ଅର୍ଜୁନ କପୁରଙ୍କ ପାଇଁ ଭାବପ୍ରବଣ ଇନ୍ଷ୍ଟା ପୋଷ୍ଟ୍ କରି ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଭଉଣୀ ଅଂଶୁଲା ଓ ସୋନମ୍
ମୁମ୍ବାଇ: ବଲିଉଡ୍ ଅଭିନେତା ଅର୍ଜୁନ କପୁରଙ୍କର ଆଜି ଜନ୍ମଦିନ। ଅର୍ଜୁନଙ୍କ ଜନ୍ମଦିନ ଅବସରରେ ଭଉଣୀ ଅଂଶୁଲା ଏବଂ ସୋନମ କପୁର ସୋସିଆଲ୍ ମିଡିଆରେ ତାଙ୍କ ଉଦେଶ୍ୟରେ ମନଛୁଆଁ ପୋଷ୍ଟ୍ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅଂଶୁଲା ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ପୋଷ୍ଟ୍ କରି ଲେଖିଛନ୍ତି କି ‘ମୋ ନିଶ୍ବାସର କାରଣ ତମେ। ମୋ ପାଇଁ ସବୁଠାରୁ ପ୍ରିୟ ଓ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ମଣିଷ। ମୁଁ ସକାଳୁ ଯଦି ଆଖି ଖୋଲିବାର ସାହସ ଜୁଟାଇ ପାରେ ତ ତାହାର କାରଣ ମୋ ଭାଇ। ତମେ ମୋ ବାପାମାଆ, ଭାଇ, ବନ୍ଧୁ, ସୁରକ୍ଷାତାଦା, ମୋ ସାହସ ଓ ମୋ ଜୀବନ ମଧ୍ୟ। ମୁଁ ତଳେ ପଡ଼ିଯିବା ଆଗରୁ ତୁମେ ସବୁବେଳେ ମୋତେ ଧରିନେଇଛ। ଜୀବନ ସହ ଲଢ଼ିବାକୁ , ନିଜ ସ୍ବର ଟାଣ କରିବାକୁ ମୁଁ ତୁମଠାରୁ ଶିଖିଛି। ତମେ ମୋର ସେ ସବୁ କଥା ବୁଝିଯାଅ ଯାହା ମୁଁ କେବେ କହିପାରିନି। ମୁଁ ସେପରି ଏକ ବିଶ୍ବରେ ରହିବାକୁ ଚାହଁନି ଯେଉଁଠି ତୁମେ ନ ଥିବ। ଖୁବ୍ ଭଲପାଇବା।’
ସେହିପରି ସୋନମ ଏକ ଇନ୍ଷ୍ଟା ପୋଷ୍ଟ୍ କରି ଲେଖିଛନ୍ତି, ‘ଜନ୍ମଦିନର ଶୁଭେଚ୍ଛା ମୋ ପ୍ରିୟ ଭାଇ। ତୁମେ ଆଗ ଜୀବନରେ ଅନେକ ଆନନ୍ଦ ଆଣି ଦେଇଛ। ସବୁବେଳେ ମୋ ପାଇଁ ଥିବାରୁ ଧନ୍ୟବାଦ। ବହୁତ ସାରା ଭଲପାଇବା ଭାଇ।