ନୂଆଦିଲ୍ଲୀ: ଗତକାଲି ୭୧ ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ସରକାର ପଦ୍ମ ପୁରସ୍କାର ଘୋଷଣା କରିଥିଲେ। ମୋଟ ୧୪୧ ଜଣଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିବା ବେଳେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବା ନେଇ ଘୋଷଣା କରାଯାଇଥିଲା। ତେବେ ଏତେ ବଡ଼ ସମ୍ମାନ ମିଳିବା ପରେ ଖୁସି ହୋଇ ନିଜର ପ୍ରତିକ୍ରିୟା ରଖିଛନ୍ତି କଙ୍ଗନା।
ସେ କହିଛନ୍ତି, ଏତେ ବଡ଼ ସମ୍ମାନରେ ସମ୍ମାନିତ ହେବା ପରେ ମୁଁ ବହୁତ ଖୁସି। ଏହି ସମ୍ମାନ ପାଇଁ ମୁଁ ମୋର ସାରା ଦେଶବାସୀଙ୍କୁ ଧନ୍ୟବାଦ ଜଣାଉଛି। ଯେଉଁ ମହିଳାମାନେ ସ୍ବପ୍ନ ଦେଖିବାର ସାହାସ ରଖିଛନ୍ତି, ଏହି ସମ୍ମାନ ମୁଁ ସେମାନଙ୍କୁ ସମର୍ପିତ କରିବାକୁ ଚାହୁଛି।
ସୂଚନା ମୁତାବକ, ଗତକାଲି ୭ ଜଣଙ୍କୁ ଦେଶର ୨ୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଥିଲା । ସେମାନେ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜର୍ଜ ଫର୍ଣ୍ଣାଡିସ,ସୁଷମା ସ୍ୱରାଜ ଓ ଅରୁଣ ଜେଟଲି (ମରଣୋତ୍ତର), କ୍ରୀଡ଼ାବିତ ଏମସି ମେରିକମ, ମରିସସର ପୂର୍ବତନ ପ୍ରଧାନମନ୍ତ୍ରୀ ଅନିରୁଦ୍ଧ ଜଗନ୍ନାଥ, କଳା ପାଇଁ ଚିନ୍ନୁଲାଲ ମିଶ୍ର, ଆଧ୍ୟାତ୍ମିକ ଗୁରୁ ବିଶ୍ୱେସ ତୀର୍ଥ ସ୍ୱାମୀଜି। ସେହିପରି ୧୬ ଜଣଙ୍କୁ ପଦ୍ମଭୁଷଣ ପୁରସ୍କାର ପ୍ରଦାନ କରାଯାଇଥିଲା । ସେମାନେ ହେଲେ ଏମ.ମୁମତାଜ ଅଲ୍ଲୀ(ଆଧ୍ୟାତ୍ମକତା) , ସୟଦ ମୁଆଜିମ ଅଲ୍ଲୀ, ମୁଜାଫର ହୁସେନ ବେଗ୍, ଅଜୟ ଚକ୍ରବର୍ତ୍ତୀ, ଓଡ଼ିଆ ଲେଖକ ମନୋଜ ଦାସ, ବାଳକୃଷ୍ଣ ଦୋଶି,କ୍ରିଷ୍ଣାମାଲ ଜଗନ୍ନାଥନ,ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏସ.ସି.ଜମିର, ଅନୀଲ ପ୍ରକାଶ ଜୋଷୀ, ଡ.ସେରିଂ ଲାଣ୍ଡୋଲ, ଶିଳ୍ପପତି ଆନନ୍ଦ ମହିନ୍ଦ୍ରା, ନୀଳକଣ୍ଠ ରାମକ୍ରିଷ୍ଣ ମେନନ, ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ମନୋହର ପରିକର, ପ୍ରଫେସର ଜଗଦୀଶ ସେଠ,ପି.ଭି.ସିନ୍ଧୁ, ଶିଳ୍ପପତି ବେନୁ ଶ୍ରୀନିବାସନ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/ପପ.jpg)