ଏଥର ବି ଗୋଟିକରେ ସନ୍ତୁଷ୍ଟ ରହିଲେ ପିଙ୍କି ପ୍ରିୟଦର୍ଶିନୀ

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ନାୟିକା ପିଙ୍କି ପ୍ରିୟଦର୍ଶିନୀଙ୍କୁ ଚଳିତ ବର୍ଷ କେବଳ ଗୋଟିଏ ଓଡ଼ିଆା ସିନେମାରେ ଦେଖିବାକୁ ପାଇଛନ୍ତି ଦର୍ଶକ। ହଁ ତାଙ୍କ ଅଭିନୀତ ଶେଷ ସିନେମା ହେଲା ‘ଦିଲ୍‌ କା ରାଜା’ ଯାହା ଚଳିତ ବର୍ଷ ଫେବୃଆରି ମାସରେ ରିଲିଜ୍‌ ହୋଇଥିଲା।ରବୀନ୍ଦ୍ର ପଣ୍ଡାଙ୍କ ପ୍ରଯୋଜିତ ତଥା ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ତାଙ୍କର ନାୟକ ହେଲେ ଜ୍ୟୋତି।ଏହାପରେ ତାଙ୍କୁ ଅନ୍ୟ କୌଣସି ଓଡ଼ିଆ ଛବିରେ ଦେଖିବାକୁ ମିଳିନାହିଁ।

ପିଙ୍କି ପ୍ରିୟଦର୍ଶିନୀ ରବୀନ୍ଦ୍ର ପଣ୍ଡାଙ୍କ ‘ତୁ ମୋ ଆରମ୍ଭ ତୁ ମୋ ଶେଷ’ ଛବିରୁ ଯାତ୍ରା ଆରମ୍ଭ କରିଥିଲେ। ଏହି ରୋମାଣ୍ଟିକ୍‌ ଫିଲ୍ମରେ ତାଙ୍କୁ ନାୟକ ମଣ୍ଟୁଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। ତାପରେ ସେ ପୁଣି ନଜର ଆସିଥିଲେ ସେହି ପ୍ରଯୋଜକଙ୍କର ଫିଲ୍ମ‘ସପନର ନାୟିକା’ ଏବଂ ସୁଶାନ୍ତ କୁମାର ରଥଙ୍କ ‘ଖାସ୍‌ ତୁମରି ପାଇଁ’ ରେ। ୨୦୧୫ରେ ମୁକ୍ତିଲାଭ କରିଥିବା ‘ଲେଖିଛି ନାଆଁ ତୋର’ ଥିଲା ପିଙ୍କି ପ୍ରିୟଦର୍ଶିନୀଙ୍କ ଚତୁର୍ଥ ମୁକ୍ତିପ୍ରାପ୍ତ ସିନେମା , ଯେଉଁଥିରେ ତାଙ୍କର ନାୟକ ଥିଲେ ସମ୍ବିତ୍‌।


ପିଙ୍କି ପୁଣି ୨୦୧୬ରେ ‘ଆସିଲୁ ଯେବେ ତୁ ଯାଆନା ଫେରି’ ଜରିଆରେ ପରଦାକୁ ଫେରିଥିଲେ ।ପ୍ରୀତି ରଞ୍ଜନ ସାହୁ ପ୍ରଯୋଜିତ ତଥା ବାବୁଦା ଓ ଦୀପୁନ୍‌ ନିର୍ଦେଶିତ ଏହି ଫିଲ୍ମରେ ପିଙ୍କିଙ୍କ ନାୟକ ହେଲେ ପୀୟୁଷ। କହବାକୁ ଗଲେ ପିଙ୍କିଙ୍କର ୨୦୧୫ ଏବଂ ୨୦୧୬ରେ ଯେମିତି ଗୋଟିଏ ଲେଖାଏଁ ସିନେମା ମୁକ୍ତିଲାଭ କରିଥିଲା ୨୦୧୭ରେ ବି ସମାନ ଅବସ୍ଥା ଘଟିଛି। ସେ ରବୀନ୍ଦ୍ର ପଣ୍ଡାଙ୍କ ନୂଆ ସିନେମା‘ଲଭ୍‌ ଟେ୍ଵଣ୍ଟି’ ରେ କାମ କରିବାକୁ ଯାଉଛନ୍ତି। ଏଥିରେ ପୁଣି ଥରେ ଦୀପକଙ୍କ ସହ ଯୋଡି ବନାଇଛନ୍ତି । ଏହାର ନିର୍ଦ୍ଦେଶନା ଦେଉଛନ୍ତି ମୃତ୍ୟୁଞ୍ଜୟ ସାହୁ।

ସମ୍ବନ୍ଧିତ ଖବର