ଶିଶୁ କଳାକାରରୁ ନାୟିକା ହୋଇଥିବା‘ଯୋଗୀ’ର ନିକିତାଙ୍କୁ ଜାଣନ୍ତୁ !

ଶିଶୁ କଳାକାରରୁ ନାୟିକା ହେବାର ସୁଯୋଗ କିଛି ଯୁବତୀଙ୍କ ଭାଗ୍ୟରେ ଜୁଟେ। ଏବେ କେତେଜଣ ଏହି ତାଲିକାରେ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ନବାଗତା ନିକିତା। ସେ ୨୦୦୭ରେ ମୁକ୍ତିଲାଭ କରିଥିବା ସିନେମା ‘ସମୟ ହାତରେ ଡୋରୀ’ଜରିଆରେ ଶିଶୁ କଳାକାରଭାବେ ଓଲିଉଡରେ ପ୍ରବେଶ କରିଥିଲେ। ଏହାପରେ ନିକିତାଙ୍କୁ ‘ନେଇ ଯାଆରେ ମେଘ ମତେ’, ‘ତୁ ଥିଲେ ମୋ’ ଡର କାହାକୁ’,‘ପ୍ରେମ୍‌ ଓ୍ଵଡସ୍‌ ପ୍ରିୟା’, ‘ମୁଁ ଆଶିକ୍‌ ମୁଁ ଆଓା୍ଵରା’ ଏବଂ ‘ଟାର୍ଗେଟ୍‌’ ଆଦି ସିନେମାରେ ଶିଶୁ କଳାକାରଭାବେ ଦେଖିବାକୁ ମିିଳିଥିଲା। ନିକିତା ଖୁବ୍‌ ଶୀଘ୍ର ନଜର ଆସିବେ ନୂଆ ଓଡ଼ିଆ ସିନେମା ‘ଯୋଗୀ’ରେ। ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ତଥା ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ ଏହି ସିନେମା ‘ ଯୋଗୀ’ ର ମେଲ୍‌ ଲିଡ୍‌ରେ ଅଛନ୍ତି ନବାଗତ ଆର୍ଯ୍ୟନ । ଆଉ ଏହାର ଫିମେଲ ଲିଡରେ ଅଛନ୍ତି ନିକିତା।

‘ଯୋଗୀ’ରେ ନିଜର ଭୂମିକା ସଂପର୍କରେ ନିକିତା କହନ୍ତି ‘ଏଥିରେ ମୋତେ ଏକ ଚୁଲୁବୁଲି ଝିଅ ଚରିତ୍ରରେ ଦେଖିବାକୁ ପାଇଛି। ପ୍ରଯୋଜକ ଶ୍ରୀଧର ମାର୍ଥା ମୋତେ ଏହି ସିନେମାର କାହାଣୀ ଶୁଣାଇଥିଲେଯାହା ମୋତେ ଖୁବ୍‌ ଭଲ ଲାଗିଲା । ଏଣୁ ମୁଁ ଏହି ସିନେମାରୁ ଡେବ୍ୟୁ କରିବାକୁ ନିଷ୍ପତ୍ତି ନେଇଥିଲା ଏଥିରେ ମୋ’ ଅଭିନୀତ ଚରିତ୍ରର ନାମ ରହିଛି ନିକି। ଏହି ସିନେମାରେ ବହୁ ବରିଷ୍ଠ କଳାକାରଙ୍କ ସହ କାମ କରିବାର ସୁଯୋଗ ମିଳିଥିବାରୁ ମୁଁ ଖୁବ୍‌ ଆନନ୍ଦିତ।’

କଟକର ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟରେ ଗୃହ ବିଜ୍ଞାନ ବିଭାଗର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ହେଉଛନ୍ତି ନିକିତା। ସେ‘ଯୋଗୀ’ରେ କାମ କରିବାପରେ ଅନ୍ୟ ସିନେମା ସାଇନ୍‌ କରିବେ ବୋଲି କହିଛନ୍ତି । ତାଙ୍କର ନିକ୍‌ ନେମ୍‌ ହେଲା ଦିଶା।

ସମ୍ବନ୍ଧିତ ଖବର