ସଲମାନଙ୍କୁ ଭେଟି ହରିଣ ଚିତ୍ର ଥିବା ଷ୍ଟୋଲ୍‌ ଉପହାର ଦେଲେ ରୌପ୍ୟ ପଦକ ବିଜୟିନୀ ମୀରାବାଈ

ମୁମ୍ବାଇ: ବଲିଉଡ୍ ଅଭିନେତା ସଲ୍‌ମାନ ଖାନ୍‌ଙ୍କୁ ଭେଟିଛନ୍ତି ଅଲିମ୍ପିକ୍ସ ରୌପ୍ୟ ବିଜୟିନୀ ମୀରାବାଈ ଚାନୁ। ଏ ନେଇ ଦବଙ୍ଗବୟ ସଲ୍‌ମାନ ଟ୍ବିଟର୍‌ରେ ମୀରାବାଈଙ୍କ ସହ ନିଜର ଏକ ଫଟୋ ସେୟାର କରିଛନ୍ତି।

ସଲ୍‌ମାନ ଫଟୋ ପୋଷ୍ଟ୍‌ କରି ଲେଖିଛନ୍ତି, ‘ରୋପ୍ୟ ପଦକ ବିଜୟିନୀ, ତୁମ ପାଇଁ ଅନେକ ଖୁସି ମୁଁ। ତମ୍‌ ସହ ସାକ୍ଷାତ୍‌ ଖୁବ୍ ଭଲ ଥିଲା। ମୋର ଶୁଭେଚ୍ଛା ସବୁବେଳେ ତୁମ ସହ ରହିଛି।’

 

ମୀରାବାଈ ସଲ୍‌ମାନଙ୍କୁ ସାକ୍ଷାତ୍‌ କରି ତାଙ୍କୁ ଏକ ଷ୍ଟୋଲ୍‌ ଉପହାର ଦେଇଛନ୍ତି। ସେହି ଷ୍ଟୋଲ୍‌ରେ ମଣିପୁରର ରାଜ୍ୟ ପ୍ରାଣୀ ହରିଣର ଚିତ୍ର ରହିଛି। ସେ ସଲମାନଙ୍କ ସହ ତାଙ୍କର ସାକ୍ଷାତକୁ ନେଇ ନିଜର ସ୍ୱପ୍ନ ସାକାର ହୋଇଥିବା ବ୍ୟକ୍ତ କରିଛନ୍ତି।

 

ସମ୍ବନ୍ଧିତ ଖବର