ପ୍ରଥମ ଫିଲ୍ମରେ ଏ ଦୁଇ ଓଲିଉଡ ନାୟିକା ସାଜିଥିଲେ ଦୃଷ୍ଟିହୀନା

ଓଡ଼ିଆ ଚଳଚ୍ଚିତ୍ର ନାୟିକାମାନଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଥାଏ।କେତେକ ନାୟକଙ୍କ ଅଭିନୀତ ଚରିତ୍ରଟି ଗ୍ଲାମରସ୍‌ ,ତ ପୁଣି କେତେବେଳେ ତାଙ୍କୁ ଡ଼ିଗ୍ଲାମରସ୍‌ ରୋଲ୍‌ରେ ଦେଖିବାକୁ ପାଇଛନ୍ତି ଦର୍ଶକ। ପୁଣି ହଁ ସିନେମାରେ ଅତ୍ୟାଧୁନିକା ବନିଛନ୍ତି ତ ପୁଣି କେଉଁଥିରେ ଗାଉଁଲୀ ଝିଅର ଭୂମିକା ମିଳିଛି।କେତେକ ସିନେମାରେ ନାୟିକାଙ୍କୁ ଦୃଷ୍ଟିହୀନା ଭୂମିକାରେ ଦେଖିବାକୁ ମିଳିଛି।ଏମିତି ଓଲିଉଡରେ ଦୁଇ ଜଣ ନାୟିକା ଥିଲେ ଯେଉଁମାନଙ୍କୁ ପ୍ରଥମ ସିନେମାରେ ହିଁ ମିଳିଥିଲା ଦୃଷ୍ଟିହୀନା ଯୁବତୀର ଭୂମିକା । ସେମାନଙ୍କ ଭିତରୁ ଜଣେହେଲେ ନମ୍ରତା ଥାପ୍ପା ଏବଂ ଆର ଜଣକ ରୁପାଲି,ଯାହାଙ୍କୁ ତାଙ୍କର ପ୍ରଥମ ଓଡ଼ିଆ ଛବିରେ ମିଳିଥିଲା ଏଭଳି ଚରିତ୍ରଟିଏ।

ଓଲିଉଡ ବିଗେଷ୍ଟ ବ୍ଲକବଷ୍ଟର ମୁଭି କୁହାଯାଉଥିବା ‘ଆଇ ଲଭ୍‌ ୟୁ’ ଜରିଆରେ ପରଦାକୁ ଆସିଥିଲେ ନମ୍ରତା ଥାପ୍ପା । ମୁମ୍ବାଇରେ କ୍ୟାରିଅର କରୁଥିବା ବେଳେ ପ୍ରଯୋଜକ ସଞ୍ଜୟ ନାୟକ (ଟୁଟୁ) ତାଙ୍କୁ ଓଲିଉଡକୁ ଆଣିଥିଲେ । ଏହି ସିନେମାରେ ତାଙ୍କ ଅଭିନୀତ ଚରିତ୍ରର ନାମ ଥିଲା ଗୀତା। ସେ ଜଣେ ଦୃଷ୍ଟିହୀନା ଯାହାର ପ୍ରେମରେ ପଡ଼ିଥିଲା ଜଣେ ଯୁବକ ସଞ୍ଜୟ। ଆଉ ଏଦୁହିଁଙ୍କ ପ୍ରେମ କାହାଣୀକୁ ନେଇ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ଆଇ ଲଭ୍‌ ୟୁ’ର କାହାଣୀ ଗତିଶୀଳ ହୋଇଥିଲା। ଏହାପରେ ନମ୍ରତା ଅନ୍ୟ ଏକ ସିନେମା ‘ରସିକନାଗର’ରେ ବି ଦୃଷ୍ଟିହୀନା ଯୁବତୀର ଚରିତ୍ର ନିଭାଇଥିଲେ।

ଅପରପକ୍ଷରେ ରୁପାଲିଙ୍କ ଅଭିନୀତ ପ୍ରଥମ ସିନେମା ହେଲା ଜ୍ୟୋତି ଦାସଙ୍କ ନିର୍ଦ୍ଦେଶିତ ‘ତୋ ବିନା ଭଲ ଲାଗେ ନା’। ଏଥିରେ ତାଙ୍କ ବିପକ୍ଷରେ ଥିଲେ ଦୁଇଜଣ ନାୟକ।ଏମାନଙ୍କ ମଧ୍ୟରୁ ଜଣେ ସବ୍ୟସାଚୀ ଓ ଆରଜଣକ ପୁପିନ୍ଦର୍‌। ଏହି ସିନେମାରେ ରୁପାଲୀ ପାଇଥିଲେ ଜଣେ ଦୃଷ୍ଟିହୀନା ଯୁବତୀର ଭୂମିକା ।

ସମ୍ବନ୍ଧିତ ଖବର