ମୁମ୍ବାଇ: ଲୋକପ୍ରିୟ ନିର୍ଦ୍ଦେଶକ ଓମ ରାଉତଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ ଆଦିପୁରୁଷକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି। ଏହି ଫିଲ୍ମରେ କରାଯାଇଥିବା ଭିଏଫଏକ୍ସ କାମକୁ ଲୋକେ ପସନ୍ଦ କରୁନଥିବା ବେଳେ ଟିଜର ରିଲିଜ ପରେ ଫିଲ୍ମଟି ଫ୍ଲପ ହେବ ବୋଲି ଲୋକେ କହିବା ଆରମ୍ଭ କଲେଣି। ୨୦୨୩ରେ ରିଲିଜ ହେବାକୁ ଥିବା ଫିଲ୍ମ ଆଦିପୁରୁଷର ଟିଜର କିଛି ଦିନ ତଳେ ରିଲିଜ ହୋଇଥିଲା। ଟିଜର ରିଲିଜ ପରେ ଏହାକୁ ଏକ କାର୍ଟୁନ ଫିଲ୍ମ କହି ଏହାକୁ ଛୋଟ ପିଲାମାନେ ଦେଖୁଥିବା କାର୍ଟୁନ ଚ୍ୟାନେଲରେ ରିଲିଜ କର ବୋଲି ଲେ‌ାକେ କହିଥିଲେ। ଏହା ସହ ଭିଏଫଏକ୍ସକୁ ଲୋକେ ପସନ୍ଦ କରିନଥିଲେ। ‌

Advertisment

ଏମଧ୍ୟରେ ଫିଲ୍ମର ବଜେଟ ୫୦୦କୋଟି ଥିବା ସାମ୍ନାକୁ ଆସିବା ପରେ ଫିଲ୍ମକୁ ରାମାନନ୍ଦ ସାଗରଙ୍କ ରାମାୟଣ ସହ ତୁଳନା କରାଯାଉଛି। ବଜେଟ କମ ଥାଇ ବି ରାମାୟଣ ବିଶ୍ବରେ ଲୋକପ୍ରିୟ ହୋଇପାରିଥିଲା ବୋଲି ‌ଲୋକେ କହିବା ଆରମ୍ଭ କରିଛନ୍ତି। ତେବେ ଆପଣ ଜାଣନ୍ତି କି ରାମାନନ୍ଦ ସାଗରଙ୍କ ରାମାୟଣ ପ୍ରତି ଅଧ୍ୟାୟରୁ କେତେ ଟଙ୍କା ଆୟ କରୁଥିଲା। ଆଜି ଆମେ ସେ ବିଷୟରେ ଆପଣଙ୍କୁ ଜଣାଇବୁ।

ଟିଭି ଇତିହାସରେ ରାମାୟଣ ଏକ ପ୍ରତୀକାତ୍ମକ ସୋ’ ରହିଆସିଛି। ପ୍ରଥମ ଥର ଏହାର ଟେଲି ପ୍ରସାରଣ ହେବା ପରେ ସୋ’ଟି ଲୋକପ୍ରିୟତାର ରେକର୍ଡ ଭାଙ୍ଗିଥିବା ବେଳେ କରୋନା ସମୟରେ ପୁଣି ଥରେ ଏହାର ପ୍ରସାରଣ କରାଯାଇଥିଲା। ରିପୋର୍ଟରୁ ଜଣାପଡିଛି ଯେ ରାମାୟଣ ୫୫ଟି ଦେଶରେ ପ୍ରସାରିତ ହୋଇଥିବା ସହ ଏହାର ୬୫୦ ନିୟୁତ ଦର୍ଶକ ଥିଲେ। ପ୍ରାରମ୍ଭରେ ରାମାୟଣର କେବଳ ୫୨ଟି ଅଧ୍ୟାୟ ନିର୍ମାଣ କରାଯାଇଥିଲା । କିନ୍ତୁ ଏହାର ଲୋକପ୍ରିୟତା ଦେଖିବା ପରେ ରାମାୟଣର ୭୮ଟି ଅଧ୍ୟାୟ ନିର୍ମାଣ କରାଯାଇଥିଲା। ଏହା ପରେ ରାମାୟଣ ଦୁନିଆର ସବୁଠୁ ଅଧିକ ଦେଖାଯାଇଥିବା ସିରିଜ୍ ପାଲଟିଲା ଏବଂ ଏହାର ନାଁ ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲା।

ସେ ସମୟର ରାମାୟଣର ପ୍ରତ୍ୟେକ ଅଧ୍ୟାୟର ବଜେଟ୍ ଥିଲା ୯ଲକ୍ଷ ଟଙ୍କା। ଖବର ଅନୁଯାୟୀ, ଦୂରଦର୍ଶନ ସେହି ସମୟରେ ଅଧ୍ୟାୟ ପିଛା ପ୍ରାୟ ୪୦ଲକ୍ଷ ଟଙ୍କା ଲାଭ କରୁଥିଲେ।