକ୍ଷର ‘ଗ’ରୁ ସିନେମାର ଟାଇଟଲ ଆରମ୍ଭ କରିଛନ୍ତି। ଏଥିରେ ମିହିର ଦାସଙ୍କୁ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର