ଭୁବନେଶ୍ୱର: ବଙ୍ଗୀୟ ନାୟିକା ଝିଲିକ୍ ଓଲିଉଡରେ ଖୁବ୍ ପରିଚିତା ତାଙ୍କୁ ଦର୍ଶକ ଗତ ଚାରି ବର୍ଷ ଧରି ବିଭିନ୍ନ ସମୟରେ ରିଲିଜ୍ ହେଉଥିବା ଓଡ଼ିଆ ସିନେମାରେଦେଖିବାକୁ ପାଉଛନ୍ତି। ନିରଞ୍ଜନ ରଣା ପ୍ରଯୋଜିତ ତଥା ଏସ କେ ମୁରଲୀଧରନ୍ ନିର୍ଦେଶିତ ‘ଟାର୍ଗେଟ୍’ ଜରିଆରେ ଓଲିଉଡରେ ପ୍ରବେଶ କରିଥିଲେ ଝିଲିକ।ଏଥିରେ ତାଙ୍କର ନାୟକ ଥିଲେ ଅମ୍ଳାନ। ଏହା ୨୦୧୩ରେ ରିଲିଜ୍ ହୋଇଥିଲା। ସେହି ବର୍ଷ ତାଙ୍କର ଏହି ଗୋଟିଏ ଓଡ଼ିଆ ଛବି ପରଦାକୁ ଆସିଥିଲା । ହେଲେ ପର ବର୍ଷ ଅର୍ଥାତ୍ ୨୦୧୪ରେ ଦର୍ଶକ ଝିଲିକଙ୍କୁ‘ଆଖିରେ ଆଖିରେ’ ଏବଂ,‘ଲେଖୁ ଲେଖୁ ଲେଖି ଦେଲି’ ରେ ଦେଖିବାକୁ ପାଇଥିଲେ। ଅର୍ଥାତ୍ ୨୦୧୪ରେ ତାଙ୍କ ଅଭିନୀତ ସିନେମା ସଂଖ୍ୟା ଥିଲା ୨। ତାପରେ ସେ ୨୦୧୫ରେ ‘ସୁପର ମିଛୁଆ’ , ‘ଲଭ୍ ୟୁ ହମେଶା’ ଏବଂ ‘ଜଗା ହାତରେ ପଘା ଆଦି ତିନିଟି ଛବିରେ ନଜର ଆସିଥିଲେ।
୨୦୧୭ରେ ତାଙ୍କୁ ମାତ୍ର ଦୁଇଟିରେ ସନ୍ତୁଷ୍ଟ ହେବାକୁ ପଡ଼ିବ। କାରଣ ଏ ବର୍ଷ ଝିଲିକଙ୍କ ଅଭିନୀତ ମାତ୍ର ଦୁଇଟି ଓଡ଼ିଆ ଛବି ରିଲିଜ୍ ହୋଇଛି। ଉପରୋକ୍ତ ଛବି ହେଲା ‘ତୁମକୁ ଦେଖିଲାପରେ’ ଏବଂ ‘ତୁ ମୋ ହିରୋ’।
ଠିକ୍ ସେହିପରି ୨୦୧୬ରେ ବି ଝିଲିକଙ୍କୁ ‘ଜବରଦସ୍ତ ପ୍ରେମିକ’,‘ବେବି’, ‘ଅଗସ୍ତ୍ୟ’ ଭଳି ତିନିଟି ସିନେମାରେ ଦେଖିବାକୁ ପାଇଥିଲେ ଦର୍ଶକ।ହେଲେ ୨୦୧୭ରେ ତାଙ୍କୁ ମାତ୍ର ଦୁଇଟିରେ ସନ୍ତୁଷ୍ଟ ହେବାକୁ ପଡ଼ିବ। କାରଣ ଏ ବର୍ଷ ଝିଲିକଙ୍କ ଅଭିନୀତ ମାତ୍ର ଦୁଇଟି ଓଡ଼ିଆ ଛବି ରିଲିଜ୍ ହୋଇଛି। ଉପରୋକ୍ତ ଛବି ହେଲା ‘ତୁମକୁ ଦେଖିଲାପରେ’ ଏବଂ ‘ତୁ ମୋ ହିରୋ’। ସଂପ୍ରତି ତାଙ୍କର ନାୟକ ସମ୍ବିତଙ୍କ ସହ ଏକ ଫିଲ୍ମ ‘ଆଇ ଲଭ୍ ୟୁ-୨’ନିର୍ମାଣାଧୀନ ରହିଛି।ହେଲେ ତାହା ୨୦୧୭ରେ ପରଦାକୁ ଆସିବାର ସମ୍ଭାବନା କ୍ଷୀଣ।
ଏଠାରେ ସୂଚନାଯୋଗ୍ୟ ଯେ ପ୍ରଥମ ସିନେମାରେ ଝିଲିକଙ୍କର ନାୟକ ଥିଲେ ଅମ୍ଳାନ। ତାପରେ ସେ ବାବୁସାନଙ୍କ ସହ ‘ଆଖିରେ ଆଖିରେ’ ରେ ନଜର ଆସିଥିଲେ। ଏହି ଫିଲ୍ମ ସୁପରହିଟ୍ ହେବାପରେ ବାବୁସାନ୍-ଝିଲିକଙ୍କୁ ଲୋକପ୍ରିୟ ଯୋଡ଼ିର ମାନ୍ୟତା ମିଳିଥିଲା।ଏହି ଯୋଡ଼ିକୁ ଦର୍ଶକ ପୁଣି ‘ଲେଖୁ ଲେଖୁ ଲେଖି ଦେଲି’ , ‘ସୁପର ମିଛୁଆ’ ଏବଂ ‘ଜବରଦସ୍ତ ପ୍ରେମିକ’ ଆଦି ସିନେମାରେ ବି ପସନ୍ଦ କରିଥିଲେ। ଏହା ଅବଶ୍ୟ ଭିନ୍ନ କଥା ଯେ ଝିଲିକ ଅନୁଭବଙ୍କ ସହିତ ‘ଜଗା ହାତରେ ପଘା’,‘ଅଗସ୍ତ୍ୟ’ ଏବଂ ‘ବେବି’, ଅରିନ୍ଦମଙ୍କ ବିପକ୍ଷରେ ‘ଲଭ୍ ୟୁ ହମେଶା’ରେ ଅଭିନୟ କରିଛନ୍ତି।ସମ୍ବିତଙ୍କ ସହ ବି ଝିଲିକ୍ ‘ତୁମକୁ ଦେଖିଲାପରେ’ରେ ଦେଖିବାକୁ ପାଇଛନ୍ତି ଦର୍ଶକ ।ତେବେ ଅନ୍ୟ ଯୋଡ଼ିକୁ ବାବୁସାନ୍-ଝିଲିକ ଯୋଡ଼ି ଭଳି ସଫଳତା ମିଳି ନାହିଁ। ସେ ଯାହା ହେଉନା କାହିଁକି ଝିଲିକ୍ ଓଲିଉଡରେ ସକ୍ରିୟ ଅଛନ୍ତି ଏବଂ ଭିନ୍ନ ଭିନ୍ନ ନିର୍ଦ୍ଦେଶକ ଏବଂ ନାୟକଙ୍କ ସହ କାମ କରୁଛନ୍ତି ।ଅମ୍ଳାନ,ବାବୁସାନ୍,ଅନୁଭବ,ଅରିନ୍ଦମ୍,ସମ୍ବିତ,ଜ୍ୟୋତିଙ୍କ ବିପକ୍ଷରେ ନାୟିକା ହୋଇ ସାରିଥିବା ଝିଲିକ୍ ଆଗାମୀ ଦିନରେ ଅନ୍ୟ କାହାର ନାୟିକା ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।